ରାତିରେ ଶୋଇବା ଆଗରୁ କରନ୍ତୁ ଏହି ଚମତ୍କାରି ଉପାୟ ଆଉ ଦେଖନ୍ତୁ କେମିତି ଯାହା ଆପଣ ଚାହିଁବେ ତାହା ପାଇ ପାରିବେ

 
ବନ୍ଧୁଗଣ ରାତ୍ରିରେ ଶୋଇବା ପୂର୍ବରୁ ନିଜ ମନ ମସ୍ତିଷ୍କକୁ ଶାନ୍ତ ରଖିବା ପାଇଁ ଏହି ସୁନ୍ଦର ବାର୍ତ୍ତା ଗୁଡିକୁ କୁହନ୍ତୁ। ପ୍ରଥମେ କୁହନ୍ତୁ- ବନ୍ଧୁଗଣ ଆମେ ଜଣେ ଜଣେ ମଣିଷ, ଆପଣ ମାନେ ଏ ସମାଜରେ ରହୁଛନ୍ତି, ଆପଣ ମାନଙ୍କ ଦ୍ବାରା କିଛି ଭୁଲ ହେଇଛି କିଛି ଠିକ୍ ହେଇଛି,
ଯଦି କୌଣସି ଲୋକ ସହିତ ଜଣାତରେ କି ଅଜଣାତରେ ଆପଣଙ୍କର ବିଚାର, ଭାବନା, ବାର୍ତ୍ତା, କାର୍ଯ୍ୟରେ ଦୁଃଖ ପହଞ୍ଚିଛି ସେଥିପାଇଁ ଭୁଲ ମାଗୁଛି। କ୍ଷମା ମାଗିଦେବା ଦ୍ବାରା ଆପଣଙ୍କର ମନ ମସ୍ତିଷ୍କ ଥଣ୍ଡା ହୋଇଯିବ।
କେବଳ ଆପଣ ନିଜେ ଭୁଲ ମାଗନ୍ତୁ ନାହିଁ ଅନ୍ୟକୁ ମଧ୍ୟ କ୍ଷମା କରି ଦିଅନ୍ତୁ। କ୍ଷମା ମନିଯିବା ଆଉ କ୍ଷମା କରିବା ମନୁଷ୍ୟର ଦୁଇଟି ଯାକ ବିରାଟ ବଡ଼ ମନ୍ତ୍ର। 
ଆପଣ ଯଦି ଅନ୍ୟଠାରୁ କୌଣସି ଆଶା ରଖିଛନ୍ତି। ସେ ସମସ୍ତ ଆଶାକୁ ଆପଣ ମୁକ୍ତ କରଦିଅନ୍ତୁ। ଯଦି ଆପଣଙ୍କ ପାଇଁ କିଏ ତା ନିଜ ଆଡୁ କିଛି କରୁଛି ତାହାଲେ ଭଲ ଯଦି ନକରୁଛି ତାହାଲେ ବି ଭଲ। କିନ୍ତୁ ଆପଣଙ୍କ ଦ୍ବାରା ଯଦି କିଛି ସମ୍ଭବ ବା କର୍ତ୍ତବ୍ୟପୂର୍ଣ୍ଣ ଜିନିଷ ହେଇପାରିବ ତାହାଲେ ସେସବୁକୁ ନିଜେ କରନ୍ତୁ।
କିନ୍ତୁ ପ୍ରତିବଦଳରେ କୌଣସି ଆଶା ରଖିବେ ନାହିଁ। କାରଣ ଆଶା ହିଁ ସମସ୍ତ ଦୁଃଖର କାରଣ ଅଟେ। ଯଦି ଆପଣଙ୍କୁ କିଏ ଦୁଃଖ ଦେଇଛି କି ଆପଣ କାହାକୁ ଦୁଃଖ ଦେଇଛନ୍ତି ସେ ସମସ୍ତ ଜିନିଷକୁ ଏଇ ମୁହୂର୍ତ୍ତରେ ଭୁଲି ଯାଆନ୍ତୁ। ଅତୀତର ଅସଫଳତା, ଅତୀତର ଦୁଃଖ, ଅତୀତର କଷ୍ଟ ମନ ଭିତରେ ରଖିଲେ କଷ୍ଟ ହୋଇଥାଏ। 
