ଝିଅ କଲା ଏମିତି ରେକର୍ଡ ସମସ୍ତ ଲୋକେ ଦେଖି ହେଲେ ଆଶ୍ଚର୍ଯ୍ୟ ଦେଖନ୍ତୁ ଏତେ କମ ବୟସରୁ ପାଇଲେ ଏମିତି ସଫଳତା

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ କୁନି ଝିଅଟିର ନାଁ ହେଉଛି ଆରଧ୍ୟା। ବୟସ ହେଉଛି ମାତ୍ର ୪ ବର୍ଷ। ହେଲେ ତାର ପ୍ରତିଭା କହିବାକୁ ଗଲେ ବିରଳ। 
କୁନି ମୁଣ୍ଡରେ ବହୁତ ଜ୍ଞାନ। ନିଜର ବିରଳ ପ୍ରତିଭା ପାଇଁ ଆଜି ସେ ସବୁଆଡେ ଚର୍ଚ୍ଚିତ। ମାତ୍ର ୩୦ ସେକେଣ୍ଡରେ ସେ ୩୦ ବୈଜ୍ଞାନିକଙ୍କ ନାଁ, ୨୮ ସେକେଣ୍ଡରେ ୨୮ ରାଜ୍ୟର ରାଜଧାନୀ ନାମ ସହିତ ୨୪ ସେକେଣ୍ଡରେ ଓଡ଼ିଶାରେ ୩୦ଟି ଜିଲ୍ଲାର ନାଁ କହି ଦେଉଛି ଆରାଧ୍ୟା। ଏଭଳି ବିଚକ୍ଷଣ ଜ୍ଞାନ ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକଡରେ ସ୍ଥାନ ପାଇଛି ଆରାଧ୍ୟା। ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ହାକପଡା ଗ୍ରାମର ଅଜୟ ପ୍ରଧାନ ଓ ତିଳତ୍ତୋମା ପ୍ରଧାନଙ୍କ ଏକ ମାତ୍ର ଝିଅ ହେଉଛି ଆରାଧ୍ୟା ପ୍ରଧାନ। 
ବାପା ଅଜୟ ବାହାର ରାଜ୍ୟରେ ରହି ଏକ ଘରୋଇ କମ୍ପାନୀରେ କାମ କାର୍ଯ୍ୟ କରନ୍ତି। କିନ୍ତୁ ମା ତିଳତ୍ତୋମା ଘରେ ରହି ଏକ ମାତ୍ର ଝିଅକୁ ଅକ୍ଷର ଶିକ୍ଷା ଦେଉଥିଲେ। କିନ୍ତୁ ଝିଅ ଆରାଧ୍ୟା କମ ବୟସରୁ ସବୁ ଅକ୍ଷର ମନେ ରଖିଦେଉଥିଲା। ମା ମଧ୍ୟ ଝିଅର ଏଭଳି ପ୍ରତିଭା ଦେଖି ଝିଅକୁ ତାଲିମ ଦେଉଥିଲେ। ଆଉ ଏବେ ଆରାଧ୍ୟା ୩୦ ସେକେଣ୍ଡରେ ୩୦ ଜିଲ୍ଲାର ନାଁ ବି କହି ଦେଉଛି। ଝିଅଟିର ଏଭଳି ଚମତ୍କାର କେହି ବି ନଦେଖିଲେ ବିଶ୍ବାସ କରିପାରିବେ ନାହିଁ। 
ଏଲ କେଜୀରେ ପାଠ ପଢୁଥିବା ଝିଅ କଲେଜ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ଯେଉଁ ସବୁ ପାଠ ମନେ ରଖିବା ଅସମ୍ଭବ ଆରାଧ୍ୟା ସେସବୁକୁ ମନେ ରଖୁଛି। ତେବେ ଯେତେବେଳେ ଆରାଧ୍ୟାଙ୍କୁ ୨ ମାସ ୭ ଦିନ ହେଇଥିଲା ସେତେବେଳେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଏବଂ ତିନି ବର୍ଷରେ କଲମସ୍ ୱାଲ୍ଡ ରେକଡ୍ ସହିତ ଇଣ୍ଟ୍ରନ୍ୟାସନାଲ ସୁପର ଟ୍ୟାଲେଣ୍ଟ ଟ୍ରଫି ହାସଲ କରିଥିଲେ ଆରାଧ୍ୟା। ଝିଅର ଏଭଳି ପ୍ରତିଭା ପାଇଁ ବାପା ମା ସହିତ ପୁରା ପରିବାର ଆଜି ଗର୍ବ ଅନୁଭବ କରୁଛନ୍ତି।