ମିଳିଲାନି ଫାଶୀ ରାଗିଲେ ଦିଦି ତଳ କୋର୍ଟକୁ ଚ୍ୟାଲେଞ୍ଜ କରି ଗଲେ ହାଇକୋର୍ଟ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ କୋଲକାତା ସହରରେ ଘଟିଥିବା ଘଟଣା ବିଷୟରେ ତ ଜାଣିଥିବେ । ଏହି କଲିକତା ଆର ଜି କର ମେଡିକାଲ କଲେଜରେ ଘଟିଥିଲା ଏଭଳି କିଛି ଘଟଣା । ଏହି କଲେଜରେ ଜଣେ ମହିଳା ଡାକ୍ତରଙ୍କୁ ଦୁ-ଷ୍କ-ର୍ମ କରି ହତ୍ୟା କରାଯାଇଥିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହି ଘଟଣାର ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ୍ ଟିମ୍ । ଏହି ଘଟଣାରେ ସଞ୍ଜୟ ରାୟଙ୍କୁ ପୋଲିସ ଗିରଫ କରିଥିଲା ।
ତାଙ୍କୁ ବିଚାରାଧୀନ କଏଦୀ ଭାବରେ ଗିରଫ କରାଯାଇଥିଲା । ଆଉ ଏବେ ସେ ମୁଖ୍ୟ ଆସାମୀ ବୋଲି କୋର୍ଟରେ ପ୍ରମାଣିତ ହୋଇଛି । ମୁଖ୍ୟ ଆସାମୀ ସଞ୍ଜୟ ରାୟଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛି । ଏବେ ଏହାକୁ ନେଇ ଆସିଛି କିଛି ଖବର । ଏହି କଲିକତା ମହିଳା ଡାକ୍ତର ମୈମିତା ଦେବନାଗଙ୍କ ମାମଲାରେ ମୁଖ୍ୟ ଆସାମୀ ସଞ୍ଜୟ ରାୟଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ସମସ୍ତେ ଦାବି କରିଥିଲେ କିନ୍ତୁ ତାଙ୍କୁ ଆଜୀବନ କାରାଦଣ୍ଡ ଦିଆଗଲା । ଏହା ଶୁଣି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଗି ଯାଇଛନ୍ତି ।
ସିଆଲଦା କୋର୍ଟକୁ ଚ୍ୟାଲେଞ୍ଜ କରି ଏବେ ହାଇକୋର୍ଟ ଯାଇଛନ୍ତି ମମତା ଦିଦି । ସଞ୍ଜୟକୁ ଫାଶୀ ଦଣ୍ଡ ନ ମିଳିବା ଯାଏଁ ଦିଦିଙ୍କୁ ଶାନ୍ତି ମିଳିବ ନାହିଁ । ଆଜୀବନ କାରାଦଣ୍ଡ ନୁହେଁ ମୃତ୍ୟୁଦଣ୍ଡ ପାଇଁ ସେ ଅପିଲ କରିଲେ । ଡାକ୍ତରୀ ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ମମତା ସରକାର ଆଗଭର ଅଛନ୍ତି । ସଞ୍ଜୟକୁ ଆଜୀବନ କାରାଦଣ୍ଡ ନୁହେଁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ମମତା ବାନାର୍ଜୀ ଦାବି କରିଥିଲେ । ଏବେ ହାଇକୋର୍ଟରେ ପହଞ୍ଚିଛନ୍ତି ଆଉ ତାଙ୍କୁ ଏଭଳି ମୃତ୍ୟୁଦଣ୍ଡ ଦେବାକୁ ସେ ଦାବି କରିଛନ୍ତି । ଦୋଷୀକୁ ଫାଶୀ ଦଣ୍ଡ ମିଳୁ ବୋଲି ଦାବି କରାଯାଇଥିଲା ।
କୋର୍ଟଙ୍କ ରାୟ ଶୁଣି ଜୁନିଅର ଡାକ୍ତରମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ସରକାରଙ୍କୁ ମୈମିତାଙ୍କ ପରିବାରକୁ ୧୭ ଲକ୍ଷ ଦେବାକୁ ନିର୍ଦ୍ଦେଶ ହୋଇଥିଲା । କିନ୍ତୁ ଏହି ପରିପ୍ରେକ୍ଷୀରେ ଅଭୟାଙ୍କ ପରିବାର କହିଥିଲେ ତାଙ୍କର ଟଙ୍କା ଦରକାର ନାହିଁ ଆଉ ତାଙ୍କ ଝିଅକୁ ନ୍ୟାୟ ଦରକାର । କଲିକତା ମହିଳା ଡାକ୍ତରଙ୍କ ସହ ଦୁ-ଷ୍କ-ର୍ମ ଆଉ ତାଙ୍କୁ ଦୁ-ଷ୍କ-ର୍ମ ପରେ ହତ୍ୟା କରିଥିବା ଦୋଷୀକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ସମସ୍ତେ ଦେଶବାସୀ ମଧ୍ୟ ଦାବି କରିଥିଲେ । କିନ୍ତୁ କୋର୍ଟ ଆଜୀବନ କାରାଦଣ୍ଡ ଦଣ୍ଡାଦେଶ କରିବାକୁ ନେଇ କେହିବି ସନ୍ତୋଷ ନାହାଁନ୍ତି । ସେଥିପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣାକୁ ନେଇ ଆଉ ଦୋଷୀକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ହାଇକୋର୍ଟରେ ଅପିଲ କରିଛନ୍ତି ।