୪୦୦ କୋଟି କେବଳ ଟଙ୍କା ଆକାର ରେ ରଖିଥିଲା ଏଇ ମଦ ବ୍ୟବସାୟୀ, ସବୁ ସମ୍ପତି ମିଶେଇଲେ ବୋଧେ ଅମ୍ବାନୀ କୁ ୟେ ଟପିଯିବ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଓଡ଼ିଶାରେ ହୋଇଥିବା ବଡ଼ ଆଇଟି ରେଡ ସମ୍ପର୍କ ରେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ଆଳୁ ଖୋଳୁ ଖୋଳୁ ଓଡ଼ିଶାରୁ ମହାଦେବ ବାହାରିଛନ୍ତି। ରେଡ ସମୟରେ ମିଳିଥିଲା ଟଙ୍କା ର ପାହାଡ଼।
ମଦ ବ୍ୟବସାୟୀ ଙ୍କ ଟଙ୍କା ଦେଖିବା ପରେ କେହି ମଧ୍ୟ ନିଜ ଆଖିକୁ ବିଶ୍ଵାସ କରି ପାରୁ ନାହାଁନ୍ତି। ବିଡା ବିଡା ନୋଟ ରେ ତାଙ୍କର ଆଲମିରା ଭର୍ତ୍ତି ହୋଇ ଯାଇଛି। ଯେଉଁଠାରେ ହାତ ମାରିଲେ ସେଠାରେ ନୋଟ ବିଡା।
କାଲି ଠୁ ସେଠାରେ ରେଡ ହୋଇଥିବା ବେଳେ ଟଙ୍କା ମେସିନ ମଧ୍ୟ ଟଙ୍କା ଗଣି ଗଣି ହାଲିଆ ହୋଇ ସାରିଲାଣି। ବୌଦ୍ଧ ଡିଷ୍ଠିଲାରି ପ୍ରାଇଭେଟ୍ ଲିମିଟେଡ ଉପରେ ଆୟକର ବିଭାଗ ଚଢ଼ାଉ କରିଛି।
ଓଡ଼ିଶା , ପଶ୍ଚିମବଙ୍ଗ , ଝାଡ଼ଖଣ୍ଡ ର ବିଭିନ୍ନ ସ୍ଥାନରେ ଚଢାଉ କରିଛନ୍ତି ଆୟକର ବିଭାଗର ଅଧିକାରୀ ମାନେ। ଖୋର୍ଦ୍ଧା, ସମ୍ବଲପୁର, ବଲାଙ୍ଗୀର ଓ ରାୟଗଡ଼ା ସହ ରାଜ୍ୟ ବାହାରେ ଥିବା ୨୫ ରୁ ଅଧିକ ସ୍ଥାନରେ ମିଳିଛି ପୁଳାପୁଳା ଟଙ୍କା।
ଏଯାଏଁ ସେଠାରୁ କେତେ ଟଙ୍କା ମିଳିଛି ତାହା ଆୟକର ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ଅନୁମାନ କରାଯାଉଛି କି ଏହି ଟଙ୍କାର ପରିମାଣ ୨୦୦ କୋଟି ରୁ ମଧ୍ୟ ଅଧିକ ହୋଇ ପାରେ।
ଏତେ ଟଙ୍କା କେଉଁଆଡ଼ୁ ଆସିଲା ତାହା ହେଉଛି ଏବେ ସବୁଠାରୁ ବଡ଼ ପ୍ରଶ୍ନ। କାହିଁକି ଏତେ ଟଙ୍କା ଅଫିସ୍ ରେ ରଖାଯାଇ ଥିଲା ସେ ନେଇ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ। ଏବେ ଏନେଇ ମଧ୍ୟ ଖୋଳ ତାଡ଼ ଜାରି ରହିଛି।
ଏବେ ତାଙ୍କୁ ଜେରା ମଧ୍ୟ କରାଯାଉଛି। ଓଡ଼ିଶାରୁ ଏତେ ପରିମାଣରେ ଟଙ୍କା ମିଳିବା ନିଶ୍ଚିତ ଭାବରେ ଏକ ଆଶ୍ଚର୍ଯ୍ୟ ଜନକ ବିଷୟ ଅଟେ। ଆଉ ଏହାକୁ ଏବେ କେହି ହେଲେ ମଧ୍ଯ ବିଶ୍ବାସ କରି ପାରୁ ନାହାଁନ୍ତି।
ଏତେ ଟଙ୍କାର ସତ୍ୟାସତ୍ୟ ସେତେବେଳେ ଜଣା ପଡ଼ିବ ଯେତେବେଳେ ଏହି ଘଟଣାର ସଠିକ୍ ଭାବରେ ତଦନ୍ତ ହେବ। ତେବେ ଏହା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।