ସ୍ତ୍ରୀ ଚାହା ଦେଲାନି ବୋଲି ସ୍ଵାମୀ କରିଦେଲେ ଏମିତି ସାରା ଗାଁ ଦେଖି ହେଲେ ଆଶ୍ଚର୍ୟ୍ଯ - Exclusive

 
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ନିକଟରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଚା’ ଦେବାରେ ବିଳମ୍ବ ହେବାରୁ ଜଣେ ୫୨ ବର୍ଷୀୟ ବ୍ୟକ୍ତି ହିତାହିତ ଜ୍ଞାନ ଭୁଲି ସ୍ତ୍ରୀ’ର ମୁଣ୍ଡରୁ ଗଣ୍ଡି ଅଲଗା କରିଦେଇଛି।
ଦିନ ମଜୁରିଆ ଭାବରେ କାମ କରୁଥିବା ଧରମବୀର ସକାଳ ୬ଟାରେ ନିଦରୁ ଉଠିବା ମାତ୍ରେ ସ୍ତ୍ରୀ ସୁନ୍ଦରୀଙ୍କୁ ଚା ଦେବା ପାଇଁ କହିଥିଲେ। ହେଲେ ସେ ଅନ୍ୟ କାମ ଥିବାରୁ ଟିକିଏ ଡେରି ହେବ ବୋଲି ଧରମବୀରଙ୍କୁ କହିଥିଲେ। 
ହେଲେ ସ୍ତ୍ରୀ କଥାକୁ ହେୟଜ୍ଞାନ କରି ପୁଣି ୫ ମିନିଟ୍‌ ପରେ ଆଉ ଥରେ ଚା’ ମାଗିଥିଲା ଅ-ଭି-ଯୁ-କ୍ତ। ଅନ୍ୟପଟେ ଚା’ ହେବାକୁ ୧୦ ମିନିଟ ଲାଗିବ ବୋଲି ସୁନ୍ଦରୀ କହିବାରୁ ଧରମବୀର ରାଗିଯାଇ ବାସନ କୁସନକୁ ଗୋଇଠା ମାରିଥିଲା।
ଏହାଦେଖି ସୁନ୍ଦରୀ ମଧ୍ୟ ରାଗି ଯାଇଥିଲେ, ଆଉ ଏନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଆଉ ଧରମବୀର ରାଗରେ ଜରଜର ହୋଇ ଗୋଟିଏ ଖଣ୍ଡା ଆଣି ସ୍ତ୍ରୀର ମୁଣ୍ଡ କାଟି ହ-ତ୍ୟା କରିଥିଲା।
ମା’ର ଚିତ୍କାର ଶୁଣି ପାଖ କୋଠରିରେ ଶୋଇଥିବା ୩ପୁଅ ଓ ଗୋଟିଏ ଝିଅ ଧାଇଁ ଆସିଥିଲେ। ସମସ୍ତେ ମିଶି ପିଶାଚ ବାପା ଠାରୁ ମାଆକୁ ରକ୍ଷା କରିବାକୁ ଚେଷ୍ଟା କଲେ। ହେଲେ ସେତେବେଳକୁ ସବୁ ଶେଷ ହୋଇଯାଇଥିଲା।
ଧରମବୀର ହାତରେ ଖଣ୍ଡା ଥିବାରୁ କେହି ଭୟରେ ତା’ ପାଖ ମାଡ଼ିନଥିଲେ। ତେବେ ମା’ର ମୃ-ତ୍ୟୁ ପରେ ପୁଅମାନେ ଫୋନ୍‌ କରି ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ ।
ସେପଟେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ସୁନ୍ଦରୀଙ୍କ ଶବ ପାଖରେ ବସି ଧରମବୀର କନ୍ଦାକଟା କରୁଥିବା ପୋଲିସ କହିଛି। ଏବେ ତାଙ୍କୁ ହ-ତ୍ୟା ଅଭିଯୋଗରେ ଗିରଫ କରାଯାଇଥିବା ବେଳେ ସୁନ୍ଦରୀଙ୍କ ଶ-ବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି।
ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଧରମବୀରଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।