ଅଶାନ୍ତ ହେଲାଣି ସମୁଦ୍ର ଦେଖନ୍ତୁ ଏହିସବୁ ଜିଲ୍ଲାରେ ହେବ ପ୍ରବଳରୁ ପ୍ରବଳ ବର୍ଷା ଆସିଲା ପାଣିପାଗ ବିଭାଗ ତରଫରୁ ବଡ଼ ଖବର

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ଏବେ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ହେବ ବର୍ଷା। ଏକା ସାଙ୍ଗରେ ମାଡ଼ି ଆସୁଛି ୨ଟି ଲଘୁଚାପ। ବନ୍ୟା ପାଣିରେ ଭାସିବ ଓଡ଼ିଶା। ଗୋଟେ ପଟେ ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଅନ୍ୟପଟେ ବଡ ବର୍ଷା ନେଇ ମାଡ଼ି ଆସୁଛି ଦୁଇ ଦୁଇଟି ଲଘୁଚାପ। ସେପଟେ ରାଜ୍ୟରେ ବର୍ତ୍ତମାନ ମୌସୁମୀ ସକ୍ରିୟ ରହିଛି। 
ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଜାରି ରହିଛି ମୌସୁମୀ ବର୍ଷା। କିଛି କିଛି ସ୍ଥାନରେ ଅତିପ୍ରବଳ ବର୍ଷା ହେଉଥିବା ରେକଡ଼ର୍ କରୁଛି ପାଣିପାଗ ବିଭାଗ। ଯାହା ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ତେବେ ଆସନ୍ତା ୩ ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ବର୍ତ୍ତମାନ ବାଂଲାଦେଶ ଏବଂ ତା'ର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। 
ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ଏଭଳି ବର୍ଷା। ତେବେ ରାଜ୍ୟକୁ ଦୁଇ ଡିଏହି ଲଘୁଚାପ ଆସୁଥିବା ବେଳେ ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଜୁଲାଇ ୭ରେ ଗୋଟିଏ ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ୧୫ କିମ୍ବା ୧୬ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେଇପାରେ ବୋଲି ପୂର୍ବାନୁମାନ କରାଯାଇଛି। 
୭ ତାରିଖରେ ସୃଷ୍ଟି ହେବା ଲଘୁଚାପ ଉତ୍ତର ବଙ୍ଗପୋସାଗରରେ ସୃଷ୍ଟି ହେଇପାରେ। ଯାହା ପ୍ରଭାବରେ ୩ ରୁ ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ। ୬ ତାରିଖରୁ ବଢିବ ରାଜ୍ୟରେ ବର୍ଷାର ପରିମାଣ। ତେବେ ଯାହାକୁ ନେଇ ପାଗରେ ଧିରେ ଧିରେ ପରିବର୍ତନ ହେଉଛି। ଏବେବି ଆକାଶ କୋହଲା ରହିଥିବା ବେଳେ କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ହେଉଛି ବର୍ଷା।