ମୋଦୀ କହିଛନ୍ତି ମାନେ ଖୋଲା ହେବ ରତ୍ନ ଭଣ୍ଡାର...ଓଡ଼ିଶା ବାସୀ ଖାଲି ଟିକେ ଅପେକ୍ଷା କରନ୍ତୁ..

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ନେଇ ବିଜେଡି ନେତାଙ୍କ ପ୍ରତିକ୍ରିୟାର ଜବାବ ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। କହିଲେ ଜଗନ୍ନାଥ ପ୍ରେମୀ ଓଡ଼ିଶାବାସୀ ଜାଣିଛନ୍ତି କାହାର କଣ ଉଦ୍ଦେଶ୍ୟ ଅଛି। ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବ କହିଲେ ଆଇନ୍ ମନ୍ତ୍ରୀ। ପ୍ରେସମିଟରେ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ୬ ତାରିଖରେ ହେବ ତାରିଖ ଘୋଷଣା ଓ ମୋଡାଲିଟି ନିର୍ଦ୍ଧାରଣ। ଆହୁରି ମଧ୍ୟ ପ୍ରିଥିବିରାଜ୍ ହରିଚନ୍ଦନ ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ଆସନ୍ତାକାଲି ରତ୍ନ ଭଣ୍ଡାର ପାଇଁ ବସିବ ବୈଠକ। 
ରତ୍ନ ଭଣ୍ଡାର ଖୋଲିବା ପାଇଁ ତାରିଖ ବି ନିର୍ଦ୍ଧାରଣ ହେବ। ଏବଂ ଯେଉଁ ତାରିଖ ନିର୍ଦ୍ଧାରଣ ହେବ ସେଇ ତାରିଖରେ ହିଁ ରତ୍ନ ଭଣ୍ଡାର ଖୋଲା ଯିବ ଆଉ ଗଣତି ଆରମ୍ଭ ହେବ। ରତ୍ନ ଭଣ୍ଡାର ଭିତରର ସ୍ଥିତି କିଛି ଖରାପ ଥିଲେ ସେଗୁଡ଼ିକ ରିପ୍ୟାରିଂ କାମ ଏସଆଇ କରିବେ ବୋଲି ପ୍ରିଥିବିରାଜ୍ କହିଛନ୍ତି। ଏହିସବୁ କାର୍ଯ୍ୟ ଜଣେ ୨୪ ବର୍ଷର ସରକାର କରିପାରିନଥିଲେ କିନ୍ତୁ ଆଜି ଗୋଟେ ୨୪ ଦିନର ନୂଆ ସରକାର ନିଷ୍ପତି ନେଇଛନ୍ତି ରତ୍ନ ଭଣ୍ଡାର ଖୋଲିବା ପାଇଁ। 
ଆଉ ସେଥିପାଇଁ ଯେଉଁ ଆବଶ୍ୟକୀୟ ପଦେକ୍ଷପ ନିଆଯିବା କଥା ସେସବୁ ନିଆସରିଛି ବୋଲି ପ୍ରିଥିବିରାଜ୍ କହିଛନ୍ତି। ଆସନ୍ତା କାଲି କମିଟିର ବୈଠକ ବସିବ। ଏବଂ ରତ୍ନ ଭଣ୍ଡାର ଖୋଲିବାକୁ ନେଇ ଏକ ତାରିଖ ନିର୍ଦ୍ଧାରଣ ହେବ। ଯେଉଁ ତାରିଖ ନିର୍ଦ୍ଧାରଣ ହେବ ସେହି ତାରିଖରୁ ରତ୍ନ ଭଣ୍ଡାର ଖୋଲାଯିବ। ଗଣତି ମଧ୍ୟ ଆରମ୍ଭ ହେବ। ସରକାରଙ୍କୁ ଯୋଉ ନିଷ୍ପତିଟି ସୁବିଧା ଜନକ ହେବ ସେ ସେଇ ନିଷ୍ପତିଟି ନେବେ ବୋଲି ପ୍ରିଥିବିରାଜ୍ କହିଛନ୍ତି। 
ରାଜ୍ୟ ସରକାରଙ୍କର ରାଜନୈତିକ ଇଚ୍ଛାଶକ୍ତି ନଥିଲା ରତ୍ନ ଭଣ୍ଡାର ଖୋଲିବାକୁ ସେଥିପାଇଁ ସେ କରୁନଥିଲେ। କିନ୍ତୁ ଗତକାଲି କମିଟିରେ ଘୋଷଣା କରାଯାଇଥିଲା ୨ ଦିନ ପରେ ୬ ତାରିଖ ଦିନ କମିଟିରେ ବୈଠକ ହେବ। ଏବଂ ଖୁବଶୀଘ୍ର ଯେଉଁ ତାରିଖ ନିର୍ଦ୍ଧାରଣ କରିବେ ସେହି ତାରିଖରେ ରାଜ୍ୟ ସରକାର ନିଷ୍ପତି ନେବେ। ସେହି ଅନୁସାରେ କାର୍ଯ୍ୟକ୍ରମ ଆରମ୍ଭ ହେବ। ଦିନେ କି ଦୁଇଦିନ ମଧ୍ୟରେ ରତ୍ନ ଭଣ୍ଡାର ଖୋଲିବାକୁ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କହିଛନ୍ତି ପ୍ରିଥିବିରାଜ୍ ହରିଚନ୍ଦନ।