ସାମ୍ବାଦିକାଙ୍କ ଉପରେ କୁକୁର ଛାଡ଼ିବା ପଡ଼ିଲା ମହଙ୍ଗା ଦେଖନ୍ତୁ ରୁଜୁ ହେଲା ମାମଲା

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। 
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ସାମ୍ବାଦିକା ଉପରକୁ କୁକୁର ଛାଡିଲେ ବିଜେଡିର ପୂର୍ବତନ ବିଧାୟକ ରଘୁନନ୍ଦନ ଦାସ। ଅର୍ଗସ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କ ଉପରେ ରଘୁନନ୍ଦନ ଓ ତାଙ୍କ ଲୋକ କଲେ ଆକ୍ରମଣ। ଗର୍ବ ଓ ଦମ୍ଭର ସହ ରଘୁନନ୍ଦନ କହିଲେ, "ହଁ ମୁଁ କୁକୁର ଛାଡିଛି"। ତେବେ ବନ୍ଧୁଗଣ ଗୁଣ୍ଡାଗର୍ଦ୍ଦିର ସବୁ ସୀମା ଟପିଗଲେ ବିଜେଡିର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ। 
ମଙ୍ଗଳବାର ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନର ଗୁମର ଖୋଲିଥିଲା। ଏହି ସମୟରେ ରିପୋର୍ଟର ଚିନ୍ମୟୀ ସାହୁ ଓ ଭିଡିଓ ଜର୍ଣ୍ଣାଲିଷ୍ଟ ଉମେଶ ଓ ଅନ୍ୟ ଗଣମାଧ୍ୟମ ପ୍ରତିନିଧି ଭିଜୁଆଲ ନେବାପାଇଁ ବବିଙ୍କ ପାଖ ଘର ରଘୁନନ୍ଦନଙ୍କ ଘର ଭିତରକୁ ଯାଇଥିଲେ। ତାଙ୍କ ସୁରକ୍ଷାକର୍ମୀ ଏନେଇ ଅନୁମତି ବି ଦେଇଥିଲେ । ହେଲେ ବବିଙ୍କ ପୋଲ ଖୋଲିଯାଇଥିବାରୁ ଉତ୍ତେଜିତ ହୋଇଯାଇଥିଲେ ରଘୁନନ୍ଦନ ଦାସ।
ମହିଳା ସାମ୍ବାଦିକା ଚିନ୍ମୟୀ ତାଙ୍କ ସହ କଥା ହେଉଥିବା ବେଳେ ହଠାତ୍ ଦୁଇ କୁକୁର ଛାଡିଦେବାକୁ ନିର୍ଦ୍ଦେଶ ଦେଇଥିଲେ ରଘୁନନ୍ଦନ। ଦୁଇ କୁକୁର ଦୌଡି ଆସିଥିଲେ ଚିନ୍ନୟୀଙ୍କ ଆଡ଼କୁ। ଖାଲି ସେତିକି ନୁହେଁ, ଚିନ୍ନୟୀଙ୍କୁ ରକ୍ଷା କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ ଭିଡିଓ ଜର୍ଣାଲିଷ୍ଟ ଉମେଶ। ତାଙ୍କୁ ଟଣାଓଟରା କରିବା ସହ ରଘୁନନ୍ଦନ ମାଡ ମାରିଥିଲେ। ତାଙ୍କ ସାର୍ଟ ବି ଚିରିଦେଇଥିଲେ।