ସରକାର ପ୍ରତିଦିନ କରୁଚନ୍ତି ଏତେ ଏତେ ଯୋଜନା ହେଲେ ଗର୍ଭବତୀ ମହିଳା ରାସ୍ତା କଡ ରେ , ଗାଡ଼ି ଭିତରେ କରୁଛନ୍ତି ସନ୍ତାନ ପ୍ରସବ..

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ରାଜ୍ୟ ଓ ଦେଶରେ ଶିକ୍ଷା ଓ ପ୍ରଯୁକ୍ତି ବିଦ୍ୟାର ଖୁବ ବିକାଶ ହେବାରେ ଲାଗିଛି। ମାତ୍ର ଏବେ ମଧ୍ୟ ଏଭଳି କିଛି ସ୍ଥାନ ରହିଛି
ଯେଉଁ ସ୍ଥାନ ଗୁଡିକ ଅବହେଳିତ ହୋଇ ରହି ଯାଇଛି। ସେଠାକୁ ଯାତାୟାତ କରିବାର ବ୍ୟବସ୍ଥା ମଧ୍ୟ ବାହିନୀ। ଏହାକୁ ନେଇ ସେହି ଅଞ୍ଚଳର ଲୋକ ମାନେ ଉଚିତ ସୁବିଧା ସୁଯୋଗ ମଧ୍ୟ ପାଇ ପାରୁ ନାହାଁନ୍ତି।
ଟିକେ ଟିକେ ଅବହେଳା କାରଣରୁ ଲୋକ ମାନଙ୍କୁ ଏଭଳି କଷ୍ଟ ଭୋଗିବାକୁ ପଡ଼ୁଛି ଯାହାକି ଆପଣଙ୍କ କଳ୍ପନା ବାହାରେ। ଆମେ ଏବେ ଆପଣଙ୍କୁ ସେଭଳି କିଛି ଘଟଣା ସମ୍ପର୍କରେ କହିବାକୁ ଯାଉଛୁ।
ଯାହାକୁ ଆପଣ ଶୁଣିବା ପରେ ମଧ୍ୟ ସଂପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଆଜ୍ଞା ହଁ ଠିକଣା ସ୍ଥାନରେ ସଠିକ ସମୟ ରେ ପହଞ୍ଚି ପାରି ନଥିଲା ଆମ୍ବୁଲାନ୍ସ। ଯାହା ଫଳରେ କି ଟ୍ରଲିରେ ମେଡିକାଲ ଯାଉଥିବା ବେଳେ ଟ୍ରଲି ରେ ହିଁ ସେ ପ୍ରସବ କରିଥିଲେ।
ମହିଳାଙ୍କ ସହଯୋଗରେ ପ୍ରସବ କରାଯାଇ ଥିଲା। ଏହାପରେ ମାଆ ଓ ଶିଶୁ ଙ୍କୁ ଅଠରବାକି ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା।ପାରାଦୀପ ଷଣ୍ଢକୁଦର ଜଣେ ମହିଳାଙ୍କର ଆଜି ସକାଳୁ ପ୍ରସବ ବେଦନା ହୋଇଥିଲା
ଏହାପରେ ସେ ଆମ୍ବୁଲାନ୍ସ କୁ ମଧ୍ୟ ଏହା ଫୋନ ମାଧ୍ୟମରେ ଜଣାଇ ଥିଲେ। ହେଲେ ସେଠାରେ ଠିକ ସମୟରେ ଯାଇ ଆମ୍ବୁଲାନ୍ସ ପହଞ୍ଚି ପାରି ନଥିଲା। ସେଥିପାଇଁ ମହିଳାଙ୍କୁ ଟ୍ରଲିରେ ହସ୍ପିଟାଲ୍ ନେଇ ଯାଉଥିଲେ ।
ହେଲେ ଅଧା ରାସ୍ତାରେ ହିଁ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଖୁବ୍ ବଢ଼ି ଯାଇଥିଲା। ଏହାପରେ ସେ ଅଧା ରାସ୍ତାରେ ଟ୍ରଲି ରେ ହିଁ ଶିଶୁ କୁ ଜନ୍ମ ଦେଇଥିଲେ। ଏହାପରେ ହିଁ ଯାଇ ଦୁହିଁକୁ ମେଡିକାଲ ରେ ଭର୍ତ୍ତି କରାଯାଇ ଥିଲା।
ତେବେ ଆପଣ ମାନେ ଜାଣି ପାରୁଥିବେ କି ସଠିକ୍ ସମୟରେ ଆମ୍ବୁଲାନ୍ସ ନ ପହଞ୍ଚିବା ରୁ ମହିଳାଙ୍କୁ କିଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆମକୁ ଜଣାଇବାକୁ ଅନୁରୋଧ।