ରାତି ଅଧ ରେ ପୋଲିସ ସହ ଯୁକ୍ତି ତର୍କ କରି ବନ୍ଧା ହେଲେ ଓଡ଼ିଆ ଅଭିନେତା...

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ପ୍ରାୟତଃ ସମୟରେ ଅନେକ କଳାକାର ମାନଙ୍କ ସମ୍ପର୍କରେ ଅନେକ ଖବର ଶୁଣି ଥିବେ। ପ୍ରାୟତଃ ସମୟରେ କଳାକାର ମାନେ ମଧ୍ୟ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି।
ସେଭଳି ଏକ କଳାକାର ଙ୍କ ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯାହାର କାର୍ଯ୍ୟକଳାପ ସମ୍ପର୍କରେ ଆପଣ ମାନେ ଜାଣିବାକୁ ପାଇଲେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଆଜ୍ଞା ହଁ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଘରେ ପରିଚିତ ଧାରାବାହିକ "ନୂଆ ବୋହୂ" ରେ ବିରାଜ ଭୂମିକାରେ ଅଭିନୟ କରୁଥିବା ବିରଞ୍ଚି ନାରାୟଣ ନାୟକ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।
ପରଦା ଉପରେ ଲୋକମାନେ ତାଙ୍କୁ ଖୁବ୍ ପଶନ୍ଦ କରୁଥିବା ବେଳେ ତାଙ୍କର ଅଭିନୟ କୁ ମଧ୍ୟ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥାନ୍ତି। ତାଙ୍କ ଅଭିନୟ ପାଇଁ ଅନେକ ସମୟରେ ସେ ପ୍ରଶଂସା ର ପାତ୍ର ମଧ୍ୟ ପାଲଟି ଥାଆନ୍ତି।
ଗତକାଲି ରାତି ପ୍ରାୟ ୧:୧୫ ସମୟରେ ସେ ରେଣ୍ଟାଲ ଛକ ରୁ କଳିଙ୍ଗ ଷ୍ଟୁଡିଓ ଅଭିମୁଖେ ଯାଉଥିଲେ। ଭରତ ପୂର୍ ନିକଟରେ ବ୍ଲକିଂ ଚେକିଂ ହେଉଥିଲା। ଆଉ ଠିକ ସେତିକି ବେଳେ ହିଁ ବିରଞ୍ଚି କୁ ପୋଲିସ ଅଟକାଇ ଥିଲା।
ତାଙ୍କୁ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ମାନେ କାର ରୁ ଓହ୍ଲାଇବା ପାଇଁ କହିଥିଲେ ହେଲେ ବିରଞ୍ଚି କାର ରୁ ଓହ୍ଲାଇ ନଥିଲେ। ତାହା ପ୍ରତି ବଦଳରେ ସେ ଖୁବ ଅସଭ୍ୟ ଭାଷାରେ ତାଙ୍କୁ ଗାଳି ଗୁଲଜ କରୁଥିଲେ।
ଆଉ କହିଥିଲେ କି ସେ ଜଣେ କଳାକାର ତାଙ୍କୁ ଅଟକାଇବାର ଅଧିକାର ପୋଲିସ ନିକଟରେ ନାହିଁ ବୋଲି। ଏହାପରେ କାର ବାହରକୁ ଆସିବା ପରେ ପୋଲିସ କୁ ଧକ୍କା ମଧ୍ୟ ମାରିଥିଲେ।
ବ୍ରିଥ ଟେଷ୍ଟିଂ ରