ପିଲା ମାନଙ୍କ ସହ ସ୍କୁଲରେ ବସି ପାଠ ପଢୁଛି ଛେଳି ଦେଖନ୍ତୁ ଭିଡିଓ ହେଲା VIRAL

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିବା ସହ ଅନେକ କିଛି ବିଷୟରେ ଜାଣିପାରିବେ । ଏବେ ଏହି ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ଆପଣମାନେ ତ ଦେଖିଥିବେ ପିଲାମାନଙ୍କ ଶିକ୍ଷାଦାନ ପାଇଁ ସରକାର ଅନେକ ସୁବିଧା କରିବା ସହ ବିଦ୍ୟାଳୟ କରିଛନ୍ତି କିନ୍ତୁ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଯାହା ଶୁଣିବେ ତାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । 
ଏବେ ଛେଳି ଗୁହାଳରେ ହେଉଛି ଶିକ୍ଷାଦାନ । ପିଲାମାନେ ଛେଳି ଗୁହାଳରେ ପାଠ ପଢ଼ୁଛନ୍ତି । ଯେଉଁଠି ମାଳ ମାଳ ଛେଳି ସେହିଠାରେ ପିଲାଙ୍କୁ ଶିକ୍ଷାଦାନ ଦିଆଯାଉଛି । ଗୁହାଳ କାନ୍ଥ ପାଲଟିଛି ପିଲାଙ୍କ ବ୍ଲାକବୋର୍ଡ । ଛେଳିମାନଙ୍କ ଗହଣରେ ପାଠ ପଢ଼ୁଛନ୍ତି ପିଲାମାନେ । ଛେଳି ଗୁହାଳ ପାଲଟିଛି ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ । ସମସ୍ତେ ପଢ଼ିବେ, ସମସ୍ତେ ବଢିବେ ଆଉ ସମସ୍ତେ ପାଠପଢି ଶିକ୍ଷିତ ହେବେ ଏହାକୁ ନେଇ ସରକାରଙ୍କ ମାଳ ମାଳ ଯୋଜନା । 
ସରକାର କରୁଥିବା ଯୋଜନା କାର୍ଯ୍ୟକାରୀ ହେଉଛି ନା କେବଳ ବଡ ବଡ ପୋଷ୍ଟରରେ ଏହା ସୀମିତ ରହୁଛି । ଏହି ଗାଁରେ ଏଭଳି ଶିକ୍ଷା ବ୍ୟବସ୍ଥା ଆପଣମାନେ ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ମାଟି କାନ୍ଥରେ ଅ, ଆ ସହିତ A,B,C,D ଲେଖାଯାଇଛି । କାନ୍ଥରେ ପ୍ରାଥମିକ ଶିକ୍ଷା ଦିଆଯାଉଛି । ଏହାସହ ବାରମାସର ନାମ ଲେଖାଯାଇଛି । ଏହି କାନ୍ଥରେ ପାଠପଢ଼ା ଚାଲିଛି । କିନ୍ତୁ ଏହା କୌଣସି ବିଦ୍ୟାଳୟର କାନ୍ଥ ନୁହେଁ ବରଂ ଏହା ଛେଳି ଗୁହାଳର କାନ୍ଥ ଅଟେ । 
ଏହି ଛେଳି ଗୁହାଳର କାନ୍ଥରେ ପିଲାମାନେ ଶିକ୍ଷାଦାନ କରୁଛନ୍ତି । ଏହି ଘଟଣା କପ୍ତିପଦା ଶିକ୍ଷା ବ୍ଲକ ଠାକୁରସାହି ପ୍ରାଥମିକ ବିଦ୍ୟାଳୟରୁ । ଏହି ଅଞ୍ଚଳରେ ପିଲାମାନେ ପାଠ ପଢ଼ିବା ପାଇଁ କୌଣସି ସୁବିଧା ନାହିଁ । ଆଉ ସେଥିପାଇଁ ପିଲାମାନେ ଛେଳି ଗୁହାଳରେ ପାଠ ପଢ଼ୁଛନ୍ତି । ଶିକ୍ଷକମାନେ ସେଠାରେ ପାଠ ପଢ଼ାଉଛନ୍ତି । ଦୀର୍ଘ ୧୪ ବର୍ଷ ତଳେ ବିଦ୍ୟାଳୟ ତିଆରି ହେଉଥିଲା କିନ୍ତୁ ଏହା କୌଣସି କାରଣରୁ ବିଦ୍ୟାଳୟ ଅଧା ରହିଛି । ଆଉ ଏହି କାରଣରୁ ୧୪ ବର୍ଷ ହେଲା ଛେଳି ଗୁହାଳରେ ପାଠ ପଢ଼ାଯାଉଛି । ଏନେଇ ପ୍ରଶାସନକୁ ଅନେକ ଥର କହିବା ପରେ ମଧ୍ୟ ବିଦ୍ୟାଳୟ ହେଉନାହିଁ । ଦେଖାଯାଉ କେବେ ସେହି ଅଞ୍ଚଳରେ ସ୍କୁଲ ହେଉଛି ।