ରାହୁଲ ଗାନ୍ଧିଙ୍କ ହାତରେ ଭଗବାନ ଶିବଙ୍କ ଫଟୋ ଦେଖି ରାଗିଗଲେ ବାଚସ୍ପତି ଦେଖନ୍ତୁ କଣ ହେଲା ଏମିତି

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ରାହୁଲଙ୍କ ହାତରେ ଶିବଙ୍କ ଫୋଟକୁ ଦେଖି ରାଗି ଗଲେ ବାଚସ୍ପତି। ଶେଷରେ ରାହୁଲଙ୍କୁ ସଂସଦ ଭିତରେ ଟ୍ୟୁସନ୍ କଲେ ବାଚସ୍ପତି। ରାହୁଲ ବାଚସ୍ପତିଙ୍କ ରାଗ ଦେଖି ପୁରା ଚୁପ୍ ହେଇଗଲେ। ସଂସଦ ଭିତରେ ଆରପ ପ୍ରତ୍ୟାରୋପ। 
ଶାସକ ଦଳ ଉପରେ ଅଭିଯୋଗ ଉପରେ ଅଭିଯୋଗ ଦେଇ ଚାଲିଛି ବିରୋଧୀ ଦଳ। ହେଲେ ସୋମବାର ସଂସଦ ଚାଲିଥିବା ବେଳେ ଏମିତି କିଛି ଘଟଣା ଘଟିଛି ଯାହାକୁ ସହ୍ୟ କରିପାରିନାହାଁନ୍ତି ବାଚସ୍ପତି। ସଂସଦ ଭିତରେ ମୁହେଁ ମୁହେଁ ରାହୁଲଙ୍କୁ ପାଠ ପଢେଇଛନ୍ତି ବାଚସ୍ପତି। ରାହୁଲଙ୍କ ମୁହଁ ତଳକୁ ହେଇଗଲା।ବାଚସ୍ପତିଙ୍କ ଆଗରେ ରାହୁଲଙ୍କ ପାଟି ଚୁପ୍ ହେଇଗଲା। ରାହୁଲଙ୍କ ସହିତ ଅନ୍ୟ କଂଗ୍ରେସ ନେତାଙ୍କୁ ମଧ୍ୟ ପାଠ ପଢ଼େଇଥିଲେ ବାଚସ୍ପତି। ଯାହା ଏହି ଭିଡିଓଟିରେ ଆପଣ ମାନେ ଦେଖି ପାରୁଥିବେ। ରାହୁଲଙ୍କୁ ତାଗିଦ୍ କରୁଥିଲେ ବାଚସ୍ପତି। 
ସଂସଦରେ କେମିତି ପ୍ରଶ୍ନ ପଚରାଯାଏ କେମିତି ଶାଳୀନାତା ସହିତ ରହିବାକୁ ପଡେ ବାଚସ୍ପତି ରାହୁଲଙ୍କୁ ଶିଖେଇ ଦେଇଛନ୍ତି। ସୂଚନା ମୁତାବକ ଧର୍ମକୁ ନେଇ ରାହୁଲ ବିଜେପି ଉପରେ ଅଭିଯୋଗ କରିବାକୁ ଲାଗିଥିଲେ। ଯାହାକୁ ନେଇ ରାହୁଲ ସାଙ୍ଗରେ ଆଣିଥିବା ଶିବଙ୍କ ଫୋଟକୁ ସଂସଦ ମଧ୍ୟରେ ଦେଖାଇଥିଲେ। କିନ୍ତୁ ଏହାକୁ ବିରୋଧ କରିଥିଲେ ବାଚସ୍ପତି। ସଂସଦର ମଧ୍ୟ ଆଇନ ରହିଛି। କେଉଁ ଭଳି ଭାବରେ ସଂସଦ ଚାଲିବା କଥା ବାଚସ୍ପତି ଧରିଥିବା ସେଇ ପୁସ୍ତକରେ ସବୁ ଲେଖା ରହିଛି। 
ଆଉ ସେହି ଆଇନ ମୁତାବିକ ସଂସଦରେ କୌଣସି ପ୍ରକାର ପ୍ଲେ କାର୍ଡ କୌଣସି ଚିହ୍ନକୁ ମଧ୍ୟ ବ୍ୟବହାର କରାଯାଇ ପାରିବନାହିଁ। କିନ୍ତୁ ରାହୁଲ ସଂସଦ ଭିତରେ ଶିବଙ୍କ ଫୋଟ ଦେଖାଇ ଥିଲେ ଯାହାକୁ ବିରୋଧ କରିଥିଲେ ବାଚସ୍ପତି। ରାହୁଲଙ୍କୁ ସେ ଫୋଟ ରଖିଦେବାକୁ ବାଚସ୍ପତି କହିଥିଲେ। କିନ୍ତୁ ଏହାକୁ ନେଇ ଯୁକ୍ତି କରିଥିଲେ ରାହୁଲ ଗାନ୍ଧୀ। ଯାହାପରେ ବାଚସ୍ପତି ସଂସଦ ପ୍ରଣୀତ ଆଇନ ବହିକୁ ରାହୁଲଙ୍କୁ ଦେଖାଇ କହିଥିଲେ ଯେ, "ଏଥିରେ ସବୁ ଲେଖା ହେଇଛି"। ଏମିତି କିଛି ଦୃଶ୍ୟ ସଂସଦରେ ରୋଚକ ପରିସ୍ଥିତି ସୃଷ୍ଟି କରିଥିଲା।