ଟ୍ରେନରୁ ଓହ୍ଲାଉଥିଲେ ମହିଳା ଦେଖନ୍ତୁ ହଠାତ୍ ହୋଇଗଲା କିଛି ଏମିତି ଦେଖନ୍ତୁ ଏହି ଭୟଙ୍କର ଦୃଶ୍ୟ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଆପଣମାନେ ପ୍ରତ୍ୟେକ ଦିନ ଅନେକ ପ୍ରକାର ଘଟଣା ଦୁର୍ଘଟଣା ବିଷୟରେ ଜାଣିବାକୁ ପାଇଥାନ୍ତି। ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି।
ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଇଣ୍ଟରନେଟ ଦୁନିଆରେ ବିଭିନ୍ନ ପ୍ରକାରର ଭିଡିଓ ପ୍ରତିଦିନ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ଏଭଳି ଘଟଣା ଭଦ୍ରକରେ ଷ୍ଟେସନରୁ ସାମ୍ନାକୁ ଆସିଛି। 
ଟ୍ରେନରୁ ଡେଇଁ ପଡିଥିବା ଜଣେ ମହିଳାଙ୍କୁ କିପରି ମରଣ ମୂଖରୁ ଟାଣି ଆଣିଛନ୍ତି କନଷ୍ଟେବଳ। ଭଦ୍ରକ ରେଳ ଷ୍ଟେସନରେ କାର୍ଯ୍ୟରତ କନେଷ୍ଟବଳଙ୍କ ଏଭଳି ଉଦାରତା ଦେଖି ଚାରିଆଡୁ ସାବାସୀର ସୁଅ ଛୁଟିଛି।
ଏଭଳି ବଡ଼ ଅଘଟଣ ହେବା ପୂର୍ବରୁ କେଉଁଭଳି କନେଷ୍ଟବଳ ଜଣକ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି ତାହା ଭଦ୍ରକ ଷ୍ଟେସନ ପରିସରରେ ଥିବା ସିସିଟିଭିରେ କଏଦ ହୋଇଛି। ଘଟଣାଟି ଏଭଳି ଥିଲା, ବାଲେଶ୍ୱର ଅଞ୍ଚଳର ଜୈନିକା ମହିଳା ଜଣକ ବାଲେଶ୍ୱର ଯିବା ନିମନ୍ତେ ମେମୁ ଟ୍ରେନକୁ ଅପେକ୍ଷା କରିଥିଲେ।
କିନ୍ତୁ ଭୁଲ ବଶତଃ ଯାଜପୁର ଆଡକୁ ଯାଉଥିବା ଯାଜପୁର ପାସେଞ୍ଜର ଟ୍ରେନରେ ବସିଯାଇଥିଲେ। ଏହି ଟ୍ରେନଟି କେଉଁଆଡ଼ ଯାଉଛି ବୋଲି ଟ୍ରେନରେ ବସିଥିବା ଯାତ୍ରୀଙ୍କୁ ମହିଳା ଜଣକ ପଚାରିଥିଲେ।
ଯାଜପୁର ଏହି ଟ୍ରେନଟି ଯାଉଥିବା ଶୁଣି ମହିଳା ଜଣକ ଅବାକ ହୋଇ ଚଳନ୍ତା ଟ୍ରେନରୁ ଡେଇଁପଡିଲେ। ଆଉ ରେଳଧାରଣାକୁ ଖସିଯାଇଥିଲେ କିନ୍ତୁ ଏଭଳି ଅବସ୍ଥାରେ ଭଦ୍ରକ ରେଳ ଷ୍ଟେସନରେ ଡ୍ୟୁଟିରେ ଥିବା କନେଷ୍ଟବଳ ପ୍ରତାପ ଚନ୍ଦ୍ର ଗିରି ମହିଳାଙ୍କୁ କାବୁ କରି ପକାଇଥିଲେ। 
ଏବଂ ବଡ଼ ଅଘଟଣରୁ ମହିଳା ଜଣକ ବର୍ତ୍ତି ଯାଇଥିଲେ। କନେଷ୍ଟବଳଙ୍କ ଏଭଳି ସାହସିକତା କାର୍ଯ୍ୟକୁ ଦେଖି ଷ୍ଟେସନ ପରିସରରେ ଥିବା ଯାତ୍ରୀ ମାନେ କିଛି ସମୟ ପାଇଁ ତାଜୁବ ହେବା ସହ ସାବାସୀ ଦେଇଥିଲେ।
ଭଦ୍ରକ ଷ୍ଟେସନ ପରିସରରେ ଏଭଳି ଅଘଟଣ ସିସିଟିଭିରେ କଏଦ ହୋଇଥିବା ବେଳେ ସାମାଜିକ ଗଣମାଧ୍ୟମରେ ଭାଇରଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଏହି ଘଟଣାଟି କିଛି ଦିନ ତଳର ବୋଲି ଜଣା ପଡିଛି।