ଟ୍ରେନ ରେ ବସିଥିବା ମହିଳା ଙ୍କର ଅଚାନକ ଇଚ୍ଛା ହେଲା କାକୁଡି ଖାଇବାକୁ, ଡେଇଁ ପଡ଼ିଲେ ଚଳନ୍ତା ଟ୍ରେନ ରୁ ଆଉ ହାବିଲଦାର ଜଣକ ବଞ୍ଚାଇଲେ ଏମିତି

 
ନମସ୍କାର ପାଠକ ବନ୍ଧୁ।ଚଳନ୍ତା ଟ୍ରେନ ରୁ ଡେଇଁ ପଡ଼ିଲେ ମହିଳା।ମହିଳା ଙ୍କ ଜୀବନ କୁ ରକ୍ଷା କଲେ ପୋଲିସ କର୍ମଚାରୀ।ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ର ଗୋଟିଏ ରେଳ ଷ୍ଟେସନ ରେ।ଆପଣ ମାନେ ସମସ୍ତେ ଜାଣି ଥିବେ ଟ୍ରେନ ରେ ଯାତ୍ରା କରିବା ସମୟ ରେ କିଛି ସାବଧାନତା ଅବଲମ୍ବନ କରିବା ଜରୁରୀ।
ଯଦି ଆପଣ ସାବଧାନ ନ ରହିବେ।ତେବେ ଶେଷ ରେ ଆପଣଙ୍କର ହିଁ ଜୀବନ ଯିବ।ସେପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ମହିଳା ଙ୍କୁ ମୃ-ତ୍ୟୁ ମୁଖ ରୁ ବଞ୍ଚାଇ ଦେଇଛନ୍ତି ଜଣେ ପୋଲିସ କର୍ମଚାରୀ।
ସୂଚନା ଅନୁସାରେ ମହିଳା ଜଣକ ଭଦ୍ରକ ରୁ ବାଲେଶ୍ୱର କୁ ଯିବାକୁ ଚାହୁଁ ଥିଲେ।ହେଲେ କେଉଁ ଟ୍ରେନ କେଉଁଠି କି ଯିବ ତାହା ସେ ଜାଣି ନ ଥିଲେ।ଏହି ସମୟ ରେ ସେ ଗୋଟିଏ ଟ୍ରେନ ଭିତରେ ପଶି ଯାଇଥିଲେ।ସେଠାରେ ସେ ବସି ଥିବା ସମୟ ରେ ଜଣେ ମହିଳା ଙ୍କୁ ପଚାରି ଥିଲେ ଏହି ଟ୍ରେନ ଟି କେଉଁଆଡେ ଯାଉଛି।
ଏହା ପରେ ସେହି ଟ୍ରେନ ଯାତ୍ରୀ ଜଣକ କହିଥିଲେ କି ଏହି ଟ୍ରେନ ଟି ଭଦ୍ରକ ରୁ ଯାଜପୁରକୁ ଯାଉଛି।ସେଠାରେ ଏହା ରହିବ।ଏ କଥା ଶୁଣି ମହିଳା ଜଣକ ଭୟବୀତ ହୋଇ ଯାଇଥିଲେ।ସେ କିପରି ଏହି ଟ୍ରେନ ରୁ ବାହାରିବେ ସେ କଥା ଭାବୁ ଥିଲେ।
ଏହି ସମୟ ରେ ତାଙ୍କ ମୁଣ୍ଡ କୁ ଗୋଟିଏ ବୁଦ୍ଧି ଆସିଲା।ସେ ସାଙ୍ଗେ ସାଙ୍ଗେ ସେହି ଚଳନ୍ତା ଟ୍ରେନ ରୁ ଡେଇଁ ପଡ଼ିଲେ।ଟ୍ରେନ ଟି ବହୁତ ଜୋର୍ ରେ ଯାଉ ଥିଲା।ଏହା ପରେ ମହିଳା ତଳକୁ ଖସି ଯାଉଥିବାର ଦେଖି ଜଣେ ପୋଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କଲେ।
ଘଟଣା ସ୍ଥଳ ରେ ମହିଳା ଜଣକ ବେହୋସ୍ ହୋଇ ଯାଇଥିଲେ।ଏହା ପରେ ସେହି ପୋଲିସ କର୍ମଚାରୀ ତାଙ୍କୁ ପାଣି ଦେଲେ।ତାଙ୍କ ଜୀବନ ବଞ୍ଚାଇ ଦେଲେ।ଯାହା ର ଭିଡିଓ ପାଖରେ ଥିବା ସି ସି ଟିଭି କ୍ୟାମେରା ରେ କଏଦ ହୋଇ ଥିଲା।
ଏହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଚି।ଅନେକ ଲୋକ ନିଜ କମେଣ୍ଟ ମାଧ୍ୟମ ରେ ସେହି ପୋଲିସ ଙ୍କ ସାହସିକତା ପାଇଁ ଅଭିନନ୍ଦନ ଜଣାଇ ଛନ୍ତି।
ଏହା ପରେ ସେହି ମହିଳା ଙ୍କୁ ତାଙ୍କ ପରିବାର ର ଜିମା ଦେଇଥିଲେ ପୋଲିସ କର୍ମଚାରି।ସେହି ପୋଲିସ ଜଣକ କହିଛନ୍ତି କି ସମସ୍ତ ଲୋକ ଙ୍କ ସେବା କରିବା ଆମର କର୍ତ୍ତବ୍ୟ।ଆମେ ସେଥିପାଇଁ ଚାକିରି କରିଛୁ।ଏଥିରେ କିଛି ବଡ କଥା ନାହିଁ।