ପୂର୍ବତନ ମୁଖ୍ୟମନ୍ତ୍ରୀ କରିବାକୁ ଯାଉଛନ୍ତି ବଡ଼ ଘୋଷଣା ଦେଖନ୍ତୁ ଆସିଲା ବଡ଼ ଅପଡେଟ ଆଗକୁ ହେବ କିଛି ଏମିତି

 
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ୨୦୨୪ ନିର୍ବାଚନ ବିଜୁଜନତା ଦଳଙ୍କ ପାଇଁ ଆଣିଛି ବଡ ବିପର୍ଯ୍ୟୟ। ଦୀର୍ଘ ୨୪ ବର୍ଷଧରି ଓଡ଼ିଶାକୁ ଶାସନ କରୁଥିବା ବିଜେଡି ପ୍ରଥମଥର ପାଇଁ ହେଇଛି ପରାଜୟ। ପ୍ରାୟ ଅଢେଇ ଦଶନ୍ଧି ଧରି ଓଡିଶାର ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ନବୀନ ପଟ୍ଟନାୟକଙ୍କ ପରିଚୟ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ। ଅନ୍ୟପଟେ ନିର୍ବାଚନରେ ବିପୁଳ ବିଜୟ ସହ ରାଜ୍ୟରେ ଏକକ ସରକାର ଗଠନ କରିଛି ବିଜେପି। 
ଗତ ଜୁନ୍ ୧୨ ତାରିଖରେ ଶପଥ ଗ୍ରହଣ ଉତ୍ସବ ପରଠାରୁ ଆକସନ ମୁଡକୁ ଆସୁଛନ୍ତି ନୂଆ ସରକାର। ନୂଆ ମନ୍ତ୍ରୀମଣ୍ଡଳ ଗଠନ ସହିତ ବିଭାଗ ବଣ୍ଟନ ମଧ୍ୟ ସରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଏଭଳି ଅପ୍ରତ୍ୟାସିତ ପରାଜୟ ପର ଏହାକୁ କିଭଳି ଭାବେ ଗ୍ରହଣ କରୁଛି ବିଜେଡି। ଶାସକ ଦଳ ଭାବେ ରହି ଆସିଥିବା ବିଜେଡି ପ୍ରଥମଥର ପାଇଁ ତୁଲେଇବାକୁ ଯାଉଛି ବିରୋଧୀ ଦଳର ଭୂମିକା। କ୍ଷମତା ହରାଇଥିଲେ ମଧ୍ୟ ୫୧ଟି ବିଧାନସଭା ଆସନ ଜିତି ବିଜୁ ଜନତା ଦଳ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ଭାବରେ କାର୍ଯ୍ୟ କରୁଛି। 
ଜନାଦେଶକୁ ଗ୍ରହଣ କରିବା ସହିତ ଏକ ଗଠନ ମୂଳକ ବିରୋଧୀ ଦଳର ଭୂମିକା ନେବା ବୋଲି କହିସାରିଛି ବିଜେଡି। କାରଣ ଦୀର୍ଘ ସମୟ ଧରି ରାଜ୍ୟ ଶାସନର ଅନୁଭବ ରହିଥିବା ବିଜୁ ଜନତା ଦଳ ବିଧାନସଭାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ ବୋଲି ଆଶା କରାଯାଉଛି। ହେଲେ ବିରୋଧୀ ଦଳର ନେତା କିଏ ହେବେ ତାକୁ ନେଇ ଚାଲିଛି ବିଭିନ୍ନ ଚର୍ଚ୍ଚା ଏବଂ ଆଲୋଚନା। ଖବର ମିଳିଛି ଯେ, ଜୁନ ୧୯ ତାରିଖ ବଡ ନିଷ୍ପତି ନେବାକୁ ଯାଉଛନ୍ତି ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ। 
କାଲି ନବୀନ ନିବାସରେ ହେବାକୁ ଯାଉଛି ବିଜେଡି ବିଧାୟକ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ। କୁହାଯାଉଛି ଯେ ବିଜେଡିର ବରିଷ୍ଠ ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପରେ ଏହି ଗୁରୁ ଦାୟିତ୍ଵ ଦେଇପାରେ ଦଳ। ତେବେ ଆଜି ଠାରୁ ତିନିଦିନିଆ ବିଧାନସଭା ଅଧିବେଶନ ଆରମ୍ଭ ହେଇଥିବା ବେଳେ ଗୃହକୁ ଆସିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ଵାଇଁ ନବୀନଙ୍କୁ ବିଧାନସଭା ଭାବେ ଶପଥ ପାଠ କରାଇଥିଲେ।