ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ରାଜ୍ୟ ସରକାର ଠକୁଛନ୍ତି - ବିଜେଡି
Updated: Aug 24, 2024, 20:52 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇବା ସହ ବିଜେଡି ମୁଖପାତ୍ର ସୁଲତା ଦେଓ କଣ ସବୁ କହିଛନ୍ତି ତାହା ଆପଣମାନେ ଜାଣିପାରିବେ । ବିଜେପି ସରକାର ନିର୍ବାଚନ ପୂର୍ବରୁ ସୁଭଦ୍ରା ଯୋଜନା ମହିଳାଙ୍କ ପାଇଁ ଆଣିବେ ବୋଲି କହିଥିଲେ ଆଉ ଏହାଦ୍ଵାରା ମହିଳାମାନେ ଉନ୍ନତି କରିବେ ବୋଲି ଜଣାପଡିଥିଲା ।
ଏବେ ଏହି ଯୋଜନାକୁ ନେଇ ବିଜେଡି ମୁଖ୍ୟପାତ୍ର ସୁଲତା ଦେଓ କିଛି କଥା କହିଛନ୍ତି । ସେ କହିଛନ୍ତି, ବିଜେପିର ସବୁବେଳେ ଦୋମୁହଁ ଚେହେରା ଥାଏ । ପ୍ରପଞ୍ଚତା, ଚଂଚଳତା ତାଙ୍କର ଥାଏ । ନିର୍ବାଚନ ପୂର୍ବରୁ ବିଜେପି ସରକାର ସୁଭଦ୍ରା ଯୋଜନାରେ ଓଡ଼ିଶାର ମହିଳା ମାନଙ୍କ ପାଇଁ ଏହି ସୁବିଧା ଆଣିଛନ୍ତି ବୋଲି ଖବର ଆସିଥିବା ବେଳେ ଏବେ ଏହାକୁ କାର୍ଯ୍ୟକାରୀ କରିବେ ବୋଲି ସରକାର ଭାବିଛନ୍ତି । ଆଉ ଏବେ ଏହାକୁ ନେଇ କିଛି କହିଛନ୍ତି ବିଜେଡି ମୁଖପାତ୍ର।
ଯେତେବେଳେ ସୁଭଦ୍ରା ଯୋଜନାର ଏସଓପି ସାମ୍ନାକୁ ଆସିଲା ସେତେବେଳେ ଜଣାପଡି ଗଲା ବିଜେପି ଦଳ ହେଉଛି ବଡ ଆଡମ୍ବର ଲଘୁକ୍ରିୟା । ବିଜେପି ଦଳର ରକ୍ତ ରକ୍ତରେ ଅଛି ମିଛ କହିବା, ପ୍ରବଚନ କରିବା । ଯେତେବେଳେ ସରକାର ସୁଭଦ୍ରା ଯୋଜନା କରିବାକୁ କହିଥିଲେ ସେତେବେଳେ ସେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ଦେବେ ବୋଲି କିନ୍ତୁ ଏହା ସେ କରିଲେ ନାହିଁ । ଆଉ ବିଜେପି ସରକାର କହିଥିଲେ ଭତ୍ତା ୩ ହଜାର ଟଙ୍କା ଦେବେ । କିନ୍ତୁ ଏହାମଧ୍ୟ ସେ କରିଲେ ନାହିଁ । ସୁଭଦ୍ରା ଯୋଜନା କହି ଓଡ଼ିଶାର ମହିଳାମାନଙ୍କୁ ବିଜେପି ସରକାର ଠକିଛନ୍ତି ।
କେବଳ ବୃଦ୍ଧାଙ୍କୁ ଏହି ସୁବିଧା ଦେଲେ ଯାହାର ବୟସ ୮୦ ବର୍ଷ ରୁ ଅଧିକ । ଏଭଳି ଅନେକ କିଛି ମିଛ କହି ବିଜେପି ସରକାର ଭୋଟ ପାଇଲେ କିନ୍ତୁ ଏହି ଏହି ସବୁ କାମର ଅଲଗା କରୁଛନ୍ତି । ବିଜେପି ସରକାର ଏଭଳି ପ୍ରବଞ୍ଚନା ଦେଖାଇ ଲୋକଙ୍କ ଠାରୁ ଭୋଟ ନେଇଛନ୍ତି । ଆଉ ସମସ୍ତଙ୍କ ପାଇଁ ସୁଭଦ୍ରା ଯୋଜନା ନାହିଁ । ଏକ କୋଟି ମହିଳା ଏହାର ଲାଭ ପାଇବେ ନାହିଁ । ମାସକୁ ୮୩୩ ଟଙ୍କା ଦେବେ ଏହି ସରକାର ବୋଲି ଏବେ ବିଜେଡି ମୁଖପାତ୍ର କହିଛନ୍ତି । ଏଭଳି ଅନେକ କଥା ସେ କହିଛନ୍ତି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।