ଅନ୍ୟ ମହିଳାଙ୍କୁ ନିଜ ସ୍ତ୍ରୀ ଭାବି କିସ କରିଦେଲେ ରାଷ୍ଟ୍ରପତି ଆଉ ତା ପରେ କିଛି ହେଲା ଏମିତି

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
ବନ୍ଧୁଗଣ ଆମେରିକାରେ ଏବେ ଲାଗି ରହିଛି ନିର୍ବାଚନି ମାହଲ। ଏହାରି ଭିତରେ ରାଷ୍ଟ୍ରପତି ବାଇଡେନଙ୍କ ସ୍ମୃତିଭ୍ରମ ଏବଂ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଚର୍ଚ୍ଚା ଲାଗି ରହିଛି। କିଛିଦିନ ତଳେ ଏକ ସଭା ଚାଲିଥିବା ବେଳେ ବାଇଡେନ ମନକୁ ମନ ସଭାସ୍ଥଳ ଛାଡ଼ି ଚାଲିଯାଇଥିବା ଘଟଣା ଦେଖିବାକୁ ମିଳିଥିଲା। ଆଉ ଏବେ ବାଇଡେନ ଅନ୍ୟ ଜଣେ ମହିଳାଙ୍କୁ ନିଜ ସ୍ତ୍ରୀ ଭାବି ସଭା ମଞ୍ଚରେ ଚୁମ୍ବନ ଦେବା ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। 
ରାଷ୍ଟ୍ରପତି ଭବନରେ ଏକ ଉତ୍ସବରେ ଅନ୍ୟ ଜଣେ ମହିଳାଙ୍କୁ ନିଜ ପତ୍ନୀ ଭାବି ଚୁମ୍ବନ କରିବାକୁ ଯାଉଥିବା ବାଇଡେନଙ୍କୁ ତାଙ୍କ ପତ୍ନୀ ଜିଲ ଆସି ଅଟକାଇ ଥିଲେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ମହିଳାଙ୍କ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅନେକ ମହିଳା ଯୋଗ ଦେଇଥିଲେ। ବାର୍ତ୍ତାଳାପ ସମୟରେ ବାଇଡେନ୍ ହଠାତ ଜଣେ ମହିଳାଙ୍କୁ ନିଜ ପତ୍ନୀ ଜିଲ୍ ବୋଲି ଭାବି ଚୁମ୍ବନ କରିବାକୁ ଯାଉଥିଲେ। ନିକଟରେ ଠିଆ ହେଇଥିବା ବାଇଡେନଙ୍କ ପତ୍ନୀ ଏହା ଦେଖି ସେଠାକୁ ଦୌଡ଼ି ଯାଇ ବାଇଡେନଙ୍କୁ ତାଙ୍କ ସହିତ ନେଇ ଆସିଥିଲେ। 
ଏଇ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଅନେକ ବାଇଡେନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଓ ରାଷ୍ଟ୍ରପତି ପ୍ରାର୍ଥୀତ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ରାଷ୍ଟ୍ରପତି ଭବନର ଆଭ୍ୟନ୍ତରଣ ଖବର ଅନୁସାରେ ପୂର୍ବତନ ରାଷ୍ଟ୍ରପତି ବାରାକଅବାମା, ପୂର୍ବତନ ବାଚସ୍ପତି ନାନ୍ସି ବେଲୋସି, ସିନେ ତଥା ସଂଖ୍ୟା ଗରିଷ୍ଠ ଦଳର ନେତା ଚୋକ୍ସ୍ କୁମର ପ୍ରମୁଖ ବାଇଡେନଙ୍କୁ ରାଷ୍ଟ୍ରପତି ଦୌଡ଼ରୁ ଅହରୀ ଯିବାକୁ ଚାପ ପକାଉଛନ୍ତି।