ସେଥିପାଇଁ ଅତୀତରେ ଯାହା ସବୁ ହେଇଯାଇଛି ସେସବୁକୁ ଭୁଲିଯିବା ଉଚିତ। ଶୋଇଲା ବେଳେ ଧିରେ ଧିରେ କୁହନ୍ତୁ- ଆପଣଙ୍କୁ ଯାହା ବି ମିଳିଛି ସେ ଅର୍ଥ ହେଉ ସମ୍ପର୍କ ହେଉ ବା ଏ ଶରୀର ହଉ, ମସ୍ତିଷ୍କ ହଉ, ଖାଦ୍ୟ ହଉ ଯାହାବି ହଉ ସେ ସମସ୍ତ ଜିନିଷ ପାଇଁ ଧନ୍ୟବାଦ ଜଣାଉଛି।
କୃତଜ୍ଞତା ହେଉଛି ମନୁଷ୍ୟ ପାଇଁ ସବୁଠାରୁ ଗୋଟେ ବଡ ଅସ୍ତ୍ର। କାରଣ ଆପଣଙ୍କର ଜୀବନ କେବଳ ଆପଣଙ୍କର ନୁହଁ। ଆପଣଙ୍କର ସଫଳତା ପଛରେ ସହ ସହ ଲୋକଙ୍କ ହାତ ରହିଛି
ଇଶ୍ଵରଙ୍କର ମଧ୍ୟ ହାତ ରହିଛି। ତେଣୁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଦିଅନ୍ତୁ। ଧନ୍ୟବାଦ ଜଣାଇ ସାରିବା ପରେ ଦେଖିବେ ଆପଣ ନିଜକୁ ହାଲକା ଅନୁଭବ କରିବେ ଆଉ ଖୁସ ମଧ୍ୟ ରହିବେ। 
ଆପଣଙ୍କ ମନ ମସ୍ତିଷ୍କ ଜିଭ ଉପରେ ଆୟତ ରଖନ୍ତୁ। ସମସ୍ତ ଇନ୍ଦ୍ରିୟ ଉପରେ ଆୟତ ରଖନ୍ତୁ। କାରଣ ଆପଣଙ୍କ ଇନ୍ଦ୍ରିୟ ଯେମିତି ଦେଖେ ଯେମିତି ଶ୍ରବଣ କରେ ଆପଣଙ୍କ ଜୀବନ ସେମିତି ହିଁ ସୃଷ୍ଟି ହୋଇଥାଏ। ବାରମ୍ବାର କୁହନ୍ତୁ ଯେ ଆପଣଙ୍କ ଜୀବନରେ ସୁନ୍ଦର ଲୋକ ହିଁ ଆକର୍ଷିତ ହୁଅନ୍ତୁ।
ଆପଣଙ୍କ ଜୀବନରେ ଯେଉଁ ଜିନିଷ ପରିବର୍ତ୍ତନ କରିପାରିବ ଆପଣ ବେଶି ସେହି ଜିନିଷ ଉପରେ ଧ୍ୟାନ ଦିଅନ୍ତୁ। ଆପଣ ଜୀବନ କେବଳ ସୃଷ୍ଟି ହୋଇଛି ସଫଳତା ପ୍ରାପ୍ତ କରିବା ପାଇଁ। ଆପଣ ଜନ୍ମ ହେଇଛନ୍ତି କେବଳ ଖୁସି, ଆନନ୍ଦ, ସଫଳତା ଏସବୁ ଜିନିଷକୁ ପ୍ରାପ୍ତ କରିବା ପାଇଁ।