ସଲମାନ୍ ଙ୍କ ମଝିଆ ଭାଇ ପୁଣି କଲେ ଦ୍ଵିତୀୟ ବିବାହ : ୫୬ ବର୍ଷୀୟା ବୁଢ଼ା ସଲମାନ୍ ଙ୍କୁ ପିନ ମାରିଲେ ଲୋକେ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ୫୬ ବର୍ଷ ବୟସରେ ଦ୍ଵିତୀୟ ବିବାହ କରିଛନ୍ତି ସଲମାନ୍ ଖାନ ଙ୍କ ଭାଇ ଅରବାଜ୍ ଖାନ୍। ଆଉ ଅରବାଜ୍ ହେଉଛନ୍ତି ସଲମାନ୍ ଖାନ୍ ଙ୍କ ସାନ ଭାଇ।
ମୁମ୍ବାଇ ରେ ତାଙ୍କର ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁ ମାନଙ୍କ ଉପସ୍ଥିତି ରେ ସେ ସୁରା ଙ୍କୁ ବିବାହ କରିଛନ୍ତି। ଅରବାଜ୍ ଖାନ ପୂର୍ବରୁ ବିବାହିତ ହୋଇଥିବା ବେଳେ ତାଙ୍କର ଏକ ୨୦ ବର୍ଷର ପୁଅ ମଧ୍ଯ ରହିଛି।
ଖାନ ପରିବାରର ଏବେ ବୋହୂ ହେଇଛନ୍ତି ସୁରା।୨୦୨୨ ରେ ହିଁ ଉଭୟଙ୍କ ପରିଚୟ ହୋଇଥିଲା। ପରେ ଦୁହେଁ ଦୁହିଁଙ୍କ ପ୍ରେମରେ ପଡି ଯାଇଥିଲେ। ଆଉ ଏବେ ଉଭୟ ରୀତିନୀତି ଅନୁସାରେ ଦୁହେଁ ଦୁହିଁଙ୍କ ହାତ ମଧ୍ଯ ଧରିଛନ୍ତି।
ଏହି ବାହାଘରରେ ଅରବାଜ୍ ଖାନ ଙ୍କ ୨୦ ବର୍ଷର ପୁଅ ମଧ୍ୟ ଉପସ୍ଥିତ ଥିଲେ।୧୯୯୮ ମସିହାରେ ମଲାଇକା ଆରୋରା ଙ୍କୁ ବିବାହ କରିଥିଲେ ଅରବାଜ୍। ଏବଂ ତାଙ୍କର ଏବେ ୨୦ ବର୍ଷର ପୁଅ ମଧ୍ୟ ଅଛି।
ପରବର୍ତ୍ତୀ ସମୟରେ ୨୦୧୯ ମସିହାରେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇ ଯାଇଥିଲେ। ଏବଂ ଛାଡ଼ପତ୍ର ପରେ ଏବେ ମଲାଇକା ଏବଂ ଅରବାଜ୍ ଅଲଗା ହୋଇ ରହୁଛନ୍ତି।
ଅରବାଜ୍ ଖାନ ନିଜ ଜୀବନରେ ଆଗକୁ ବଢ଼ିବାର ନିଷ୍ପତ୍ତି ମଧ୍ୟ ନେଇ ସାରିଛନ୍ତି। ସେଥିପାଇଁ ସେ ସୁରା ଙ୍କୁ ଦ୍ଵିତୀୟ ବିବାହ କରିଛନ୍ତି।ଏହି ବିବାହ ରେ ଫାରହା ଖାନ, ରିତେଶ ଦେଶମୁକ୍ ଭଳି ପ୍ରମୁଖ ସେଲିବ୍ରିଟି ମାନେ ମଧ୍ୟ ଏଥିରେ ଯୋଗ ଦେଇଥିଲେ।
ଏହାରି ମଧ୍ୟରେ ସମସ୍ତେ ଏହା କହୁଛନ୍ତି କି ବଡ଼ ଭାଇ ଥରେ ମାତ୍ର ବାହା ହୋଇ ନାହିଁ ମାତ୍ର ସାନ ଭାଇ ଦୁଇ ଦୁଇ ଥର ବାହା ହୋଇ ସାରିଲାଣି। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଏହାକୁ ଦେଖିବା ପରେ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ତେବେ ଏହା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।