ଦେଖନ୍ତୁ ପ୍ରଥମ ଥର ସ୍ଵାମୀଙ୍କ ବିଷୟରେ ମୁଁହ ଖୋଲି କହିଲେ ସରୋଜା ଚୌଧୁରୀ ତଥା ରୋଜି ମ୍ୟାଡାମ ଦେଖନ୍ତୁ କଣ କହିଲେ ଏହି ଭିଡିଓ ରେ

 
ନମସ୍କାର ପାଠକ ବନ୍ଧୁ। ଅନ୍ଧୁଗନ ଆଜିକାଲିର ଯୁବପୀଢି ରୋଲ, ଚାଓମିନ୍, ବର୍ଗର ଭଳି ଫାଷ୍ଟ ଫୁଡ୍ ପଛରେ ଧାଉଁଛନ୍ତି ଆଉ ଭୁଲିଯାଉଛନ୍ତି କାକରା, ଆରିଷା, ପୋଡ଼ପିଠା ଭଳି ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟକୁ।
ଲୋକେ କିଭଳି ଏସବୁ ଖାଦ୍ୟ ପ୍ରତି ଆକୃଷ୍ଟ ହେବେ, ସେଥିପାଇଁ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ସରୋଜା ଚୌଧୁରୀ ନାମକ ଜଣେ ମହିଳା ଖୋଲିଛନ୍ତି ରୋଜିସ୍ କିଚେନ୍ ଏବେ ଏହାର ଢେର୍ ଚାହିଦା ବି ରହିଛି। 
ରୋଜିସ୍ କିଚେନର ସ୍ୱତ୍ୱାଧିକାରୀ ସରୋଜା ଚୌଧୁରୀଙ୍କୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। ପାରମ୍ପରିକ ଓଡ଼ିଆ ଖାଦ୍ୟ ଓ ପିଠା ପାଇଁ ଆଜି ରାଜଧାନୀରେ ବେଶ୍ ନାଁ କମାଇପାରିଛି ତାଙ୍କ କିଚେନ୍।
ରାଜଧାନୀରେ ରୋଜି କିଚେନ୍ ରୋଜିଙ୍କ ହାତ ତିଆରି ପିଠା ଖାଇବାକୁ ଢେର୍ ଅର୍ଡର। ଏବଂ ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟ ପାଇଁ ତାଙ୍କର ବେଶ୍ ଚାହିଦା। ଦିନେ ଉପମା ବନେଇ ନପାରି ଶାଶୁଙ୍କଠୁ ଗାଳି ଶୁଣିଥିଲେ ରୋଜି।
ଆଉ ଏବେ ରୋଜିଙ୍କର ହାତ ତିଆରି ପିଠା ଖାଇବାକୁ ଅର୍ଡର ଦେଉଛନ୍ତି ଗଜପତି ମହାରାଜାଙ୍କଠୁ ଆରମ୍ଭ କରି ମହାମହିମ ରାଜ୍ୟପାଳଙ୍କ ଯାଏଁ। ତେବେ ବନ୍ଧୁଗଣ ବର୍ତ୍ତମାନ ରୋଜି ଏକ ଗଣମାଧ୍ୟମ ସାକ୍ଷାତକାରରେ ନଜର ଆସିଛନ୍ତି।
ସେଥିରେ ସେ କହିଛନ୍ତି, ତାଙ୍କ ସ୍ୱାମୀ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ। ତାଙ୍କ ସ୍ଵାମୀ ୧୦ଟଙ୍କା ଦେଇଥିବେ ମାନେ ୧୦ଥର ପଚାରିବେ। ସେଥିପାଇଁ ରୋଜି ଭାବିଲେ ଯେ ସେ ନିଜେ ରୋଜଗାର କରିବେ। 
ଆଉ ସେ ବିଜନେସ ଆରମ୍ଭ କରିବା ପାଇଁ ରୋଜିଙ୍କ ସ୍ଵାମୀ ତାଙ୍କୁ ପଇସା ଦେବାରେ ସିଧା ସିଧା ମନା କରିଦେଇଥିଲେ। ତେବେ ରୋଜି କିଚେନ୍ ରେ କୌଣସି ଖାଦ୍ୟ ପୂର୍ବରୁ ତିଆରି ହୋଇ ରହେନି।
ଫୋନରେ ଅର୍ଡର ମିଳିବା ପରେ ନିଜ ଟିମକୁ ନେଇ ରୋଜି ଆରମ୍ଭ କରିଦିଅନ୍ତି ରୋଷେଇ। ଯିଏ ଯେମିତି ଆଉ ଯେଉଁ ଖାଦ୍ୟ ଚାହେଁ, ତାହା ଯୋଗାଇ ଦେବାକୁ ଚେଷ୍ଟା କରନ୍ତି। କିଚେନ୍ ପରିବେଶ ମଧ୍ୟ ସମ୍ପୂର୍ଣ୍ଣ ହାଇଜେନିକ୍ ରହିଛି।