ସୁର କହିଲେ ଶାହା କଣ କହିବେ ମ ନବୀନ ଙ୍କୁ ପ୍ରଶଂସା କରିବାକୁ ସେ ବାଧ୍ୟ..

 
ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ଆପଣମାନେ ସମସ୍ତେ ତ ନିକଟରେ ଶୁଣିଥିବେ ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା ନକରି ରହି ପାରିନଥିଲେ ଗୃହମନ୍ତ୍ରୀ ଅମିତ୍ ଶାହା । ଏବେ ଏହି କଥାକୁ ନେଇ କଂଗ୍ରେସ ଦଳର ନେତା ସୁର ରାଉତରାୟ କିଛି କଥା କହିଛନ୍ତି ।
ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ମନ୍ତ୍ରୀ ଅମିତ୍ ଶାହା ପ୍ରଶଂସା କରିବା କଥାକୁ ନେଇ କିଛି କହିଛନ୍ତି ସୁର ରାଉତରାୟ । ସେ କହିଛନ୍ତି, ଅମିତ୍ ଶାହା ସାର ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବାକୁ ବାଧ୍ୟ।କାରଣ ନବୀନ ହେଉଛନ୍ତି ସୁଖ ଆଉ ଦୁଃଖର ସାଥୀ । ଓଡ଼ିଶାରେ ଅନେକ ବିପଦ ପଡ଼ିଛି କିନ୍ତୁ ଏହାକୁ ସାମ୍ନା କରିଛନ୍ତି ନବୀନ ପଟ୍ଟନାୟକ । ନବୀନ ଏତେ ବାତ୍ୟା ଆଦିରେ ରିଲିଫ ନେଇ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି। ସେ ସବୁବେଳେ ଲୋକଙ୍କୁ ସାହାଯ୍ୟ କରିଛନ୍ତି । ତାଙ୍କର ଦକ୍ଷତାର ପଟ୍ଟାନ୍ତର ନାହିଁ।
୧୯୯୯ ମସିହା ବାତ୍ୟା ପୃଥିବୀ ଇତିହାସରେ ଏକ କିମ୍ବଦନ୍ତୀ । ଆଉ ପାଣି ସେତେବେଳକୁ ପ୍ରବଳ । ଆଉ ସେତେବେଳେ ଲୋକମାନଙ୍କୁ ସାହାଯ୍ୟ କରିବା ଆଉ ଲୋକଙ୍କ ପାଖରେ ରିଲିଫ ପହଞ୍ଚାଇବା ଆଦି କାମ ନବୀନ ପଟ୍ଟନାୟକ କରିଥିଲେ । ସେହି ସମୟରେ ଘରର ଛାତ ଉପରକୁ ପାଣି ଆସିଥିଲା । ଲୋକମାନେ ଅନେକ ହଇରାଣ ହୋଇଥିଲେ । ନବୀନ ପଟ୍ଟନାୟକ ସେତେବେଳେ ଲୋକମାନଙ୍କୁ ବହୁତ ସାହାଯ୍ୟ କରିଛନ୍ତି । ଓଡ଼ିଶାରେ ବିଜେଡି ସରକାର ୨୪ ବର୍ଷ ଶାସନ ଭିତରେ ଅନେକ ବାତ୍ୟା, ମହାବାତ୍ୟା, ମରୁଡି ଆଦି ହୋଇଛି ।
ଆଉ ଏହି ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହିସବୁର ସମାଧାନ କରିଛନ୍ତି । ଏବେ କେରଳରେ ଭୂସ୍ଖଳନ ହୋଇଛି । ଆଉ ସେଠାରେ କିଛି କାର୍ଯ୍ୟ ହୋଇନାହିଁ।କିନ୍ତୁ ନବୀନ ପଟ୍ଟନାୟକ ମହାବାତ୍ୟା ସମୟରେ ତାଙ୍କର ଅନେକ ସାହସ ଦେଖାଇଥିଲେ।ସେ ଲୋକମାନଙ୍କ ସହିତ ଥିଲେ । ଲୋକମାନଙ୍କୁ ଥଇଥାନ କରିବା, ଲୋକମାନଙ୍କର କାମ କରିବା ତାଙ୍କୁ ସାହାଯ୍ୟ କରିବା । ଏବଂ ଏହି ବାତ୍ୟାରୁ ଉଦ୍ଧାର କରିବା ଆଦି ଅନେକ କାମ ନବୀନ ପଟ୍ଟନାୟକ କରିଥିଲେ।ଏବେ ସଂସଦରେ ତାଙ୍କର ଦକ୍ଷତା ଏବଂ କାମ ଦେଖି ତାଙ୍କୁ ଗୃହମନ୍ତ୍ରୀ ପ୍ରଶଂସା କରିଥିଲେ ।