ଜେଲ୍ ନୁହେଁ ତ ବାର୍..କଏଦୀଙ୍କ ହାତରେ ସିଗାରେଟ୍ ସହ ମଦ ବୋତଲ

 
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଜେଲ ନୁହେଁ ତ ସତେ ଯେମିତି ଫାଇଭ ଷ୍ଟାର ବାର୍।ଅପରାଧୀ ନୁହେଁ ତ ହାଇପାଇ ଲାଇଭ ଷ୍ଟାଇଲ।କାହା ହାତରେ ମଦ ବୋତଲ ଥିଲା ବେଳେ ଆଉ କିଏ ସିଗାରେଟ ଧରିଛନ୍ତି। ଜେଲର ସୁରଖା ଆଇନର ଉଡ଼ିଲା ଧଜ୍ଜିଆ।ଢେଙ୍କାନାଳ ଜେଲ ଭିତରେ ଥିବା ଯୁବକ ମାନେ ହେଉଛନ୍ତି ୨୦୧୭ ମସିହା ଫେବୃଆରୀ ମାସ ରେ ହୋଇଥିବା ତରଭା ସଲମାନ୍ ହ-ତ୍ୟା-କା-ଣ୍ଡ ର ଜଣେ ଜଣେ ଅଭିଯୁକ୍ତ।
ମୁଖ୍ୟ ଅଭିଯୁକ୍ତ ମୁକା ଆଉ ତାଙ୍କର ଦୁଇ ଭାଇ ରାକା ଓ ହାକା।୨୦୧୭ ମସିହା ରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମରେ ଏହି ହ-ତ୍ୟା-କା-ଣ୍ଡ ହୋଇଥିଲା।ପୋଷ୍ଟର ମରା କୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ପରେ ଗୁଳିକାଣ୍ଡ ହୋଇଥିଲା।ଏଥିରେ ସଲମାନ୍ ରାଉତ ନାମକ ଯୁବକ ଙ୍କ ର ମୃ-ତ୍ୟୁ ହୋଇଥିଲା।
ଏପଟେ ଏହି ହ-ତ୍ୟା-କା-ଣ୍ଡର ଅଭିଯୁକ୍ତ କୁହାଯାଉଥିବା ମୂକା ଓ ତାର ଦୁଇ ଭାଇ ସେବେଠାରୁ ଢେଙ୍କାନାଳ ଜେଲ ରେ ରହିଛନ୍ତି।ଏମାନେ ସମସ୍ତେ ବିଜେଡି ର ତତ୍କାଳୀନ ମନ୍ତ୍ରୀ ପ୍ରଫୁଲ୍ଲ ମଳିକ ଙ୍କ ସମର୍ଥକ ଥିବା କୁହାଯାଉଛି।ତେବେ ବର୍ତ୍ତମାନ ଜେଲ ଭିତରର ଫଟୋ ଦେଖି ଲାଗୁଛି ଏମାନେ ଜେଲ ରେ ସଜ୍ଜା ନୁହେଁ ଜେଲ ରେ ମଜା ନେଉଛନ୍ତି।ଏଭଳି ଫଟୋ ଭାଇ ରାଲ ହେଲା ପରେ ଜେଲ ର ସୁରକ୍ଷା କୁ ନେଇ ଉଠିଛି ବଡ଼ ପ୍ରଶ୍ନ।
ଜେଲ ର ଚାରି କାନ୍ଥ ଭିତରେ ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ ଅପରାଧୀ ମାନେ ମଦ ଆଉ ସିଗାରେଟ ଭଳି ନିଶା ଦ୍ରବ୍ୟ ବ୍ୟବହାର କରୁଛନ୍ତି।ଏହାର ଫଟୋ ଦେଖିବାକୁ ମିଳିଛି।ଏହି ଖବରଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହା ଦେଖି ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିଛନ୍ତି।