ଆସୁଛି ମହା ପ୍ରଳୟ ଦେଖନ୍ତୁ ଆଗକୁ ହେବ ମରୁଡି ଦେଖନ୍ତୁ କେମିତି ଏବଂ କାହିଁକି ହେବ ଏସବୁ - Exclusive

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଏଭଳି ଖବର ପାଇପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବା ସହ ଚିନ୍ତା ଆଣିବ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଆପଣମାନେ ତ ଜାଣିଥିବେ ଅଗଷ୍ଟ ମାସରେ ଅଧିକ ବର୍ଷା ହୋଇଥାଏ । 
କିନ୍ତୁ ଚଳିତ ବର୍ଷ ଅଗଷ୍ଟ ମାସରେ ୧୨୩ ବର୍ଷରେ ସବୁଠାରୁ କମ୍ ବର୍ଷା ରେକର୍ଡ ହୋଇଛି । ଚାଷ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ହେଉଛି ଏହି ଅଗଷ୍ଟ ମାସ । ଆଉ ଏହି ମାସରେ ସବୁଠାରୁ ଭଲ ଚାଷ ହୋଇଥାଏ କାରଣ ଏହି ମାସରେ ଅଧିକ ବର୍ଷା ହୋଇଥାଏ ।
ଶ୍ରାବଣ ମାସରେ ଧାରା ଶ୍ରାବଣ ବର୍ଷା ହୋଇଥାଏ ଏହା ସତେ ଯେମିତି ଆଉ ଦେଖିବାକୁ ମିଳୁନାହିଁ । କିନ୍ତୁ ଏହି ମାସରେ ବର୍ଷା ନାହିଁ । କିଛି ସ୍ଥାନରେ ନିଅଣ୍ଟିଆ ବର୍ଷା ହେଉଛି । ଆଉ କିଛି ଅଞ୍ଚଳରେ ବର୍ଷା ହେଉ ନାହିଁ ଯାହାଦ୍ଵାରା ଅନେକ କ୍ଷୟକ୍ଷତି ହେଉଛି ।
ପରିବେଶ ବହୁତ ଖରାପ ହୋଇଗଲାଣି । ବର୍ଷା ନହେବା କାରଣରୁ ଧାନ ଅମଳ ବି କମ୍ ହୋଇପାରେ ବୋଲି ଆକଳନ କରାଯାଉଛି । ବୈଜ୍ଞାନିକ କହିଛନ୍ତି ଅଗଷ୍ଟ ମାସ ୧ ତାରିଖରୁ ୨୮ ତାରିଖ ମଧ୍ୟରେ ରାଜ୍ୟରେ ୨୯୮.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।ଆଉ ଏହା ବହୁତ କମ୍ ଅଟେ ।
ଗତ ପାଞ୍ଚ ବର୍ଷ ଭିତରେ ବହୁତ ଅଧିକ ବର୍ଷା ହୋଇଛି ବୋଲି ବୈଜ୍ଞାନିକ କହିଛନ୍ତି । ଆଉ ଏହି ସବୁ ଖବର ଅନେକ କ୍ଷୟକ୍ଷତି କରାଇବ ବୋଲି ଆଶା କରାଯାଉଛି । ପାଣିପାଗରେ ବହୁତ ବଡ ପରିବର୍ତ୍ତନ ହେଲାଣି । 
ଅଗଷ୍ଟ ମାସରେ ସ୍ଵାଭାବିକ ଭାବରେ ୩୬୩.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥାଏ । ଆଉ ୨୦୧୭ ମସିହାରେ ୩୬୦.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । ଆଉ ସେହିପରି ସବୁ ବର୍ଷର ରେକର୍ଡ ଭଲ ଥିଲା । କିନ୍ତୁ ୨୦୨୩ ମସିହାରେ ଏହା ବହୁତ କମି ଯାଇଛି । ପାଞ୍ଚ ବର୍ଷରେ ଅଗଷ୍ଟ ମାସରେ ଅଧିକ ବର୍ଷା ହୋଇଥିଲା ।
ଆଉ ଏହା ରେକର୍ଡ ବି କରାଯାଇଥିଲା । ଏହି ତିନିଦିନରେ ବର୍ଷା ଅଧିକ ହୋଇଥିଲା କିନ୍ତୁ ଏହାର ପରିମାଣ ବହୁତ କମ୍ ଅଟେ । ପାଣିପାଗ ବିଜ୍ଞାନୀ କହିଛନ୍ତି ରାଜ୍ୟରେ ମୌସୁମୀ ପାଖାପାଖି ୧୧ ଦିନ ଦୁର୍ବଳ ରହିଛି । ଆଉ ନିଅଣ୍ଟିଆ ବର୍ଷା ଯୋଗୁଁ ଅନେକ ଚାଷ କ୍ଷତି ହୋଇପାରେ ବୋଲି ଆଶା କରାଯାଉଛି ।