ଘଟିଲା ସାଙ୍ଘାତିକ ଘଟଣା ଦେଖନ୍ତୁ ମୋବାଇଲ ଧରି ଧରି ହେଇଗଲା ଏମିତି ଭୟଙ୍କର ଅବସ୍ଥା

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ଏବେ ଏଭଳି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ଛୋଟ ପିଲା ହେଉ ବା ବଡ ଲୋକ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ରହିଛି । ସମସ୍ତେ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି । ଛୋଟ ପିଲାମାନେ ଏହି ସ୍ମାର୍ଟ ଫୋନ ଅଧିକ ଦେଖୁଛନ୍ତି ଯାହା ଠିକ୍ ନୁହେଁ । ଏବେ ଏଭଳି କିଛି ଖବର ଆସିଛି ।
ଆପଣ ଏହି ଖବର ଦେଖିଲେ ଭାବି ପାରିବେ ଆମର ଜୀବନରେ ମୋବାଇଲ୍ ଫୋନ୍ ଏକ ଉତ୍ସ ପାଲଟି ଯାଇଥିବା ବେଳେ ଏହା ବଡ ବିପଦ ଆଣିଥାଏ ।ଜଣେ ୬ ବର୍ଷର ଶିଶୁ ସ୍ମାର୍ଟ ଫୋନ ଦେଖି ତାଙ୍କର ଆଖି ନାଲି ପଡ଼ିଯାଇଛି । ଆଉ ଏବେ ସେ ବହୁତ ହଇରାଣ ହେଉଛନ୍ତି । ଏହି ୬ ବର୍ଷର କନ୍ୟା ସନ୍ତାନ ହେଉଛି ନବରଙ୍ଗପୁର ଜିଲ୍ଲା ଝରି ବ୍ଲକ୍ ସଦର ମହକୁମା ଅନ୍ତର୍ଗତ ଝାଲିଅମ୍ପା ସାହିର ନୀଳକଣ୍ଠ ଗୌଡ଼ଙ୍କ ଝିଅ ଚିତ୍ରଲେଖା । ଏହି ୬ ବର୍ଷର କୁନି ଝିଅଟି ସବୁବେଳେ ହାତରେ ଫୋନ ଧରୁଥିଲା । 
ଆଉ ଖାଇଲେ, ବସିଲେ ଶୋଇଲେ ସବୁବେଳେ ତା ପାଖରେ ଫୋନ ଥିଲା । ଘରଲୋକେ ଯଦି ତାଙ୍କ ଠାରୁ ଫୋନ ନେଉଥିଲେ ସେ କାନ୍ଦୁଥିଲେ । ଆଉ ଜିଦ୍ କରୁଥିଲେ । ଝିଅକୁ ବୁଝାଇବା ପାଇଁ ଘରଲୋକେ ତାଙ୍କୁ ମୋବାଇଲ୍ ଫୋନ ଦେଇ ଦେଉଥିଲେ । ଏହି କୁନି ଝିଅର ଜେଜେବାପା କହିଥିଲେ ତାଙ୍କ ନାତୁଣୀ ସକାଳେ ଦୁଇ ଘଣ୍ଟା ଆଉ ସନ୍ଧ୍ୟାରେ ଦୁଇ ଘଣ୍ଟା ଫୋନ ଦେଖୁଥିଲା । ଏହି କୁନି ଝିଅଟି ମୋବାଇଲ୍ ଫୋନ୍ ବହୁତ ପାଖରୁ ଦେଖୁଥିଲା । ଏହି କାରଣରୁ ତାଙ୍କର ଆଖି ଉପରେ ପ୍ରଭାବ ପଡ଼ିଥିଲା ।
ପ୍ରଥମେ ଏହି କୁନି ଝିଅଟିର ଆଖି ଫୁଲି ଯାଇଥିଲା । ଆଉ ଏହା ଲାଲ ରଙ୍ଗର ହୋଇ ଯାଇଥିଲା । ଏହାପରେ ଏହାକୁ ଦେଖି ପରିବାର ଲୋକେ ତାଙ୍କୁ ମେଡ଼ିକାଲକୁ ନେଇଥିଲେ । ଆଉ ଏବେ ଏହି କୁନି ଝିଅଟିର ଆଖି ଟିକେ ଭଲ ହୋଇଥିବାର ଜଣାପଡିଛି । କିନ୍ତୁ ସମ୍ପୂର୍ଣ୍ଣ ଭାବରେ ଏହି ଝିଅଟିର ଆଖି କେବେ ଭଲ ହେବ ତାହା ଜଣାପଡ଼ି ନାହିଁ । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏହି କୁନି ଝିଅଟିର ଜେଜେବାପା ନନ୍ଦ ଗୌଡ ପ୍ରଥମେ ଏହି ଘଟଣା ସାମ୍ନାକୁ ଆଣିଥିଲେ । ଛୋଟ ପିଲାମାନଙ୍କୁ ମୋବାଇଲ୍ ଠାରୁ ଦୂରରେ ରଖିବାକୁ ସେ ଅଭିଭାବକ ମାନଙ୍କୁ ନିବେଦନ କରିଛନ୍ତି ।