ସଂଘର୍ଷ କରି ଆଗକୁ ବଢ଼ିଲେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଲେ ଦେଖନ୍ତୁ କଲେକ୍ଟର ସାର ଙ୍କ ସଂଘର୍ଷର ନିଆରା କାହାଣୀ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସୋସିଆଲ ମିଡ଼ିଆରେ ଅନେକ ପ୍ରକାର ଘଟଣା ଦେଖିବାକୁ ପାଉଥିବେ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଯାହାକି ଅନ୍ୟର ଅଇଁଠା ପ୍ଲେଟ ଧୋଉଥିବା ଗରିବ ପୁଅ ଆଜି ହେଇଛନ୍ତି କଲେକ୍ଟର।
 ଅବଦୁଲ ନାସର୍ ଦୀର୍ଘ ୧୩ ବର୍ଷଧରି କେରଳର ଏକ ଅନାଥ ଆଶ୍ରମରେ ରହି ପାଠ ପଢୁଥିଲେ। ବି ଅବଦୁଲ ନାସରଙ୍କୁ ଯେତେବେଳେ ମାତ୍ର ୫ ବର୍ଷ ହୋଇଥିଲା ସେ ତାଙ୍କ ବାପାଙ୍କୁ ହରାଇଥିଲେ। ବାପାଙ୍କ ମୃ-ତ୍ୟୁ ପରେ ଅବଦୁଲ୍ ଏବଂ ତାଙ୍କ ପରିବାରର ଜୀବନ ଅତ୍ୟନ୍ତ କଷ୍ଟକର ହେଇଗଲା। 
ଅବଦୁଲ୍ ଏବଂ ତାଙ୍କ ଭାଇ ମାନେ ସମସ୍ତେ ଅନାଥ ଆଶ୍ରମରେ ଥିଲା ବେଳେ। ଅବୁଦଲଙ୍କ ପାଇଁ ଜଣେ କାମବାଲୀ ଭାବରେ କାମ କରୁଥିଲେ। ନାସର୍ ୧୩ ବର୍ଷ ବୟସ ପର୍ଯ୍ୟନ୍ତ ଅନାଥ ଆଶ୍ରମରେ ରହି ତାଙ୍କର ପାଠ ପଢା ଶେଷ କରିଥିଲେ।
ଏହା ପୂର୍ବରୁ ଯେତେବେଳେ ଅବଦୁଲ୍ ନାସରଙ୍କୁ ୧୦ ବର୍ଷ ହୋଇଥିଲା ସେତେବେଳେ ସେ ହୋଟେଲ କିଲନର ଭାବରେ କାମ କରୁଥିଲେ। ଅନେକଥର ଅନାଥ ଆଶ୍ରମରୁ ପଳାଇଯାଇଛନ୍ତି କିନ୍ତୁ ପାଠପଢା ଶେଷ କରିବା ପାଇଁ ପୁଣି ଫେରିଆସନ୍ତି। 
ଅତ୍ୟାଧିକ ଦରିଦ୍ରତାରେ ଥିଲେ ମଧ୍ୟ ଅବୁଦଲ କୌଣସି ପ୍ରକାରେ କଷ୍ଟକରି ଦ୍ଵାଦଶ ପାଠପଢା ଶେଷ କରିଥିଲେ। ଏବଂ ପରେ ସରକାରୀ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।
ଏହାପରେ ନାସର ଟିୟୁସନ୍ କରିଥିଲେ ଏବଂ ଫୋନ ଅପରେଟର ଭାବରେ କାମ କରିବା ସହିତ ଖବକାଗଜ ବିକ୍ରି କରିଥିଲେ। ୧୯୯୪ ମସିହାରେ ଅବଦୁଲ୍ ନାସର କେରଳରେ ସ୍ବାସ୍ଥ୍ୟ ଅଧିକାରୀ ଭାବରେ ପ୍ରଥମେ ଚାକିରୀ ପାଇଥିଲେ। କିନ୍ତୁ ଅବଦୁଲ ଏହି ଚାକିରୀରେ ସନ୍ତୁଷ୍ଟ ନଥିଲେ। 
୨୦୦୬ ମସିହାର ରାଜ୍ୟ ସିଭିଲ ସର୍ଭିସେସ ପରୀକ୍ଷାର ସଫଳ ହେବା ପରେ ଅବଦୁଲ ଡେପୁଟି କଲେକ୍ଟର ହୋଇଥିଲେ। ଅବଦୁଲଙ୍କୁ ୨୦୧୫ ମସିହାର କେରଳର ଶ୍ରେଷ୍ଠ ଡେପୁଟି କଲେକ୍ଟର ଭାବେ ପୁରସ୍କୃତ କରାଯାଇଥିଲା।
ବି ଅବଦୁଲ୍ ନାସରଙ୍କୁ ୨୦୧୭ରେ ଆଇଏସ ଅଧିକାରୀ ଭାବରେ ସମ୍ମାନିତ କରାଯାଇଥିଲା। ୨୦୧୯ ମସିହାର ସେ କଲମ ଜିଲ୍ଲାର କଲେକ୍ଟର ହୋଇଥିଲେ। ଏହା ପୂର୍ବରୁ ମଧ୍ୟ ଅବଦୁଲ୍ ସରକାରରେ ଗୃହ କମିଶନର ପଦଵୀରେ କାମ କରିଥିଲେ।