ମାଙ୍କଡ ଦେହରେ ଲାଗିଲା ଘୁଷୁରୀ କିଡନୀ ଆଗକୁ ପଡିପାରେ ମଣିଷଙ୍କ ପାଳି...!

 
ଆପଣମାନେ ଏହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ କି ମାଙ୍କଡ ଶରୀର ରେ ଲାଗିଲା ଘୁଷୁରୀ ର କିଡନୀ। ମାନବ ସମାଜ ପାଇଁ ମଧ୍ୟ ଏବେ ଏହା ଏକ ବରଦାନ ସାଜି ପାରେ। ଯାହାକୁ ନେଇ ଏବେ ଆସିଲା ସୁଚନା। ଚିକିତ୍ସା ବିଜ୍ଞାନରେ ଏବେ ଏକ ଐତିହାସିକ ସଫଳତା ମିଳିଛି। ମାଙ୍କଡ ଶରୀର ରେ ଲାଗିଲା ଏବେ ଘୁଷୁରୀ ର କିଡନୀ ଯାହାକୁ ନେଇ ଏବେ ଚାରିଆଡେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଗବେଷକ ମାନେ ମଧ୍ୟ ଏହା ଦାବୀ କରିଛନ୍ତି କି,
ଆଗାମୀ ଦିନରେ ଏହି ଟେକ୍ନିକ୍ ମାନବ ଶରୀରର ଅଙ୍ଗ ର ଅଭାବ ଦୂର କରିବା ସହ ଗୁରୁତର ରୋଗର ମଧ୍ୟ ସମାଧାନ ଖୋଜିବ। ବିଜ୍ଞାନ ଏବେ ଏପରି ସ୍ତରରେ ପହଞ୍ଚିଛି ଯାହାକି ମଣିଷଙ୍କ ପାଇଁ ଏବେ କଳ୍ପନାର ବାହାରେ ଅଟେ। ବିଶେଷ କରି ସ୍ଵାସ୍ଥ୍ୟ କ୍ଷେତ୍ରରେ କଠିନ ସମସ୍ୟାର ସମାଧାନ କରିବା ଦିଗରେ ବିଜ୍ଞାନ ଏକ ବଡ଼ ସଫଳତା ହାସଲ କରିଛି। ଜାପାନ ର ଷ୍ଟାର୍ଟଅପ୍ କମ୍ପାନୀ ଏବେ ଏହା ଘୋଷଣା କରିଛି ଯେ,
ଏକ ଜେନେଟିକ ଟ୍ରାନଷ୍ଫର୍ ହେଇଥିବା ଘୁଷୁରୀ ର କିଡନୀ କୁ ଏକ ମାଙ୍କଡ଼ ଶରୀରରେ ସଫଳତାର ସହ ପ୍ରତିରୋପଣ କରାଯାଇଛି। ଜାପାନ ରେ ଏହା ପ୍ରଥମ ଥର ପାଇଁ ଘଟି ଥିବାର ମଧ୍ୟ ଏହା ସୁଚନା ମିଳିଛି। ଏହା ଭବିଷ୍ୟତ ରେ ମାନବ ଶରୀରରେ ପଶୁ ଶରୀରର ବ୍ଯବହାର ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହୋଇପାରେ ବୋଲି ଏବେ ଏହା ସୂଚନା ମିଳିଛି। ଏବେ ଏହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହେବାରେ ଲାଗିଛି।
ଆଉ ଜାପାନ୍ ଏବେ ସାରା ବିଶ୍ୱକୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ଯାହାକୁ ଶୁଣିବା ପରେ କେହି କେହି ବିଶ୍ବାସ କରି ପାରୁ ନାହାଁନ୍ତି। ହେଲେ ଆପଣଙ୍କୁ ଏହା ବିଶ୍ବାସ ନହେଲେ ମଧ୍ୟ ଏହା ସତ ଅଟେ। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।