ପାଣିପାଗ ବିଭାଗ ତରଫରୁ ଆସିଲା ସତର୍କ ସୂଚନା ଦେଖନ୍ତୁ ପାଣିରେ ଭାସିବ ଏହିସବୁ ଜିଲ୍ଲା

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ପାଣିପାଗକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି ।
ଏବେ ପାଣିପାଗକୁ ନେଇ କିଛି ଖବର ଆସିଛି । ଆପଣମାନେ ତ ମୌସୁମୀ ଆସିବା ଖବର ଜାଣିଥିବେ । ଏବେ ରହି ରହି ଆସୁଛି ମୌସୁମୀ ବୋଲି ସୂଚନା ମିଳୁଛି । ମୌସୁମୀ ଧୀରେ ଧୀରେ ଓଡ଼ିଶାର ଜିଲ୍ଲା ଗୁଡିକରେ ପହଞ୍ଚୁଛି ବୋଲି ଖବର ଆସୁଛି ।
ମୌସୁମୀ ପ୍ରଥମେ ମାଲକାନଗିରି, ଆଉ ଏବେ କୋରାପୁଟରେ ଆସି ପହଞ୍ଚିଛି । ମୌସୁମୀ କୋରାପୁଟରେ ପହଞ୍ଚିବା ପରେ ଏବେ ଏହି କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆରମ୍ଭ ହୋଇଯାଇଛି ବର୍ଷା ।
ପଟାଙ୍ଗ, କୋରାପୁଟ, ପୁରାଙ୍ଗ ଏବଂ ନନ୍ଦପୁର ଅଞ୍ଚଳରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି । ଯାହାର ପ୍ରଭାବ ଧୀରେ ଧୀରେ ଦେଖାଗଲାଣି । ଅସହ୍ୟ ତାତି ଆଉ ଗୁଳୁଗୁଳି ଭିତରେ ଲୁଚକାଳି ଖେଳୁଛି ମୌସୁମୀ ବାୟୁ । ମୌସୁମୀ ଆସୁଛି ପୁଣି ମଝି ରାସ୍ତାରେ ଅଟକି ଯାଉଛି । 
ପାଗ ଅନୁକୂଳ ଥିବା ବେଳେ ଧୀରେ ଧୀରେ ପାଖେଇ ଆସୁଛି ମୌସୁମୀ ବାୟୁ । ଆହୁରି ୨୪ କି ୪୮ ଘଣ୍ଟା ଭିତରେ ଉପକୂଳ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ । ଏବେ ସମ୍ପୂର୍ଣ୍ଣ ଓଡ଼ିଶାରେ ମୌସୁମୀ ଅଗ୍ରସର ହେବାକୁ ଆହୁରି ସମୟ ଲାଗୁଥିବା ବେଳେ
ଏବେ ଇଟ ଆଗାମୀ ପାଞ୍ଚଦିନ ଯାଏଁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି । ବରଗଡ଼, ଝାରସୁଗୁଡ଼ା ଏବଂ ସମ୍ବଲପୁରରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗତକାଲି ରାଜଧାନୀ ଭୁବନେଶ୍ଵରରେ ବର୍ଷା ହୋଇଥିଲା ।
ଝଡ ବର୍ଷା ସହ ପବନ ହୋଇଥିଲା । ୮ ତାରିଖ ବେଳକୁ ମୌସୁମୀ ଛୁଇଁବ ବୋଲି ସୂଚନା ଦେଇଥିଲା ଆଞ୍ଚଳିକ ପାଣିପାଗ ବିଭାଗ । ୨୦ ତାରିଖ ବେଳକୁ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଆସନ୍ତା ଚାରି ରୁ ପାଞ୍ଚଦିନ ମୌସୁମୀ ପହଞ୍ଚିବା ପାଇଁ ପାଗ ଅନୁକୂଳ ରହିଛି ବୋଲି ସୂଚନା ମିଳିଛି । ଖରା ପାଇଁ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ବର୍ଷା ଆସି ପହଞ୍ଚି ଯାଉଛି । ଆଉ ଏହି ବର୍ଷା ପାଇଁ ଅନେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଏବେ ଏହାକୁ ନେଇ ଆସିଛି ଖବର ।