ସରକାରି ଚାକିରି ପାଇଲା ପରେ ବି ପ୍ରେମ ପାଇ ଜୀବନ ହାରିଲେ ଯୁବକ, ପ୍ରେମିକା କହିଲା ୟେ କିଏ ମୁ ଜାଣିନି...

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅବସରପ୍ରାପ୍ତ ଓଏଏସ ଙ୍କ ଘରେ ଜିଆରଏସ ଙ୍କ ଆ-ତ୍ମ-ହ-ତ୍ୟା। ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଜଣେ ଗ୍ରାମ୍ୟ ରୋଜଗାର ସେବକ ନିଜ ବେକରେ ଲୁଗା ଦେଇ ସେ ଆ-ତ୍ମ-ହ-ତ୍ୟା କରିଛନ୍ତି।
ତାଙ୍କର ନାମ ହେଉଛି ସୌମ୍ୟରଞ୍ଜନ ମହାନ୍ତି। ଘର ପୁରୀ ଜିଲ୍ଲା , କଣାସ ବ୍ଲକ୍ ଆଲାଯୋଡ଼ି ଗ୍ରାମରେ। ସେ ସ୍ଥାନୀୟ ଗଡଗଡିପୁର ପଞ୍ଚାୟତ ରେ ଜିଆରଏସ ଭାବରେ କାର୍ଯ୍ୟ କରୁଥିଲେ।
ସେ ମଝିରେ ମଝିରେ ଆସି ଖୋର୍ଦ୍ଧାରେ ତାଙ୍କର ସାଙ୍ଗ ମାନଙ୍କ ସହ ରହୁଥିଲେ। ସେ ଜଣେ ପୂର୍ବତନ ଓଏଏସ ଅଫିସର ଙ୍କ ଭଡ଼ାଘରେ ତାଙ୍କର ସାଙ୍ଗ ମାନଙ୍କ ସହ ରହୁଥିଲେ। ହେଲେ ଗତକାଲି ସକାଳୁ ସେ ମାନସିକ ଭାବରେ ଭାଙ୍ଗି ପଡ଼ିଥିଲେ।
ଆଉ ଯାହା ଫଳରେ ଏଭଳି ଘଟଣା ଘଟି ଯାଇଛି। ମୃ-ତ-କ ଙ୍କ ପିତାଙ୍କ ଅଭିଯୋଗ ଅନୁଯାୟୀ ଖୋର୍ଦ୍ଧା ଟାଉନ୍ ପୋଲିସ ଏବେ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତନାଘନା ଆରମ୍ଭ କରି ଦେଇଛି।
ହେଲେ ପରିବାର ଲୋକେ ଏହା ଅଭିଯୋଗ କରୁଛନ୍ତି କି ପାରିପାର୍ଶ୍ବିକ ସ୍ଥିତି ଯୋଗୁଁ ତାଙ୍କୁ ଏଭଳି ଭାବରେ ହ-ତ୍ୟା କରାଯାଇଛି । ପ୍ରେମ ସମ୍ପର୍କକୁ ଭିତ୍ତି କରି ଏଭଳି ହ-ତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିବା ସହ
ଥାନାରେ ସେହି ଝିଅ ଓ ଆଉ ଦୁଇଜଣ ପୁଅ ନାମରେ ଅଭିଯୋଗ ମଧ୍ୟ କରିଛନ୍ତି। ପୋଲିସ ଏବେ ଏହି ଘଟଣାର ତଦନ୍ତ ମଧ୍ଯ ଜାରି ରଖିଛି। ଏହି ଘଟଣାର ଜୋରଦାର ତଦନ୍ତ ଚାଲିଛି।
ଏହି ଘଟଣା ପଛର ପ୍ରକୃତ ଅଭିଯୁକ୍ତ କିଏ ତାହା ଏବେ ପର୍ଯ୍ୟନ୍ତ ଜଣାପଡି ନାହିଁ। କି ଯୁବକ ଜଣକ ହଠାତ୍ ଏଭଳି ପଦକ୍ଷେପ ନେବା ପଛର କାରଣ ମଧ୍ଯ କଣ ତାହା ବର୍ତ୍ତମାନ ସୁଦ୍ଧା କିଛି ଜଣାପଡି ପାରି ନାହିଁ।
ତେବେ ଏହି ଘଟଣାର ତଦନ୍ତ ପରେ ହିଁ ସବୁ ସତ ଜଣା ପଡ଼ିବ ତେବେ ଏହି ଘଟଣା କୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୂଲି ଯିବେ ନାହିଁ।