ସାର ଫୋନ ନେଇଗଲେ ବୋଲି ଛାତ୍ର କଲେ ଏମିତି ଦେଖିଲେ କାନ୍ଦି ପକେଇବେ ଆପଣ ଦେଖନ୍ତୁ କଣ ହେଲା ଏମିତି - Exclusive

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଛାତ୍ର ଜଣଙ୍କ ବାରମ୍ଵାର ଫୋନ ଦେଖିବାରୁ ପ୍ରିନ୍ସପାଲ ଫୋନ ଛଡେଇ ନେବାରୁ ଜୀବନ ହାରିଦେଲେ ଛାତ୍ର। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ନୟାଗଡ଼ ରାସ୍ତାରେ ଥିବା ଏକ ଘରୋଇ ସ୍କୁଲ ପରିସରରେ।
ଉକ୍ତ ଛାତ୍ର ଜଣକ ନାଁ ହେଉଛି ଗୁଗୁଲି ଏସ ମଝି। ମୃତ ଛାତ୍ରଜଣଙ୍କର ଘର ଗଜପତି ଜିଲ୍ଲା ହୁମାରେ ବୋଲି ଜଣାଯାଇଛି। ଛାତ୍ରଜଣକ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଚଣ୍ଡିଚୁଆ ଛକ ନିକଟରେ ଥିବା ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଛନ୍ତି। 
ସେ ଗତ ଷଷ୍ଠ ଶ୍ରେଣୀରୁ ଉକ୍ତ ସ୍କୁଲର ହଷ୍ଟେଲରେ ରହି ପଢ଼ି ଆସୁଛନ୍ତି। ସୂଚନା ମୁତାବକ ଛାତ୍ର ଜଣକ ହଷ୍ଟେଲରେ ରହି ଦଶମ ଶ୍ରେଣୀରେ ପାଠ ପଢୁଥିଲେ। ତେବେ ବନ୍ଧୁଗଣ ସ୍କୁଲ ହଷ୍ଟେଲ ଭିତରେ ମୋବାଇଲ ବ୍ୟବହାର ପାଇଁ ଅନୁମତି ନାହିଁ।
ମାତ୍ର ଗତ ରାତିରେ ଛାତ୍ରଜଣକ ଏକ ମୋବାଇଲରେ କାହା ସହ କଥା ହେଉଥିଲେ। ହଷ୍ଟେଲ କର୍ତ୍ତୃପକ୍ଷ ଏହାଦେଖି ତୁରନ୍ତ ଉକ୍ତ ଛାତ୍ରଙ୍କଠାରୁ ମୋବାଇଲ ଛଡ଼ାଇ ନେଇଥିଲେ। 
ଏହାପରେ ଛାତ୍ର ଜଣକ ହଷ୍ଟେଲ ବାହାରକୁ ଯାଇ ନିଜ ଜୀବନ ହରାଇ ଦେଇଥିଲେ। ବନ୍ଧୁଗଣ ଉକ୍ତ ଛାତ୍ରଙ୍କ ମୃ-ତ-ଦେ-ହ ହଷ୍ଟେଲ ପରିସରର ଥିବା ଗଛରେ ଝୁଲନ୍ତା ଅବସ୍ଥାରେ ସହପାଠୀ ଦେଖିବାକୁ ପାଇଥିଲେ।
ରାତିଅଧରେ ହଷ୍ଟେଲ ବନ୍ଦ ଥିବା ବେଳେ ଏତେ କଡା ସୁରକ୍ଷା ଥାଇ ମଧ୍ୟ ଛାତ୍ର ଜଣକ ଜୀବନ ହାରି ଦେଇଥିଲେ। ପୁଲିସ, ମାଜିଷ୍ଟ୍ରେଟ ଏବଂ ସାଇଣ୍ଟଫିକ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ମୃ-ତ-କଙ୍କ ପରିବାରକୁ ଖବର ଦିଆଯାଇଥିବା। 
ପିଲାଟି ନିକଟରୁ ମୋବାଇଲ ଜବତ ହୋଇଥିବା ବେଳେ ତାହା କିପରି ହଷ୍ଟେଲକୁ ଗଲା ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ ସେତିକି ନୁହେଁ, ମୋବାଇଲ ଜବତ ବେଳେ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରଟି ପ୍ରତି କିପରି ବ୍ୟବହାର କରିଥିଲେ,
କୌଣସି କାର୍ଯ୍ୟାନୁଷ୍ଠାନର ଧମକ ଦେଇଥିଲେ କି ତାହା ଉପରୁ ପରଦା ହଟିନି। ସେପଟେ ତହସିଲଦାର ଏସଡିପିଓ ଆଦର୍ଶ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହିତ ଅଧିକ ତଦନ୍ତ ଚଳାଇଛନ୍ତି।