ଅଚାନକ ଥାନାରେ ପହଞ୍ଚି ବହେ ଶୁଣାଇଲେ ବିଧାୟକ ବାବୁ ଦେଖନ୍ତୁ କଣ ହୋଇଥିଲା ଘଟଣା

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଥାନାରେ ପଶି ବହେ ଶୁଣାଉଛନ୍ତି ବିଧାୟକ । ବିଧାୟକ ଜଣକ ଥାନାକୁ ଯାଇଛନ୍ତି ଆଉ ପୋଲିସ ବାବୁଙ୍କୁ ବହେ ଶୁଣାଇଲେ । ପୋଲିସ ବାବୁ ଜଣକ ତାଙ୍କର କାମ ଠିକରେ କରୁ ନଥିଲେ ଆଉ ଏହି କାରଣରୁ ବିଧାୟକ ଜଣକ ସେଠାକୁ ଯାଇଥିଲେ । 
ଆଉ ସେଠାରେ ସେ ପହଞ୍ଚି ପୋଲିସ ବାବୁଙ୍କୁ କହୁଛନ୍ତି ଏଭଳି କିଛି । ବିଧାୟକ ଜଣକ ପୋଲିସ ବାବୁଙ୍କୁ କହିଲେ କାମ କରିବାରେ ଇଚ୍ଛା ନାହିଁ କାହିଁକି ରହିଛ । ଅବ୍ୟବସ୍ଥାକୁ ନେଇ ପୋଲିସ ବାବୁଙ୍କ ଉପରେ ବର୍ଷିଲେ ବିଧାୟକ । ବିଧାୟକ କହିଲେ ଜନସାଧାରଣଙ୍କୁ ସମ୍ମାନ ଦିଅନ୍ତୁ । ବିଧାୟକ ଜଣକ କହୁଥିବା ବେଳେ ପୋଲିସ ବାବୁଙ୍କ ମୁହଁ ପୁରା ବନ୍ଦ ହୋଇ ଯାଇଥିଲା । ସାଧାରଣ ଲୋକଙ୍କୁ ପୋଲିସ ସାହାଯ୍ୟ କରିବାକୁ ଥିବା ବେଳେ ସେମାନେ ପୋଲିସ ଉପରେ ବିଶ୍ବାସ ରଖିଥିବା ବେଳେ ପୋଲିସ ଏଭଳି କାମ କରୁଛି । 
ପୋଲିସ ବାବୁ ମାନେ ସାଧାରଣ ଲୋକଙ୍କୁ ହଇରାଣ କରୁଛନ୍ତି । ଏଫୟାର ଲେଖିବାକୁ ମଧ୍ୟ ମନା କରୁଛନ୍ତି ପୋଲିସ ବାବୁମାନେ । ପୋଲିସ ବାବୁମାନେ କାଗଜ ନାହିଁ ଅଭିଯୋଗ ଲେଖିବୁ କିଭଳି ବୋଲି କହୁଥିଲେ । ଏହିସବୁ କଥା ଜାଣିବା ପରେ ସେଠାରେ ବିଧାୟକ ବାବୁ ପହଞ୍ଚି କାଗଜ ଦେଇ କହିଛନ୍ତି ଏହିସବୁ କଥା । ବିଧାୟକ ରାତି ଅଧରେ ସେଠାରେ ପହଞ୍ଚିଛନ୍ତି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂପୁର ଥାନାରେ । ପୋଲିସ ବାବୁ କିଛି କହିପାରିଲେ ନାହିଁ । ବିଧାୟକ ଜଣକ ହେଉଛନ୍ତି ଅମରେନ୍ଦ୍ର ଦାସ । 
ଏବେ ରାଜ୍ୟରେ ବିଜେପି ସରକାର ଚାଲୁଛି ଆଉ ବିଜେପି ସରକାର ଅନ୍ୟାୟ କରିବାକୁ ଦେବ ନାହିଁ । ଆଉ ଏବେ ପୋଲିସ ଏଭଳି କାମ କରୁଥିବାର ଦେଖି ସେଠାରେ ଏଭଳି କହୁଛନ୍ତି ବିଧାୟକ ଅମରେନ୍ଦ୍ର ଦାସ । ବିଧାୟକ ବାବୁ ଜଣକ କୌଣସି କାମ ପାଇଁ ପୋଲିସ ଥାନାକୁ ଯାଇଥିଲେ ଆଉ ସେଠାରେ ସେ ଏଭଳି କିଛି ଦେଖିଥିଲେ ଆଉ ଏହା ଦେଖିବା ପରେ ସେଠାରେ ସେ ପୋଲିସ ମାନଙ୍କୁ ତାଙ୍କ କାମ ଆଉ ଲୋକମାନଙ୍କ ସହିତ କିଭଳି ବ୍ୟବହାର କରିବ ତାହା କହିଥିଲେ । ଏବେ ଏହି କଥାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।