କଣ ଚାହାନ୍ତି ଲୋକପ୍ରିୟ ଆଲବମ ହିରୋ ବବି ମିଶ୍ର ଦେଖନ୍ତୁ ତାଙ୍କ ମନର କଥା ସବୁ ଖୋଲି କହିଦେଲେ ଜିତୁ - Exclusive

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଓଲିଉଡ଼ର ଆଗଧାଡ଼ିର ଅଭିନେତା ବବି ମିଶ୍ରଙ୍କର ତାଙ୍କର ପତ୍ନୀ କୋଏଲଙ୍କ ସହିତ ଛାଡପତ୍ର ହେବାପରେ ସେ ଏବେ ସମ୍ପୂର୍ଣ୍ଣ ଏକା ହୋଇ ଯାଇଛନ୍ତି।
ବର୍ତ୍ତମାନ ପୁଣିଥରେ ବିବାହ କରିବା ପାଇଁ ବବି ଚାହୁଁଥିବା ବେଳେ ତାଙ୍କୁ ଉପଯୁକ୍ତ ଝିଅ ମିଳୁନଥିବା ସେ ଗଣମାଧ୍ୟମ ଆଗରେ କହିଥିଲେ। ଆଉ ଏହି ସମ୍ପର୍କରେ ଯେତେବେଳେ ସୋସିଆଲ ମିଡିଆରେ ନିଶା ମହାରଣା ଶୁଣି ଥିଲେ ସେତେବେଳେ ସେ ସୋସିଆଲ ମିଡ଼ିଆରେ ନିଜର ମନର କଥା କହି ଏକ ଭିଡିଓ ସେୟାର କରିଥିଲେ। 
ଆଉ ସେ ସେହି ଭିଡିଓ ମାଧ୍ୟମରେ କହିଛନ୍ତି ଯେ ବବି ମିଶ୍ରଙ୍କୁ ବିବାହ କରିବା ପାଇଁ ସେ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି ଏବଂ ସେ ତାଙ୍କୁ ବାହା ହେବା ପାଇଁ ଚାହାଁନ୍ତି। ଆଉ ସେ ଏ କଥା ଖୋଲା ଖୋଲି ଭାବରେ ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ।
ନିଶା ମହାରଣା କହିଥିଲେ କି ଯେଉଁ ମାନେ ସିଙ୍ଗଲ ଅଛନ୍ତି ସେମାନଙ୍କ ପାଇଁ ନିଶା ମହାରଣା ଅଛି। ଆଉ ବବି ମିଶ୍ର ମଧ୍ଯ ସିଙ୍ଗଲ ଅଛନ୍ତି ତାଙ୍କୁ ବାହା ହେବା ପାଇଁ ନିଶା ମହାରଣା ସଂପୂର୍ଣ୍ଣ ଭାବରେ ରେଡି ବୋଲି କହିଥିଲେ। 
ନିଶା ମହାରଣା ଆହୁରି ମଧ୍ୟ କହିଥିଲେ କି ତାଙ୍କୁ ବବି ମିଶ୍ର ବହୁତ ପସନ୍ଦ ଆଉ ତାଙ୍କୁ ବବି ମିଶ୍ରଙ୍କ ଅଭିନୀତ ସମସ୍ତ ଫିଲ୍ମ୍ ଓ ଆଲବମ ମଧ୍ୟ ବହୁତ୍ ଭଲଲାଗେ। ସେ ବବି ମିଶ୍ରଙ୍କୁ ଖୁବ ଭଲ ମଧ୍ଯ ପାଆନ୍ତି।
ଏନେଇ ବବି ମିଶ୍ରଙ୍କ ଜଣେ ବନ୍ଧୁ ଏକ ସାକ୍ଷାତକାରରେ କହିଛନ୍ତି ଯେ, ନିଶା ମହାରଣା ବବି ମିଶ୍ରଙ୍କୁ ବାହା କଥା ମଜା ଭାବରେ କହି ଦେଇଛନ୍ତି। ବବି ମିଶ୍ର ହେଉଛନ୍ତି ବ୍ରାହ୍ମଣ ପରିବାରରେ ଆଉ ତାଙ୍କର ଭଲ ଆଭିଜାତ୍ୟ ମଧ୍ୟ ରହିଛି। ଯାହାଫଳରେ ବବି ମିଶ୍ର ନିଶା ମହାରଣା ବାହା ହେବେ ନାହିଁ ବୋଲି ତାଙ୍କ ବନ୍ଧୁ କହିଛନ୍ତି। 
ଏବଂ ତାଙ୍କ ବନ୍ଧୁ କହିଛନ୍ତି ଆହୁରି ଜଣେ କଳାକାର ମଧ୍ୟ ଅଛନ୍ତି ଯିଏ କି ବବି ମିଶ୍ରଙ୍କୁ ବାହା ହେବା ପାଇଁ କହିବାକୁ ତାଙ୍କୁ କହିଥିଲେ। କିନ୍ତୁ ସେହି କଳାକାର ଜଣଙ୍କ ନାମ ବବି ମିଶ୍ରଙ୍କ ବନ୍ଧୁ କହିନଥିଲେ।
ଏବଂ ବବି ମିଶ୍ରଙ୍କୁ ଗୋଟେ ଘରୋଇ ଝିଅ ଟିଏ ଦରକାର ଯିଏକି ଘର କଥା ଆଉ ସ୍ଵାମୀ ମନ କଥା ବୁଝି ପାରୁଥିବ। ତେବେ ବନ୍ଧୁଗଣ ବର୍ତ୍ତମାନ ସେହି ଭଳି ଝିଅ ଟିଏ ବବି ମିଶ୍ରଙ୍କ ପାଇଁ ଖୋଜା ଚାଲିଛି ବୋଲି ତାଙ୍କ ବନ୍ଧୁ କହିଛନ୍ତି।