ଶାଶୁଘରେ ଯନ୍ତ୍ରଣା ଦେଲେ ଶେଷରେ ଝିଅକୁ ବ୍ୟାଣ୍ଡ ପାଟିରେ ସ୍ବାଗତ କରି ଝିଅକୁ ଫେରାଇ ଆଣିଲେ ବାପା - Exclusive

 
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଶାଶୁଘର ନି-ର୍ଯ୍ୟା-ତ-ନାରୁ ଝିଅକୁ ମୁକ୍ତି ଦେଲେ ବାପା। ବାଜା ରୋଶଣୀ ଧରି ପହଞ୍ଚିଲେ ଝିଅର ଶାଶୁଘରେ। ଆଉ ଡିଜେ ବଜାଇ ନିଜ ଝିଅକୁ ଶାଶୁ ଘରୁ ବାପଘରକୁ ଫେରାଇ ଆଣିଲେ।
ଏହି ଶୋଭାଯାତ୍ରା ଝିଅର ଶାଶୁ ଘରକୁ ବିଦାୟ ଦେଇ ସବୁଦିନ ପାଇଁ ବାପ ଘରକୁ ଫେରିଛି। ଝାଡଖଣ୍ଡ ରାଞ୍ଚିରେ ଏପରି ଘଟଣା ଦେଖିବାକୁ ମିଳିଛି। ଏପରି କରି ବାପା ଜଣକ ସମାଜକୁ ଏକ ଶିକ୍ଷା ଦେଇଥିବା କୁହାଯାଇଛି। କାରଣ ଝିଅ ମାନେ ବାପ ଘରୁ ଶାଶୁ ଘରକୁ ଯାଅନ୍ତି। 
କିନ୍ତୁ ସବୁ ଝିଅଙ୍କ ଭାଗ୍ୟରେ ଭଲ ଶାଶୁଘର ପଡିନଥାଏ। ସେଠାରେ ନି-ର୍ଯ୍ୟା-ତ-ନାର ଶିକାର ହୋଇ ମଧ୍ୟ କିଛି ଝିଅ ପଡିରହିଥାନ୍ତି। କିନ୍ତୁ ଏପରି ଘଟଣାର ବ୍ୟତିକ୍ରମ ଦେଖିବାକୁ ମିଳିଛି ରାଞ୍ଚି କୈଳାସ ନଜଗରରେ।
ସେହି ଅଞ୍ଚଳର ପ୍ରେମ ଗୁପ୍ତା ନାମକ ଜଣେ ବ୍ୟକ୍ତ ନିଜ ଝିଅକୁ ବିବାହ ଦେଇଥିଲେ। ହେଲେ ଝିଅଟି ଶାଶୁଘରେ ନି-ର୍ଯ୍ୟା-ତି-ତ ହେଉଥିଲା। ଏପରି ତାର ସ୍ୱାମୀ ମଧ୍ୟ ଏଥିରେ ସମ୍ପୃକ୍ତ ରହିଥିଲା। ଏହାକୁ ନେଇ ଝିଅର ବାପା ପ୍ରେମ ଗୁପ୍ତା ଥାନାରେ ଅଭଯୋଗ ଆଣିଥିଲେ।
ତାଙ୍କ ଅଭିଯୋଗ ଅନୁଯାୟୀ ଗତବର୍ଷ ଏପ୍ରିଲ ୨୮ତାରିଖରେ ପ୍ରେମ ଜିଅ ସାକ୍ଷୀଙ୍କୁ ସଚିନ କୁମାର ନାମକ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ସହ ତାଙ୍କ ଝିଅର ବାହାଘର କରିଥିଲେ ।
କିନ୍ତୁ ବିବାହ ପରେ ଶାଶୁଘର ଲୋକେ ତାଙ୍କ ଝିଅକୁ ନି-ର୍ଯ୍ୟା-ତ-ନା ଦେଉଥିଲେ। ଆଉ ସ୍ୱାମୀ ତାଙ୍କୁ ଘରୁ ବାହାର କରି ଦେଉଥିଲେ। ପରେ ସାକ୍ଷୀ ଜାଣିବାକୁ ପାଇଲେ ଯେ ଯେଉଁ ବ୍ୟକ୍ତିଙ୍କ ସହିତ ସେ ବିବାହ କରିଥିଲେ, ସେ ପୂର୍ବରୁ ଦୁଇଥର ବିବାହ କରିଥିଲେ। 
କିନ୍ତୁ ଏସବୁ ଜାଣିବା ପରେବି ସାକ୍ଷୀ ସମ୍ପର୍କକୁ ଆଗକୁ ନେଇଥିଲେ । ମାତ୍ର ଶାଶୁଘର ଅ-ତ୍ୟା-ଚା-ରର ସହି ନପାରି ଶେଷରେ ସମ୍ପର୍କ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ ସାକ୍ଷୀ। ଆଉ ଝିଅର ଏପରି ନିଷ୍ପତ୍ତିକୁ ବି ବାପଘର ଲୋକେ ସମର୍ଥନ କରିଥିଲେ।
ସଚିନଙ୍କ ଠାରୁ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରି ଅକ୍ଟୋବର ୫ ତାରିଖରେ ବାପା ଶାଶୁଙ୍କ ଘରୁ ଏକ ଶୋଭାଯାତ୍ରା କରି ପୁନର୍ବାର ତାଙ୍କ ଝିଅକୁ ବାପଘରକୁ ଫେରାଇ ଆଣିଥିଲେ।