ଝିଆରୀ ପାଇଁ ଚାଲିଗଲା ଜୀବନ ଦେଖନ୍ତୁ ଆସିଲା ଭୟଙ୍କର ଖବର

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୁକ ବିହାରର ଜଗା ଅଟୋ ଚଳାଇ ପରିବାର ପୋଷଣ କରନ୍ତି। ଆଉ ସେହି ସାହିର ଜଣେ ଯୁକ୍ତ ଦୁଇ ଛାତ୍ର ଜଗାର ଝିଆରୀକୁ ଏକତରଫା ପ୍ରେମ କରୁଥିଲା। ଯାହାକୁ ବିରୋଧ କରିଥିଲେ ଜଗା। ଝିଆରୀଠୁ ଦୂରେଇ ରହିବାକୁ ଚେତାବନୀ ବି ଦେଲେ। ମାତ୍ର ପ୍ରେମକୁ ଭୁଲି ପାରୁ ନ ଥିବା ନାବାଳକ ସାଜିଲେ ରକ୍ତମୁଖା। ଆଉ ରାସ୍ତାରେ କଣ୍ଟା ସାଜିଥିବା ଦାଦାଙ୍କୁ ହଟାଇବାକୁ କରିଲେ ଯୋଜନା। ଆଉ କାଲି ରାତିରେ ଜଗା ବାଇକରେ ଫେରୁଥିବା ସମୟରେ ବେକକୁ ଖଣ୍ଡାରେ ଚୋଟ ପକାଇ ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲା ଅଭିଯୁକ୍ତ। 
ସୁକ ବିହାରର ଜଗା ଅଟୋ ଚଳାଇ ବା ସହ ଆଧୁନିକ ନୃତ୍ୟରେ ମଧ୍ୟ ରୁଚି ରଖନ୍ତି। ବୁଧବାର ଜଗା କୌଣସି ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ କଟକ ଯାଇଥିଲେ। ରାତିରେ ଫେରିବା ପରେ ରଘୁନାଥ ନଗର ଶନି ମନ୍ଦିର ନିକଟରେ ଭୋଜି କରୁଥିବା ତାଙ୍କ ବନ୍ଧୁମାନଙ୍କ ନିକଟକୁ ଯାଇଥିଲେ। ଘରୁ ପତ୍ନୀଙ୍କର ଫୋନ୍ ଆସୁଥିବାରୁ ବନ୍ଧୁମାନଙ୍କ ସହିତ ନ ଖାଇ ସେଠାରୁ ପାର୍ସଲ ନେଇ ବାଇକ୍‌ ଯୋଗେ ଘରକୁ ଯାଉଥିଲେ। ପତ୍ନୀଙ୍କୁ ଫୋନ୍ କରି ଗେଟ୍ ଖୋଲିବାକୁ କହିଥିଲେ। ‌ ଘର ଆଉ ମାତ୍ର ୧୦୦ ମିଟର ଦୂର ଥିବାବେଳେ ନାବାଳକ ଓ ତାଙ୍କ ସହଯୋଗୀ ଜଗାଙ୍କୁ ରାସ୍ତାରେ ଅଟକାଇଥିଲେ। 
ସେଠାରେ ନାବାଳକ ଓ ଜଗାଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାରି ଭିତରେ ନାବାଳକ ଜଣକ ଏକ ଖଣ୍ଡାରେ ଜଗାଙ୍କ ବେକକୁ ଆକ୍ରମଣ କରିଥିଲା। ଜଗାଙ୍କ ବେକରେ ଗଭୀର ଆଘାତ ହେବା ସହିତ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସେ ପ୍ରାଣ ବଞ୍ଚାଇବାକୁ ରକ୍ତାକ୍ତ ଅବସ୍ଥାରେ ବାଇକ୍‌ ଚଳାଇ ଘରକୁ ଯାଇଥିଲେ। ତାଙ୍କୁ ଏଭଳି ଅବସ୍ଥାରେ ଦେଖି ପରିବାର ଲୋକେ ପଡ଼ୋଶୀଙ୍କ ସହାୟତାରେ ଏମ୍‌ସରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। 
ସେପଟେ ଘଟଣାରେ ସଂପୃକ୍ତ ନାବାଳକ ଖଣ୍ଡଗିରି ଥାନାରେ ଆତ୍ମସମର୍ପଣ କରିଛି। ଖବରପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ମୃତକଙ୍କ ଘର ଯାଏଁ ରାସ୍ତା ସାରା ରକ୍ତ ଛିଟା ପଡ଼ିଛି। ପୁଲିସ ସେସବୁକୁ କର୍ଡନ କରିବା ସହିତ ଆଜି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ନମୁନା ସଂଗ୍ରହ କରିବ ବୋଲି ଜଣାପଡିଛି। ହତ୍ୟାକାଣ୍ଡ ପରେ ରଘୁନାଥ ନଗରରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ୟକ୍ତ ଲୋକମାନେ ନାବାଳକଙ୍କ ଘରକୁ ଟେକାପଥର ମାଡ଼ କରିଛନ୍ତି।