ଭୁବନେଶ୍ବର ମେୟର ଙ୍କ ଦରମା ବୃଦ୍ଧି...୫୦ ହଜାର ବୃଦ୍ଧି କଲେ ନବୀନ..

 
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବଡ଼ ଘୋଷଣା।ମହାନଗର ନିଗମର ମେୟର ଙ୍କ ଦରମା ୫୦ ହଜାର ଟଙ୍କା କୁ ବୃଦ୍ଧି ପାଇଛି।
ଏହିପରି ପୌର ପରିଷଦ ଅଧ୍ୟକ୍ଷ ଙ୍କ ଦରମା ୧୫ ହଜାର କୁ ବୃଦ୍ଧି ପାଇଛି।ମେୟର ମାନେ ପୂର୍ବରୁ ଆଠ ହଜାର ଟଙ୍କା ପାଉଥିବା ବେଳେ ଏହାକୁ ସଂଶୋଧନ କରାଯାଇ ମାସିକ ପଚାଶ ହଜାର ଟଙ୍କା କୁ ବୃଦ୍ଧି କରାଯାଇଛି।
ସେହିପରି ଡେପୁଟି ମେୟର ମାନଙ୍କ ମାସିକ ୫ ହଜାର ଟଙ୍କା ରୁ ୨୦ ହଜାର ଟଙ୍କା କୁ ବୃଦ୍ଧି କରାଯାଇଛି।ସେହିପରି ପୌର ପରିଷଦ ଅଧ୍ୟକ୍ଷ ଙ୍କୁ ମାସିକ ୧୫୦୦ ଟଙ୍କା ରୁ ୧୫୦୦୦ ଟଙ୍କା କୁ ବୃଦ୍ଧି କରାଯାଇଛି।
ଉପାଧ୍ୟକ୍ଷ ଙ୍କ ମାସିକ ୮୦୦ ରୁ ୭୫୦୦ ଟଙ୍କା କୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ମହାନଗର ନିଗମ କର୍ପୋରେଟର ମାନେ ପ୍ରତି ବୈଠକ ପାଇଁ ୭୦୦ ଟଙ୍କା ପାଉଥିବା ବେଳେ ଏବେ ଏହାକୁ ଦୁଇ ହଜାର ଟଙ୍କା କୁ ବୃଦ୍ଧି କରାଯାଇଛି।
ବିଭିନ୍ନ ପୌର ପରିଷଦ ଓ ଏଜେନ୍ଶି କାଉନସିଲର ଙ୍କ ଭତ୍ତା ୧୫୦ ରୁ ୫୦୦ ଟଙ୍କା କୁ ବୃଦ୍ଧି ପାଇଛି।ଏହା ବ୍ୟତୀତ ମହାନଗର ନିଗମ ର ସଦସ୍ୟ ମାନଙ୍କୁ ବୈଠକ ସମୟରେ ମଧ୍ୟ ଦୈନିକ ୨୦୦ ଟଙ୍କା ଭତ୍ତା ମିଳିବ।
ମୁନିଶପାଲ୍ କର୍ପୋରେସନ ରୁଲ୍ସ ୨୦୦୪ ଓ ଓଡ଼ିଶା ମୁନିଶପାଲିଟି ରୁଲ୍ସ ୧୯୫୩ ରେ ସଂଶୋଧନ ଆଣି ଏହି ବୃଦ୍ଧି କରାଯାଇଛି। ରାଜ୍ୟ ର ପାଞ୍ଚୋଟି ମହାନଗର ନିଗମ,୪୮ ଟି ପୌର ପରିଷଦ ଓ ୬୮ ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ର ମେୟର,ଡେପୁଟି ମେୟର, ଅଧକ୍ଷ,ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲର ଙ୍କ ଦରମା ଏବଂ ଭତ୍ତା ରେ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।
ତେବେ ଏହା ବ୍ୟତିତ ପୌରାଞ୍ଚଳ ଗୁଡ଼ିକ ର ନିର୍ବାଚିତ ପ୍ରତିନିଧି ମାନଙ୍କ ପାଇଁ ଅନୁକମ୍ପା ସହାୟତା ଲାଗୁ କରାଯିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।