ଶିଷ୍ୟ ପାଇଁ ବୁଲି ବୁଲି ଭିକ ମାଗିଲେ ଗୁରୁ ଦେଖନ୍ତୁ ସାମ୍ନାକୁ ଆସିଲା ଏମିତି ଏକ ଦୃଶ୍ୟ ସମସ୍ତେ କହିଲେ ଏମିତି ଗୁରୁ ସମସ୍ତେ ହେବା ଦରକାର

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ଜାଣିପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ଆଜିକାଲି ଦୁନିଆରେ ଏଭଳି କମ୍ ଲୋକ ଅଛନ୍ତି ଯେଉଁମାନେ ଅନ୍ୟମାନଙ୍କୁ ସାହାଯ୍ୟ କରିଥାନ୍ତି । 
ଏବେ ଏହି ଖବରକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଆଜିକା ସମାଜରେ ଏଭଳି ଲୋକ ଅଛନ୍ତି ତାହା ବିଶ୍ବାସ କରିପାରିବେ ନାହିଁ । ଏହି ଭିଡିଓରେ ଦେଖିପାରିବେ ଗୋଟିଏ ଛୋଟ ଛୁଆର ଦେହ ଖରାପ ଅଛି ।
ସେହି ଛୋଟ ଛୁଆଟିକୁ ଜ୍ଵର ହୋଇଥିଲା । ଆଉ ଏହାପରେ ସେ ଆଉ ଚାଲି ପାରିଲା ନାହିଁ । ଡାକ୍ତରଖାନା ନେଲା ପରେ ଡାକ୍ତର କହୁଛନ୍ତି କି ଏହି ଛୁଆଟି ଏହି ଓଡ଼ିଶାରେ ଭଲ ହୋଇ ପାରିବ ନାହିଁ । 
ଆଉ ତାଙ୍କୁ ଓଡ଼ିଶା ବାହାରକୁ ନିଆଯାଉ । ଏଥିପାଇଁ ୧୦ ରୁ ୧୨ ଲକ୍ଷ ଟଙ୍କା ଦରକାର । କିନ୍ତୁ ଏତେ ଟଙ୍କା କେଉଁଠୁ ଆଣିବେ ଏହି ଛୁଆର ବାପା ମା । ଏହି କୁନି ଝିଅ ଗୁଞ୍ଜନର ବାପା ହେଉଛନ୍ତି ଜଣେ ଦିନ ମଜୁରିଆ ।
ସେ ମୂଲ ଲାଗି କାମ କରି ନିଜ ପରିବାର ପୋଷଣ କରନ୍ତି । ଏହି ଝିଅଟିର ସ୍ବାସ୍ଥ୍ୟ ପାଇଁ ଅନେକ ଟଙ୍କା ସରି ସରିଲାଣି । ଆଉ ସେ ତାଙ୍କ ଜମିବାଡ଼ି ମଧ୍ୟ ବିକ୍ରି କରି ସାରିଲେଣି । ଆଉ ଏବେ ସେହି ଝିଅଟି ପାଠ ପଢୁଥିବା ସ୍କୁଲର ଶିକ୍ଷକ ତାଙ୍କ ପାଇଁ ଅନେକ କାମ କରିଛନ୍ତି । 
ଏହି ଶିକ୍ଷକ ଜଣକ ସାହାଯ୍ୟ କରିବା ପାଇଁ ତାଙ୍କ ଦ୍ଵାରା ଯାହା ସମ୍ଭବ ଅର୍ଥ ରାଶି ଦେଇଛନ୍ତି । ଆଉ ଏବେ ଏହି ଶିକ୍ଷକ ଗୁରୁଦିବସ ଦିନ ଗାଁ ରେ ବୁଲି ଏହି ଛାତ୍ରୀ ଜଣଙ୍କର ଚିକିତ୍ସା ପାଇଁ ଭିକ୍ଷା ମାଗୁଛନ୍ତି ।
ଏହି ଦୃଶ୍ୟ ସତରେ ସମସ୍ତଙ୍କ ପାଇଁ ଏକ ଉଦାହରଣ ଅଟେ । ଏହି ଶିକ୍ଷକ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି । ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।
ଏହି ଖବର ଆସିଛି ବାଲେଶ୍ଵର ବସ୍ତା ଅଞ୍ଚଳରୁ । ଏହି ଶିକ୍ଷକ ଜଣକ ନାମ ହେଉଛି ଗଣେଶ କୁମାର ଜେନା । ଏହି ଶିକ୍ଷକ, ଛୁଆଟିର ବାପା ମା ଆଉ ଗାଁର ସରପଞ୍ଚ ଓଡ଼ିଶାବାସୀ, ସରକାର ଏବଂ ସମସ୍ତଙ୍କୁ ଏହି କୁନି ଝିଅ ଗୁଞ୍ଜନଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ।
ଏହି ଭିଡିଓ ମାଧ୍ୟମରେ ସେହି କୁନି ଝିଅର ବାପାଙ୍କର ବ୍ୟାଙ୍କ୍ ଆକାଉଣ୍ଟ ଅଛି । ଦୟାକରି ସାହାଯ୍ୟ କରନ୍ତୁ ଆପଣଙ୍କ ସାହାଯ୍ୟରେ କୁନି ପିଲାଟି ଚାଲି ପାରିବ ଆଉ ପାଠ ପଢ଼ି ପାରିବ ।