ବାହୁଡ଼ାରେ ବାହୁଡ଼ିଗଲା ଭେଣ୍ଡିଆ ପୁଅ ଦେଖନ୍ତୁ କେମିତି ଘଟିଗଲା ଏତେବଡ଼ ଅଘଟଣ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ବାହୁଡ଼ାରେ ଚାଲିଗଲା ଭେଣ୍ଡିଆ ଯୁବକଙ୍କ ଜୀବନ। ବାହୁଡ଼ା ଯାତ୍ରା ଦେଖିବା ପାଇଁ ଭେଣ୍ଡିଆ ପୁଅ ଜଣଙ୍କ ଘରକୁ ଫେରୁଥିଲେ। ସେପଟେ ପ୍ରବଳ ବର୍ଷା ହେଉଥିବା ବେଳେକୁ ବିଜୁଳି ଘଡଘଡି ମଧ୍ୟ ମାରୁଥିଲା। 
ଯୁବକ ଜଣଙ୍କ ଘରକୁ ଫେରୁଥିବା ସମୟରେ ଅନ୍ଧାରରେ ରାସ୍ତାଘାଟ ଠିକ୍ ଭାବରେ ଦେଖାଯାଉନଥିବାରୁ ସେହି ସମୟରେ ରୋଡ ସେପ୍ଟି ବାର୍ଗିଟକୁ ଧକ୍କା ଦେଇ ରାସ୍ତା ମଝିରେ ପଡ଼ିଯାଇଥିଲେ ଯୁବକ ଜଣଙ୍କ। ଆଉ ସେପଟେ ଆଗପଟୁ ମାଡ଼ି ଆସିଥିଲା ଏକ ଟ୍ରକ୍। ଆଉ ସେହି ଟ୍ରକଟି ରାସ୍ତା ଉପରେ ପଡ଼ିଥିବା ଯୁବକଙ୍କ ଉପରେ ସିଧା ଚଢାଇ ଦେଇଥିଲା। ଡ୍ରାଇଭର ଜଣଙ୍କ ଯେତେ ଗାଡିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ହାର୍ଟ ପ୍ରବଲେମ ଥିବାରୁ ସେ ହଠାତ ଗାଡ଼ିଟିକୁ ଅଟକାଇ ପାରିନଥିଲେ। ଯାହାଫଳରେ ଦୁହେଁ ଦୁ-ର୍ଘ-ଟ-ଣାର ଶୀକାର ହେଇଥିଲେ। 
ଘଟଣାସ୍ଥଳରେ ଯୁବକଙ୍କର ମୃ-ତ୍ୟୁ ହେଇଥିବା ବେଳେ ଟ୍ରକ ଡ୍ରାଇଭର ଜଣଙ୍କ ଗୁରୁତର ହେଇପଡିଥିଲେ। ଆଉ ଏନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ଆସି ପହଞ୍ଚିଥିଲା। ଗୁରୁତର ଟ୍ରକ ଡ୍ରାଇଭରକୁ ଉଦ୍ଧାର କରି। ଟ୍ରକ ଡ୍ରାଇଭର ଜଣଙ୍କ ହାର୍ଟ ପ୍ରବଲେମ ଥିବାରୁ ପୋଲିସ ନିଜ ଗାଡିରେ ବସାଇ ତାଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ। ବାଇକ ଆ-ହ-ତ ଜଣଙ୍କ ହେଉଛନ୍ତି କୋଟିନଳା ଥାନା ଅନ୍ତର୍ଗତ କେ ଲସ୍ମନପଲ୍ଲୀର ପ୍ରଶାନ୍ତ କୁମାର ସ୍ୱାଇଁ। 
ଯୁବକ ଜଣଙ୍କ ବୟସ ହେଉଛି ମାତ୍ର ୨୩ ବର୍ଷ। ସେ ବ୍ରହ୍ମପୁରରୁ ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ଏକ ସ୍କୁଲ ନିକଟରେ ସେ ଭାରସାମ୍ୟ ହରାଇ ବାର୍ଗିଟକୁ ପିଟି ରାସ୍ତା ଉପରେ ପଡ଼ିଯାଇଥିଲା। ସେପଟେ ଘଡଗପୂର୍ ଆସିକା ଅଭିମୁଖେ ଆସୁଥିବା ଏକ ଟ୍ରକ ସେହି ଯୁବକଙ୍କ ଉପରେ ମାଡ଼ି ଯାଇଥିବାରୁ ଘଟଣାସ୍ଥଳରେ ତାଙ୍କର ମୃ-ତ୍ୟୁ ହେଇଥିଲା। ଶବବ୍ୟବଚ୍ଛେଦ ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି।