ଲୁଚି ଲୁଚି ଝିଅ ସହ ସମ୍ପର୍କ ରଖୁଥିଲା ତଣ୍ଟି ଚିପି ମା-ରି ଦେଇ ଗଲା ଦୁର୍ବୃତ୍ତ

 
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ମା ନୁହେଁ ତ ପିସାଚୁଣୀ।ଜନ୍ମ କଲା ପୁଅକୁ ତଣ୍ଟି ଚିପି ମାରିଦେଇଛି ମା।ମହିଳା ଜଣଙ୍କ ବିବାହିତ ହୋଇ ମଧ୍ୟ ଅନ୍ୟଙ୍କ ସହିତ ସମ୍ପର୍କ ରଖୁଥିଲେ।ଏସବୁ ଘଟଣା ପୁଅ ଦେଖିଲା ପରେ ନିଜ ପୁଅକୁ ଜୀବନରୁ ମାରିବା ପାଇଁ ବ୍ଲୁ ପ୍ରିଣ୍ଟ ରଚିଥିଲା ମା।ଯେଉଁଠି ମା କଥା ସାମ୍ନାକୁ ଆସେ ସେଠି ପ୍ରେମ,ଭଲ ପାଇବା ଓ ମମତା କୁ କେମିତି ବା ଦୂରେଇ ରଖିବେ।
କିନ୍ତୁ ଏଠାରେ ଏମିତି ଜଣେ ମା ର କଥା ସାମ୍ନାକୁ ଆସିଛି ଯିଏ ନିଜ ଜନ୍ମ କଲା ପୁଅକୁ ତଣ୍ଟି ଚିପି ମାରି ଦେଇଛି।ଦେବଗଡ଼ ପୌରାଞ୍ଚଳ ର ରଜମୁଣ୍ଡା ଚର୍ଚା ସାହି ର ଘଟଣା ସମଗ୍ର ଅଞ୍ଚଳ କୁ ସ୍ତବ୍ଧ କରି ଦେଇଛି।ଜୁନ ୧ ତାରିଖ ଦିନ ସକାଳ ପାଖାପାଖି ୯ ଟା ସମୟରେ ମା ଲିଲି ସାନ ଝିଅକୁ ସ୍କୁଲ ରେ ଛାଡି ଘରକୁ ଫେରିବା ପରେ ଅଷ୍ଟମ ଶ୍ରେଣୀ ରେ ପଢୁଥିବା ପୁଅ ମୀକୂ ଙ୍କ ସହ ପ୍ରବଳ ଝଗଡ଼ା ହୋଇଥିଲା।
ସ୍ବାମୀ ବାହାରେ ରହି କାମ କରୁଥିବା ବେଳେ ରଞ୍ଜନ ନାୟକ ନାମକ ଜଣେ ଯୁବକ ଙ୍କ ସହ ଅନୈତିକ ସମ୍ପର୍କ ସ୍ଥାପନ କରି ଆସୁଥିଲେ ଲିଲି।ନାବାଳକ ପୁଅ ଏହା ଦେଖିବା ପରେ ପ୍ରତିବାଦ କରିବାରୁ ପୁଅକୁ ସବୁବେଳେ ନି-ର୍ଯା-ତ-ନା ଦେବା ସହ ବାପାଙ୍କୁ ନ ଜଣାଇବା ପାଇଁ ଧମକ ଦେଉଥିଲେ। ଯାହାକୁ ନେଇ ମିକୁ ଗତ ୨୦୨୨ ମସିହା ନଭେମ୍ବର ୨୨ ତାରିଖ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କ ନିକଟ ରେ ମା ଙ୍କ ବିରୋଧ ରେ ଅଭିଯୋଗ ମଧ୍ୟ କରିଥିଲେ।
ମାତ୍ର ଘଟଣା ଦିନ ମା ର ଅନୈତିକ ସମ୍ପର୍କ କୁ ନେଇ ମା କୁ ବିରୋଧ କରିଥିଲା ପୁଅ।ଏହାକୁ ନେଇ ମା ଏବଂ ପୁଅ ମଧ୍ୟରେ ଝଗଡ଼ା ହୋଇଥିଲା।ଆଉ ଶେଷରେ ଏକ ଶାଢ଼ୀ ରେ ପୁଅର ତଣ୍ଟି ଚିପି ହ-ତ୍ୟା କରିଥିବା ଜଣାପଡିଛି। ଗତ ୧ ତାରିଖ ଦିନ ଘରେ କେହି ନଥିବା ବେଳେ ମୀକୁ ଗୁରୁତର ହୋଇ ପଡ଼ିଥିବା କହି ମା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ।
ପରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ।ପୋଲିସ ଏହି ଖବର ପାଇ ଲିଲି ଏବଂ ତାଙ୍କ ପ୍ରେମିକ ଙ୍କୁ ପଚରାଉଚରା କରିଥିଲେ।ବର୍ତ୍ତମାନ ପୋଲିସ ତାଙ୍କୁ ଗିରଫ କରିଛି।ଏହି ଖବରଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।