ଓଡ଼ିଶା ବାସୀ ଙ୍କ ପାଇ ୨୦ ବର୍ଷ କାମ କଲା ପରେ ଶେଷରେ ପାଣ୍ଡିଆନ ଙ୍କୁ ମିଳିଲା କଣ? ଯଦି ସେ ମୁଖ୍ୟମନ୍ତ୍ରୀ ହୋଇ ରାଜ୍ୟ ଭଲ ସେ ଚଲେଇ ପାରିବେ ତାହାଲେ ଅସୁବିଧା କୋଉଠି?

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଜଣେ ବ୍ୟକ୍ତି 5T ସଚିବ ଭିକେ ପାଣ୍ଡିଆନ ଙ୍କ ସମ୍ପର୍କରେ ଏଭଳି କିଛି ମତ ରଖିଥିଲେ ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ସେ କହିଥିଲେ କି ଜଣେ ୨୦ ବର୍ଷ ଆମ ମାଟିରେ ରହି ଆମ ମାଟି ପାଇଁ କାମ କରିଛନ୍ତି।
ତେବେ ଆମେ କଣ ତାଙ୍କୁ ସେତିକି ସମ୍ମାନ ଦେଇ ପାରିବା ନାହିଁ। ଯଦି କୌଣସି ଫରେନର୍ କୁ ବିବାହ କଲେ ସଙ୍ଗେ ସିଟିଜେନ ବଦଳି ଯାଉଛି ସେତେବେଳେ ଆଉ ଅପେକ୍ଷା କରିବାକୁ ପଡୁ ନାହିଁ।
ଆଉ ପାଣ୍ଡିଆନ ତ ଜଣେ ଓଡିଆ ଝିଅଙ୍କୁ ବିବାହ କରିଛନ୍ତି ସେଥିପାଇଁ ଆମେ ତାଙ୍କୁ ମଧ୍ଯ ଓଡିଆ ବୋଲି ମାନିବା ବୋଲି ବ୍ୟକ୍ତି ଜଣକ କହିଥିଲେ। ସେ ଅନେକ ବର୍ଷ ଧରି ମଧ୍ଯ ଆମ ଓଡ଼ିଶା ମାଟିର ସେବା ମଧ୍ୟ କରିଛନ୍ତି।
ସେ ଜଣେ ବହୁତ ଭଦ୍ର ଆମ ଓଡିଆ ଝିଅଙ୍କୁ ବିବାହ ମଧ୍ଯ କରିଛନ୍ତି। ସେଥିପାଇଁ ଆମର କର୍ତ୍ତବ୍ୟ ଆମେ ତାଙ୍କୁ ସେତିକି ପରିମାଣରେ ସମ୍ମାନ ଦେବା। କାରଣ ସେ ଆମର ଓଡିଶାର ଉନ୍ନତି ପାଇଁ ମଧ୍ୟ ଅନେକ କାମ କରିଛନ୍ତି।
ଯଦି ସେ କିଛି ଭୁଲ କରିଥିବେ ତେବେ ତାହା ଆଇନଗତ ଭାବରେ ଧରା ପଡିବ ବୋଲି ବ୍ୟକ୍ତି ଜଣକ କହିଥିଲେ। ହେଲେ ସେ ସବୁ କ୍ଷେତ୍ରରେ ଓଡ଼ିଶା ପାଇଁ ଖୁବ ଉନ୍ନତି ମୂଳକ କାର୍ଯ୍ୟ ମଧ୍ଯ କରିଛନ୍ତି। ସମସ୍ତେ ପ୍ରଥମେ ଭାରତୀୟ ଅଟନ୍ତି।
ତା ବାଦ ରେ ସେ ଓଡ଼ିଶା ପାଇଁ ଯେତିକି କରିଛନ୍ତି ତାହା ଆମ ପାଇଁ ବହୁତ୍ ଅଟେ। ଆଉ ବ୍ୟକ୍ତିଜଣକ କହିଥିଲେ କି ସେ ଟେକ୍ନୋଲୋଜି ଅର୍ଥାତ ପ୍ରଯୁକ୍ତି ବିଦ୍ୟା ର ବ୍ୟବହାର କରି ଖୁବ୍ ଉନ୍ନତୀ କରିଛନ୍ତି।
ସେ ଅଧିକ କଥା ବାର୍ତ୍ତା କରନ୍ତି ନାହିଁ। ବରଂ ସଠିକ୍ ସମୟରେ ହିଁ ସଠିକ୍ କଥା କହିଥାନ୍ତି।ସେଥିପାଇଁ ବ୍ୟକ୍ତି ଜଣକ କହିଥିଲେ କି ସେବା ପାଇଁ ଆମକୁ ଏଭଳି ହିଁ ଏକ ବ୍ୟକ୍ତି ଦରକାର।
ଏହି ବ୍ୟକ୍ତି ଜଣକ କଥା ପ୍ରତି ଅନେକ ଲୋକମାନେ ମଧ୍ୟ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି। ତେବେ ଏହି ବ୍ୟକ୍ତିଙ୍କ କଥା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।