ନାଳରେ ପଶିଗଲା ହାତୀ ଛୁଆ କାନ୍ଦି କାନ୍ଦି ମା କଲା ଏମିତି ଦେଖନ୍ତୁ ଆସିଲା ହୃଦୟ ବିଦାରକ ଦୃଶ୍ୟ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ନାଳ ଭିତରେ ପଡ଼ିଯାଇଥିବା ଛୁଆ ହାତୀଟିକୁ ବାହାରକୁ ବାହାର କରିବା ପାଇଁ ସଂଘର୍ଷ କରୁଛି ମା ହାତୀଟି। ଶୁଣ୍ଢରେ ଗୋଡ଼ରେ ବାହାର କରିବା ପାଇଁ ଚେଷ୍ଟା କରୁଛି ମା ହାତୀଟି।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅସନବଣୀ ଗାଁରେ। ଆପଣ ମାନେ ଭିଡିଓଟିରେ ଦେଖି ପାରୁଥିବେ ବିଲରେ ଜଳ ସେଚନ ପାଇଁ ରହିଥିବା ଶାଖା ନାଳରେ କେମିତି ଗୋଟେ ଛୁଆ ହାତୀଟି ଗଳି ପଡ଼ିଛି। ସୂଚନା ମୁତାବିକ ସେହି ରାସ୍ତା ଦେଇ ଗତ ରାତିରେ ହାତୀ ପୋଲ ଯାଉଥିଲେ କିନ୍ତୁ ଯିବା ସମୟରେ ନାଳରେ ଏକ ଛୁଆ ହାତୀଟି ଗଳି ପଡ଼ିଥିଲା। ଫଳରେ ଅନ୍ୟସବୁ ହାତୀ ମାନେ ସେହି ଛୁଆ ହାତୀଟିକୁ ଛାଡି ପଳେଇବା ପରେ ମା ହାତୀଟି ଗତକାଲି ରାତିରୁ ଛୁଆ ହାତୀଟିକୁ ସେହି ନାଳ ପାଖରେ ଜଗି ରହିଥିଲା। 
ସକାଳ ହଉ ହଉ ଆରମ୍ଭ କରିଥିଲା ଉଦ୍ଧାର କାର୍ଯ୍ୟକ୍ରମ। ନାଳ ଭିତରୁ ଛୁଆ ହାତୀଟିକୁ ବାହାର କରିବା ପାଇଁ ଚେଷ୍ଟା ଜାରି ରଖିଥିଲା ମା ହାତୀଟି। ତେବେ ନାଳରୁ ବାହାର କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରୁଛି ମା ହାତୀଟି। ହାତୀ ସାବକ ପାଖରେ ଜଗି ରହିଥିବା ମା ହାତୀ ଓ ଅନ୍ୟ ଏକ ବିଶାଳ ହାତୀ ସାବକର ସୁରକ୍ଷା ପାଇଁ ଆ-କ୍ର-ମ-ଣା-ତ୍ମ-କ ହୋଇ ଉଠିଥିବା ବେଳେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜେସିପି ଉପରେ ଆ-କ୍ର-ମ-ଣ କରିଥିଲେ। 
ଶେଷରେ ଦୀର୍ଘ ୪ ଘଣ୍ଟାର ନିରବିଛିନ୍ନ ଉଦ୍ଧାର ପରେ ନାଳ ଭିତରୁ ସାବକ ହାତୀଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଗତକାଲି ରାତିରୁ ହାତୀ ସାବକଟି ନାଳରେ ଖସି ପଡ଼ିଥିବା ବେଳେ ଗୁରୁବାର ସକାଳୁ ଛୁଆ ହାତୀଟିକୁ ଉଦ୍ଧାର ପାଇଛି। ବେତନଟୀ ରେଞ୍ଜର କର୍ମଚାରୀ ଓ ସ୍ଥାନୀୟ ଲୋକେ ପହଞ୍ଚି ସାବକ ହାତୀଟିକୁ ଉଦ୍ଧାର କରିଥିଲେ। ନାଳଟି ପାଖାପାଖି ୭ ରୁ ୮ ଫୁଟ ଚଉଡ଼ା ପାଞ୍ଚ ଫୁଟରୁ ଅଧିକ ଗଭୀର ଥିବାରୁ ହାତୀ ସାବକଟି ଉଠି ପାରିନଥିଲା।