ମାରିଲି ମୋ ଭଉଣୀ ର କର୍ଣ୍ଣମୂଳି ଫଟେଇ ଦେଇଛନ୍ତି ଶାଶୁଘର ଲୋକେ,ଯୌତୁକ ପାଇଁ ମୋ ଭଉଣୀ ଜୀବନ ନେଲେ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବାପ ଘରେ ଅଲିଅଳି ରେ ବଢ଼ିଥିବା ଝିଅ ଶାଶୁ ଘରେ ପାଦ ରଖୁ ରଖୁ ଶାଶୁ ଘର ତା ପାଇଁ ମରଣ ଜନ୍ତା ପାଲଟି ଯାଇଥିଲା। ବିବାହ ସମୟରେ ଶାଶୁ ଘର ଲୋକେ ତାଙ୍କୁ ଅନେକ କିଛି ପ୍ରତିଶ୍ରୁତି ଦେଇଥିଲେ।
କହିଥିଲେ କି ତାଙ୍କ ଝିଅକୁ ସେମାନେ ଝିଅ ଭଳି ହିଁ ରଖିବେ। ହେଲେ ବିବାହର ପର ଦିନ ହିଁ ସେ ସବୁ କିଛି ବଦଳି ଯାଇଥିଲା। ଭାଇ ଏବେ ଭାବୁଛି କି ତା ଭଉଣୀ ବାପ ଘରେ ଥିଲେ ବୋଧେ ଅଧିକ ଖୁସୀରେ ଥାଆନ୍ତା।
ଜୁଲାଇ ୫ ତାରିଖରେ ବୈଦିକ ରୀତିରେ ବିବାହ କରି ନିଜ ଶାଶୁ ଘରେ ପାଦ ରଖିଥିଲେ ଶକ୍ତିମୟୀ ବାରିକ। ଆଉ ଏବେ ଭାଇ କାନ୍ଦି କାନ୍ଦି ଏହା କହୁଛନ୍ତି କି ତାଙ୍କ ଭଉଣୀ ଙ୍କୁ ଶାଶୁ ଘର ଲୋକ ମାରି ଦେଇଛନ୍ତି।
ଏହି ଘଟଣାରେ ନଣଦ ବଡ଼ ଖଳନାୟକ ବୋଲି ମଧ୍ୟ ସେ କହିଛନ୍ତି। ବାହାଘର ର ମାସେ ଦେଢ଼ ମାସ ପରେ ଶକ୍ତିମୟୀ ଙ୍କୁ ଖୁବ ନିର୍ଯାତନା ଦିଆ ଯାଇଥିଲା। ଶାଶୂ ଶଶୁର ଓ ନଣଦ ମିଶି ଶକ୍ତିମୟୀ ଙ୍କୁ ଖୁବ ମାଡ଼ ମାରୁ ଥିଲେ।
ଦାଦା ଯେତେବେଳେ ଯାଇ ଏସବୁର ସମାଧାନ କରିଥିଲେ ସେତେବେଳେ ଶକ୍ତିମୟୀ ଙ୍କୁ ଧମକ ଦିଆ ଯାଇଥିଲା କି ତାଙ୍କର ଦାଦା ଙ୍କୁ ମଧ୍ୟ ମାରି ଦେବେ ବୋଲି।
ପ୍ରଥମେ ଦୁଇ ଲକ୍ଷ ଟଙ୍କା ଯୌତୁକ ନେଇଥିବା ବେଳେ ପରେ ଏକ ଲକ୍ଷ ଟଙ୍କା ଯୌତୁକ ନେଇଥିଲେ। ଶାଶୂ ଶଶୁର ଓ ନଣଦ ମିଶି ତାଙ୍କ ଭଉଣୀଙ୍କୁ ମାରି ଫ୍ୟାନ ରେ ଝୁଲାଇ ଦେଇଥିବା କଥା ଭାଇ ଜଣକ ମିଡିଆ ସାମ୍ନାରେ କହିଛନ୍ତି।
ତାଙ୍କ ଭଉଣୀଙ୍କ ପଛ ମୁଣ୍ଡ ମଧ୍ୟ ଫୁଲି ଯାଇଥିବା କହିଥିଲେ। ଏଭଳି ସ୍ୱାମୀ ଓ ଦିଅର ମଧ୍ୟ ଏଥିରେ ସାମିଲ ଥିବାର ଶକ୍ତିମୟୀ ଅଭିଯୋଗ କରିଥିଲେ।
ଆଉ କହିଥିଲେ କି ସେ ତାଙ୍କ ଭଉଣୀ କୁ ନ୍ୟାୟ ମିଳୁ ବୋଲି ଏହା ଚାହୁଁ ଛନ୍ତି। ଏବେ ପୋଲିସ ଏହି ଘଟଣାର ତଦନ୍ତ ମଧ୍ୟ କରୁଛି। ତେବେ ଏହି ଘଟଣା ସଂପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।