ଅଚାନକ ଭାବେ କାହିଁକି ବଢିଲା ଯିଓ ପ୍ଲାନ୍ ଜାଣନ୍ତୁ ଏହାର ମୁଖ୍ୟ କାରଣ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜୁଲାଇ ୩ରୁ ଲାଗୁ ହେବ ଜିଓ ରିଚାର୍ଜ ନୂଆ ନିୟମ। ଲୋକ ମାନେ ଅଧିକ ଟଙ୍କା ଦେଇ ସେମାନଙ୍କ ମୋବାଇଲ ରିଚାର୍ଜ କରିବେ। ବନ୍ଧୁଗଣ ଗ୍ରାହକଙ୍କୁ ବଡ଼ ଝଟକା ଦେଇଛି ରିଲାଏନ୍ସ ଜିଓ। ଆଜି କମ୍ପାନୀ ପକ୍ଷରୁ ବିଭିନ୍ନ ରିଚାର୍ଜ ପ୍ଲାନର ଦାମକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ଜିଓ ଟାରିଫ ବୃଦ୍ଧି କରିବ ବୋଲି ଘୋଷଣା କରିଛି। ନୂଆ ନିୟମ ଜୁଲାଇ ୩ରୁ ଲାଗୁ ହେବ। ଲୋକମାନେ ଅଧିକ ଟଙ୍କା ଦେଇ ସେମାନଙ୍କ ମୋବାଇଲ ରିଚାର୍ଜ କରିବେ। 
ବର୍ତ୍ତମାନ ଜିଓ ତରଫରୁ ୧୫୫ ଟଙ୍କିଆ ପ୍ୟାକେଜ ସବୁଠାରୁ ଅଧିକ ରିଚାର୍ଜ ହେଉଛି। ଜୁଲାଇ ୩ରୁ ଏହି ପ୍ୟାକେଜରେ ଥିବା ସମସ୍ତ ସୁବିଧା ପାଇଁ ଗ୍ରାହକଙ୍କୁ ୧୮୯ ଟଙ୍କା ଦେବାକୁ ପଡ଼ିବ। ଏହାର ଅର୍ଥ ୧୫୫ ଟଙ୍କିଆ ପ୍ୟାକେଜ ୨୨% ମହଙ୍ଗା ହୋଇଛି। କମ୍ପାନୀ ପକ୍ଷରୁ ୧୯ଟି ପ୍ଲାନ୍ସର ଟାରିଫ ବୃଦ୍ଧି କରାଯାଇଛି। ଏହା ମଧ୍ୟରେ ୧୭ଟି ପ୍ରିପେଡ୍‌ ଓ ୨ଟି ପୋଷ୍ଟପେଡ୍‌ ପ୍ଲାନ୍ସ ରହିଛି। ତେବେ ଆସନ୍ତୁ ଜାଣିବା ପୂର୍ବରୁ କେତେ ଥିଲା ଏବେ କେତେ ହେବ ଜିଓ ରିଚାର୍ଜ ପ୍ଲାନ୍।
୧୫୫ ଟଙ୍କିଆ ପ୍ଲାନରେ ୨ ଜିବି ଡାଟା ଥିବା ବେଳେ ଅନଲିମିଟେଡ୍‌ କଲ୍‌ ବ୍ୟବସ୍ଥା ଥିଲା। ଏହାର ବୈଧତା ୨୮ ଦିନ ରହିଥିଲା। କିନ୍ତୁ ଜୁଲାଇ ୩ରୁ ଏହି ସମାନ ପ୍ଲାନ ପାଇଁ ୧୮୯ ଟଙ୍କା ଦେବାକୁ ପଡ଼ିବ। ସେହିପରି ୨୦୯ ଟଙ୍କିଆ ପ୍ଲାନରେ ଦୈନିକ ୧ ଜିକି ଡାଟା ଓ ଅନଲିମିଟେଡ୍‌ କଲ୍‌ ବ୍ୟବସ୍ଥା ଥିଲା। ଏହାର ବୈଧତା ୨୮ ଦିନ ରହିଥିଲା। ଏବେ ୨୪୯ ଟଙ୍କା ଦେବାକୁ ପଡ଼ିବ। ୨୩୯ ଟଙ୍କିଆ ପ୍ଲାନ ୨୯୯ ଟଙ୍କା ଦେବାକୁ ପଡିବ। 
ସେମିତି ୨୯୯ ଟଙ୍କିଆ ପ୍ଲାନ ପାଇଁ ୩୪୯ ଟଙ୍କା ଦେବାକୁ ପଡ଼ିବ। ୨୮ ଦିନିଆ ୩୪୯ ଟଙ୍କିଆ ଯୋଜନା ପାଇଁ ଯେଉଁଥିରେ ପ୍ରତିଦିନ ୨.୫ ଜିବି ଡାଟା ପ୍ଲାନ୍ ଥିଲା ତାହାକୁ ଏବେ ୩୯୯ ଟଙ୍କା ଦେବାକୁ ପଡ଼ିବ। ଅନ୍ୟପଟେ ଆପଣଙ୍କୁ ୩୯୯ ଟଙ୍କା ଯୋଜନା ପାଇଁ ଆପଣଙ୍କୁ ୪୯୯ ଟଙ୍କା ଦେବାକୁ ପଡ଼ିବ। ଯେଉଁଥିରେ ଆପଣ ୩ ଜିବି ଡାଟା ପାଇପାରିବେ। ଏହିଭଳି ଭାବରେ ପ୍ରତିଟି ଜିଓ ରିଚାର୍ଜ ପ୍ଲାନର ଦର ବୃଦ୍ଧି କରାଯାଇଛି। ଯାହାକୁ ନେଇ ଗ୍ରାହକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।