ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର ଦେଖନ୍ତୁ ମହିଳାମାନେ ପାଇବେ ୫୦୦ ଟଙ୍କା ଅଧିକ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୁଭଦ୍ରା ଟଙ୍କା ପାଇଥିବା ମହିଳା ମାନଙ୍କ ପାଇଁ ପୁଣି ଆସିଛି ଆଉ ଏକ ଖୁସି ଖବର। ବର୍ତ୍ତମାନ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଆଉ ଏକ ଖୁସି ଖବର ଦେଇଛନ୍ତି। ୫୦୦୦ ଟଙ୍କା ମିଳିବା ପରେ ମଧ୍ୟ ଆପଣ ବୋନସ ଟଙ୍କା ପାଇପାରିବେ। କାରଣ ସରକାର ଏହାକୁ ଦେବେ। ‘ସୁଭଦ୍ରା’ ଯୋଜନାରେ ହିତାଧିକାରୀ ମାନେ ଆଉ ୫୦୦ ଟଙ୍କା ବୋନସ୍‌ ପାଇ ପାରିବେ। ଲକ୍ଷ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଏହି ପ୍ରଥମ କିସ୍ତି ଟଙ୍କା ପହଞ୍ଚି ସାରିଛି।
ପ୍ରଥମେ ୧ ଟଙ୍କା ଲେଖାଏଁ ସମସ୍ତଙ୍କ ଆକାଉଣ୍ଟକୁ ପଠାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ସରକାର ପଠାଇଥିଲେ ୪୯୯୯ ଟଙ୍କା। ଏହାପରେ ମଧ୍ୟ ଆପଣ ଆହୁରି ୫୦୦ ଟଙ୍କା ପାଇ ପାରିବେ। ଶୁକ୍ରବାର ଦିନ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହା କହିଛନ୍ତି। ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୁଭଦ୍ରା ଯୋଜନାର ମହିଳା ହିତାଧିକାରୀ ମାନେ ଅତିରିକ୍ତ ୫୦୦ ଟଙ୍କା ବୋନସ ଆକାରରେ ପାଇ ପାରିବେ। ଯେଉଁ ମହିଳାମାନେ ସୁଭଦ୍ରା ଅର୍ଥ ରାଶିକୁ ଡିଜିଟାଲି ବ୍ୟୟ କରିବେ ସେମାନଙ୍କୁ ଏହି ବୋନସ୍‌ ମିଳିବ। 
‘ସୁଭଦ୍ରା’ ଯୋଜନାକୁ ପ୍ରଧାନମନ୍ତ୍ରୀ ଲଞ୍ଚ କରିବା ପରେ ବ୍ୟାଙ୍କ ସାମ୍ନାରେ ଖୁବ୍‌ ଭିଡ ଦେଖିବାକୁ ମିଳିଛି। ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଆଗରେ ଲାଗିଛି ଭିଡ। ତେବେ ଏହାକୁ ନେଇ ପ୍ରଭାତି ପରିଡ଼ା ଓଡିଶାର ସାଧାରଣ ଜନତାଙ୍କୁ ଆଶ୍ୱସ୍ତି କରି କହିଛନ୍ତି, "ସୁଭଦ୍ରା ଯୋଜନାରେ ମିଳିଥିବା ସମସ୍ତ ଟଙ୍କା ହିତାଧିକାରୀ ମାନଙ୍କ ପାଇଁ ଉଦ୍ଧିଷ୍ଟ। ସରକାର ତା’ଉପରେ ସୁଧ ନେବେ ନାହିଁ କିମ୍ବା ଫେରାଇ ନେବେ ନାହିଁ। କୌଣସି ଭ୍ରମିତ ଖବରରେ ଚକିତ ହୁଅନ୍ତୁ ନାହିଁ। 
କିମ୍ବା ଲମ୍ବା ଧାଡି ଲଗାନ୍ତୁ ନାହିଁ।" ଯାହା ଆପଣଙ୍କ ଆକଉଣ୍ଟକୁ ଯାଇଛି, ଯେତେବେଳେ ଚାହିଁବେ ଖର୍ଚ୍ଚ କରି ପାରିବେ, ଡିଜିଟାଲି ଖର୍ଚ୍ଚ କଲେ ଆଉ ୫୦୦ ଟଙ୍କା ବୋନସ୍‌ ହିସାବରେ ମିଳିବ। ଡିଜିଟାଲ ବ୍ୟବହାର ଉପରେ ସରକାର ପ୍ରୋତ୍ସାହନ ଦେଉଛନ୍ତି। ପ୍ରାୟ ୨୫ ଲକ୍ଷ ୧୧ ହଜାର ମହିଳାଙ୍କ ପାଖକୁ ସୁଭଦ୍ରାର ପ୍ରଥମ କିସ୍ତି ଯାଇଛି, ଏବଂ ଏହି ଅର୍ଥ ମହିଳାଙ୍କ ନିଜସ୍ୱ। ମହିଳା ଯେଭଳି ଚାହିଁବେ ଟଙ୍କା ଖର୍ଚ୍ଚ କରି ପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।