୧୭ ବୟସ ରେ ମୁଁ ବାହା ହେଇ ଯାଇଥିଲି...ସ୍ବାମୀ ମୋ ଭିଡିଓ କରିବା ଦେଖି କହିଲେ କଣ ଏସବୁ...!

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିବା ସହ ଆଉ କିଛି ବିଷୟରେ ଜାଣିପାରିବେ । କଥାରେ ଅଛି ଦୁହିତା ଦୁଇ କୂଳକୁ ହିତା । ଯେତେବେଳେ ଗୋଟିଏ ଝିଅ ତାର ସ୍ବପ୍ନ କରିବାକୁ ଆଗେଇ ଆସିଥାଏ ଅନେକ କିଛି ସେ ଦେଖିଥାଏ । ଗୋଟିଏ ଝିଅ ତାର ସ୍ବପ୍ନ ପୂରଣ ପାଇଁ ଅନେକ କିଛି କଥା ସହି ଥାଆନ୍ତି । ଝିଅ ଜଣକ ଅନେକ ବାଧାବିଘ୍ନକୁ ସାମ୍ନା କରି ତାର ଲକ୍ଷ୍ୟ ପୂରଣ କରିଥାଏ । 
ଏହି ଝିଅ ଜଣକ ଜଣେ ବୋହୂ, ଜଣେ ମାଆ ଆଉ ଜଣେ ସ୍ତ୍ରୀ ହୋଇ ସାରିଛନ୍ତି । ଆଉ ଏବେ ସେ ଜଣେ ଭଲ ୟୁଟ୍ୟୁବର ଅଟନ୍ତି । ସେ ଜଣେ ପ୍ରସିଦ୍ଧ ୟୁଟ୍ୟୁବର ଅଟନ୍ତି । ଏହି ମହିଳା ଜଣଙ୍କୁ ଅନେକ ବାଧା ଦିଆଯାଇଛି । ଏହି ମହିଳା ଜଣକ ଅନେକ କଷ୍ଟ କରି ଆଜି ସଫଳତା ପାଇଛନ୍ତି । ଆଜି ସେ ୟୁଟ୍ୟୁବ ଟଙ୍କାରେ ଅନେକ କିଛି କରି ପାରିଛନ୍ତି । ଏହି ଫେମସ ୟୁଟ୍ୟୁବର ଜଣକ ହେଉଛନ୍ତି ଲିଜା ମହାପାତ୍ର । ଏହି ୟୁଟ୍ୟୁବର ଜଣଙ୍କୁ ଆପଣମାନେ ତ ଜାଣିଥିବେ । ସେ ୧୭ ବର୍ଷରେ ବିବାହ କରିଛନ୍ତି ବୋଲି କହିଛନ୍ତି । 
ସେ ଗୋଟିଏ ଜଏଣ୍ଟ ପରିବାରରୁ ଆସିଛନ୍ତି । ସେ ଛୋଟ ବେଳୁ ନାଚ କରିବାକୁ ପସନ୍ଦ କରନ୍ତି । ସେ ଶାଶୁଘର ଆସିବା ପରେ ତାଙ୍କର ଗୋଟିଏ ପୁଅ ହେଲା । ତାଙ୍କ ଶଶୁରଙ୍କ ଦେହ ଖରାପ ଥିଲା ଆଉ ସେ ତାଙ୍କର ସେବା କରି ଭଲ କରିଥିଲେ । ଏହାପରେ ସେ ୟୁଟ୍ୟୁବରେ ଗୋଟିଏ ଚ୍ୟାନେଲ ଖୋଲିଦେଲେ । ତାଙ୍କ ସ୍ଵାମୀ ତାଙ୍କୁ କାମରେ ସପୋର୍ଟ କରୁନଥିଲେ । ତାଙ୍କୁ ମଧ୍ୟ ରୋକା ଯାଇଛି ।ସାଇପଡିଶା ଏବଂ ଅନେକ ଲୋକ ତାଙ୍କୁ ଅନେକ କଥା କହୁଥିଲେ । ତାଙ୍କ ସ୍ବାମୀଙ୍କୁ ମଧ୍ୟ ଅନେକ କଥା ସବୁ କୁହନ୍ତି ।
ଏହାପରେ ତାଙ୍କ ସ୍ଵାମୀ ତାଙ୍କ ବାପାଙ୍କୁ ଡ଼ାକି ଅନେକ କିଛି କଥା କହିଥିଲେ । ଆଉ ସେ ତାଙ୍କ ବାପାଙ୍କ ମୁଣ୍ଡ ଛୁଇଁ ଭିଡିଓ କରିବେ ନାହିଁ ବୋଲି କହିଥିଲେ ।ଏହାପରେ ସେ ଲୁଚି ଲୁଚି ଭିଡିଓ କରିଥିଲେ । ତାଙ୍କର ପ୍ରଥମ ୟୁଟ୍ୟୁବ ରୋଜଗାର ୭୫୦୦ ଟଙ୍କା ହୋଇଥିଲା । ଆଉ ସେ ତାଙ୍କ ସ୍ବାମୀଙ୍କୁ ଧରି କାନ୍ଦିଥିଲେ । ସେହି ଦିନ ଠାରୁ ତାଙ୍କ ସ୍ବାମୀ ତାଙ୍କ ହାତ ଛାଡି ନଥିଲେ । ଆଉ ଏବେ ସେ ୟୁଟ୍ୟୁବରୁ ଅନେକ କିଛି ଟଙ୍କା ରୋଜଗାର କରନ୍ତି । ସେ ଏହି ଟଙ୍କାରେ ଘର ଜିନିଷ ମଧ୍ୟ କରିଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ୟୁଟ୍ୟୁବର ଜଣଙ୍କ ବିଷୟରେ ଅନେକ କିଛି ଜାଣି ପାରୁଛନ୍ତି ।