ବରିଷ୍ଟ ଅଭିନେତା ସ୍ବର୍ଗତ ବିଜୟ ମହାନ୍ତିଙ୍କ ନାତୁଣୀ ବର୍ତ୍ତମାନ ଏହି ଫେମସ ଅଭିନେତ୍ରୀ ! ଶୀଘ୍ର ଦେଖନ୍ତୁ କିଏ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ୧୯୫୦ ମସିହାରେ କେନ୍ଦ୍ରାପଡ଼ାର ପଣ୍ଡିରିରେ ଜନ୍ମ ହୋଇଥିବା ଓ ବାରିପଦାରେ ବଢ଼ିଥିବା ବିଜୟ ମହାନ୍ତି ନିଜ ବିଚକ୍ଷଣ ଅଭିନୟ ପ୍ରତିଭା ଦ୍ୱାରା ଓଡ଼ିଆ ସିନେମାରେ ଯୋଡ଼ିଥିଲେ ଗୋଟିଏ ପରେ ଗୋଟିଏ ନୂଆ ଅଧାୟ ।
ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ଥିଲେ ଜଣେ ଉଜ୍ବଳ ତାରକା । ଆଜି ସେ ତାରକା ମଉଳି ଯାଇଥିବାରୁ ସାରା ଓଡ଼ିଶାରେ ଶୋକର ବାତାବରଣ ଖେଳିଯାଇଛି। ୨୦ ଜୁଲାଇ ୨୦୨୦ ମସିହାରେ ମାତ୍ର ୭୦ ବର୍ଷ ବୟସରେ ଆରପାରିକୁ ଚାଲି ଯାଇଥିଲେ ବିଜୟ ମହାନ୍ତି। 
Special Report
ଜଣେ ଓଡ଼ିଆ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର ଭାବେ ବେଶ ପରିଚିତ । ସେ ଚରିତ୍ର ଅଭିନେତା ଠାରୁ ଆରମ୍ଭ କରି ହାସ୍ୟ ଅଭିନେତା, ଖଳନାୟକ, ନାୟକ ଆଦି ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି।
୧୯୭୭ ମସିହାରେ ବିଜୟ ମହାନ୍ତି ଅଭିମାନ ଚଳଚ୍ଚିତ୍ରରେ ଏକ କ୍ଷୁଦ୍ର ଭୂମିକାରେ ଅଭିନୟ କରିଥିଲେ, ଯାହାକି ଥିଲା ତାଙ୍କ ଜୀବନର ପ୍ରଥମ ଚଳଚ୍ଚିତ୍ର। ୨୦୧୪ ମସିହା ଲୋକସଭା ନିର୍ବାଚନରେ ସେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ନିର୍ବାଚନ ମଧ୍ୟ ଲଢିଥିଲେ।
ତେବେ ବନ୍ଧୁଗଣ ବିଜୟ ମହାନ୍ତି ୧୯୭୭ ମସିହାରେ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ବିଜୟ ମହାନ୍ତି ତନ୍ଦ୍ରା ରାୟ ଙ୍କୁ ବିବାହ କରିଥିଲେ। ବିଜୟ ମହାନ୍ତି ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ।
ଏମକେସି ହାଇସ୍କୁଲ ରେ ସେ ନିଜର ବିଦ୍ୟା ଅଧ୍ୟୟନ କରିଥିଲେ। ବିଜୟ ମହାନ୍ତି ଏନଏସଡି ରେ ଗ୍ରଜୁଏସନ୍ କମ୍ପ୍ଲିଟ କରିଥିଲେ। ସେ ନିଜର ଅଭିନୟ ପାଇଁ ଅନେକ ଅୱାଡ ସହିତ ବେଶ୍ ପ୍ରଶଂସା ମଧ୍ୟ ପାଇଛନ୍ତି। 
ବିଜୟ ମହାନ୍ତି ନିଜ ଅଭିନୟ କରିଅର୍‌ ଥିଏଟରରୁ ଆରମ୍ଭ କରିଥିଲେ ଓ ଚଳଚ୍ଚିତ୍ରରେ ପ୍ରବେଶ କରିବା ପୂର୍ବରୁ ଅନେକ ନାଟକର ନିର୍ଦ୍ଦେଶନା ଦେଇଥିଲେ। ତାଙ୍କର ଡେବ୍ୟୁ ଫିଲ୍ମ ‘ଚିଲିକା ତୀରେ’ରେ ତାଙ୍କ ଅଭିନୟ ଅନେକ ପ୍ରଶଂସା ଅର୍ଜନ କରିଥିଲା ଓ
 ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଣିଦେଇଥିଲା। ୧୦୦ ରୁ ଅଧିକ ସିନେମାରେ ଆମେ ବିଜୟ ମହାନ୍ତିଙ୍କୁ ଦେଖିବାକୁ ପାଇଛୁ। ବିଜୟ ମହାନ୍ତିଙ୍କ ଲୋକ ପ୍ରିୟତା ତାଙ୍କୁ ଆଜିବି ମଧ୍ୟ ଜୀବନ୍ତ କରି ରଖିଛି।