ଟ୍ରେନରେ ଲାଗିଲା ଭୟଙ୍କର ନିଆଁ ଦେଖନ୍ତୁ ସାମ୍ନାକୁ ଆସିଲା ଭୟଙ୍କର ଦୁର୍ଘଟଣାର ଚିତ୍ର ଦେଖନ୍ତୁ ଯାତ୍ରୀ ମାନଙ୍କ ସହ ହୋଇଗଲା କେତେବଡ ଦୁର୍ଘଟଣା

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁଣି ଥରେ ହୁତୁ ହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ଟ୍ରେନ୍। ତେବେ ଟ୍ରେନ୍‌ରେ ଚଳନ୍ତା ଅବସ୍ଥାରେ ନିଆଁ ଲାଗି ଯାଇଥିଲା। ଆଉ ସେହି ନିଆଁରେ ଜଳିଗଲେ ଶହ ଶହ ଲୋକେ।
ଦେଖୁ ଦେଖୁ ପୁରା ଟ୍ରେନ୍‌ରେ ନିଆଁ ଖେଳି ଯାଇଥିଲା। ଯାତ୍ରୀମାନେ ନିଆଁର ଭୟଙ୍କର ରୂପ ଦେଖି ଛାନିଆ ହୋଇଯାଇଥିଲେ। ତେବେ ବନ୍ଧୁଗଣ ଟ୍ରାକରେ ଟ୍ରେନ ଗଡ଼ୁଥିଲା ଆଉ ହୁତହୁତ ହୋଇ ଜଳୁଥିଲା। 
ଦେଖୁ ଦେଖୁ ପୁରା ଟ୍ରେନ୍‌ରେ ଲାଗିଯାଇଥିଲା ନିଆଁ। ଯେତେ ଲିଭାଇବାକୁ ଚେଷ୍ଟା କରିଲେ ନିଆଁ ଲିଭିଲା ନାହିଁ। ଜୀବନକୁ ବଞ୍ଚାଇ ଯାତ୍ରୀମାନେ ଟ୍ରେନ୍‌ରୁ ବାହାରକୁ ଚାଲିଆସିଲେ। ଏବଂ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି।
ବନ୍ଧୁଗଣ ବାଂଲାଦେଶରେ ଏକ ଯାତ୍ରୀବାହୀ ଟ୍ରେନରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ଟ୍ରେନଟି ହୁତୁହୁତୁ ହୋଇ ଜଳିବା ସହିତ ୫ ଜଣଙ୍କର ମୃ-ତ୍ୟୁ ହୋଇଛି।
ସୂଚନା ଅନୁସାରେ, ବେନାପୋଲ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି। ଟ୍ରେନଟି ରାଜଧାନୀ ଢାକା ଅଭିମୁଖେ ଯାଉଥିଲା। ହଠାତ୍ ରାତି ପ୍ରାୟ ୯ଟା ସମୟରେ ସୟେଦାବାଦର ଗୋଲାପବାଗ ନିକଟରେ ଟ୍ରେନରେ ନିଆଁ ଲାଗି ଯାଇଥିଲା।
ଧୀରେ ଧୀରେ ୪ଟି ବଗିକୁ ବ୍ୟାପି ଯାଇଥିଲା ନିଆଁ। ଖବର ପାଇ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। 
ରାତି ପ୍ରାୟ ୧୦.୩୦ ବେଳକୁ ନିଆଁକୁ ଆୟତ୍ତ କରାଯାଇଥିଲା। ଟ୍ରେନରେ ବହୁ ଭାରତୀୟ ମଧ୍ୟ ଯାତ୍ରା କରୁଥିବା ସୂଚନା ମିଳିଛି। ଟ୍ରେନରେ ଉଦ୍ଦେଶ୍ୟମୂଳକ ଭାବେ ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ କରାଯାଉଛି।
ଏହାକୁ ପ୍ରାକ୍ ନିର୍ବାଚନୀ ହିଂସାକାଣ୍ଡ ବୋଲି ଆଶଙ୍କା କରୁଛି ପୁଲିସ। ତେବେ ବନ୍ଧୁଗଣ ଆସନ୍ତାକାଲି ବାଂଲାଦେଶରେ ସାଧାରଣ ନିର୍ବାଚନ ପାଇଁ ଭୋଟିଂ ହେବ।