ଠିକ୍ ସମୟରେ ପୂଜା ନକଲେ ଏମିତି ମିଳେ ଫଳ ଦେଖନ୍ତୁ ଆଉ କରନ୍ତୁ ନାହିଁ ଏହି ସବୁ ଭୁଲ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଶାସ୍ତ୍ର ଅନୁସାରେ ସମସ୍ତଙ୍କ ଘରେ ଠାକୁର ଘର ତିଆରି କରିବା ଉଚିତ୍। କାରଣ ଇଶ୍ଵର ଆମ ପୂଜା ଆରାଧନାରେ ପ୍ରସନ୍ନ ହୋଇ ଆମ ଘରକୁ ଆସିଥାନ୍ତି।
ଆପଣମାନେ ଜାଣିଥିବେ ଯେ ଇଶ୍ଵରଙ୍କ ଆରାଧନା ନ ହେଉଥିବା ଘରେ ଭୂତପ୍ରେତମାନଙ୍କ ବସବାସ ରହିଥାଏ। ତେଣୁ ପ୍ରତ୍ୟେକ ଲୋକେ ଠାକୁର ଘରେ ସବୁଦିନ ପୂଜା କରିବା ଉଚିତ୍ ହୋଇଥାଏ। ଠାକୁରଘରେ ପୂଜା ନିମନ୍ତ୍ରେ କିଛି ଜିନିଷକୁ ବ୍ୟବହାର କରିଥାଉ।
ସମସ୍ତ ମନୁଷ୍ୟ ଇଶ୍ଵର ବିଶ୍ଵାସୀ ହୋଇବା ସହ ଇଶ୍ଵରଙ୍କର ଆସ୍ତା ଉପରେ ଭରସା ରଖିଥାନ୍ତି। ସେଥିପାଇଁ ସମସ୍ତଙ୍କ ଘରେ ପ୍ରତିଦିନ ଠାକୁର ପୂଜା କରିବା ପାଇଁ ଠାକୁର ଘର ସ୍ଥାପନ ହେବା ସହ ନିଷ୍ଟାର ସହ ପୂଜା ମଧ୍ୟ କରାଯାଇଥାଏ।
ଠାକୁର ପୂଜା କରିବା ସମୟରେ ଆପଣ ଯଦି କେତେକ ବିଧିବିଧାନ ନିୟମକୁ ଅନୁସରଣ କରି ପୂଜା କରିଥାନ୍ତି। ତେବେ ଆପଣ ଭଗବାନଙ୍କୁ ପ୍ରସନ୍ନ କରିବା ସହ ପୂଜାଫଳ ମଧ୍ୟ ବହୁତ ଶୀଘ୍ର ପାଇଥାନ୍ତି।
ତେବେ ବନ୍ଧୁଗଣ କିଛି ଲୋକ କେତେବେଳେ ଅଳସୁଆ ହୋଇ ବିଳମ୍ବରେ ଉଠୀ ଠାକୁର ପୂଜା ଠିକ୍ ସମୟରେ କରି ହୁଏ ନାହିଁ। ଆଉ କେତେଜଣ କେତେବଳେ ଘର କାମରେ ବେସ୍ତ ରହି ଠାକୁର ପୂଜା କରିବାରେ ସମୟ ଦେଇ ପାରନ୍ତି ନାହିଁ।
କିନ୍ତୁ ଶାସ୍ତ୍ର କହେ ଲକ୍ଷେ କର୍ମ କୁ ଛାଡ଼ି ଭାଗବତ ଭଜନ ସର୍ବପ୍ରଥମେ କରିବା ଉଚିତ୍। ସବୁଠାରୁ ବେଶୀ ଗୁରୁତ୍ବ ଭଗବାନଙ୍କୁ ଦେବା ଉଚିତ୍। ଭଗବାନ୍ ହେଇଛନ୍ତି ସମଗ୍ର ଜଗତର ନାଥ ଜଗନ୍ନାଥ ତାଙ୍କ ନିମନ୍ତେ ମଧ୍ୟ ଉପଯୁକ୍ତ ସମୟରେ ଉପଯୁକ୍ତ କର୍ଯ୍ୟ କରିବା ଦରକାର। 
ଭଗବାନ୍ କହିଛନ୍ତି ଯେ ପତ୍ର, ପୁଷ୍ପ, ଫଳ ଯିଏ ତାଙ୍କୁ ଭକ୍ତି ଆଉ ଶ୍ରଦ୍ଧାର ସହିତ ଅର୍ପଣ କରିଥାଏ ତାହାକୁ ପ୍ରଭୁ ଗ୍ରହଣ କରିଥାନ୍ତି। ଭଗବାନ୍ ହେଉଛନ୍ତି ଭାବଗ୍ରହି ତେଣୁ ଭକ୍ତ ତାଙ୍କୁ ଯେଉଁ ଭାବରେ ତାଙ୍କୁ ପତ୍ର, ପୁଷ୍ପ, ଫଳ ଦେଇଥାନ୍ତି ତାହାକୁ ପ୍ରଭୁ ଗ୍ରହଣ କରିଥାନ୍ତି।
ତେଣୁ ଭାଗବତ ଗୀତରେ ଅଷ୍ଟାଦଶ ଅଧ୍ୟାୟ ୨୮ ନମ୍ବର ଶ୍ଳୋକରେ ଭଗବାନଙ୍କ ଭାବ ବର୍ଣ୍ଣନା କରାଯାଇଛି। ତେଣୁ ଆମେ ଉପଯୁକ୍ତ ସମୟରେ ଭଗବାନଙ୍କର ଭଜନ, କୀର୍ତ୍ତନ, ପୂଜନ ଆଦି କରି ନିଜର ମାନବ ଜୀବନକୁ ସାର୍ଥକ କରିବା ଉଚିତ୍।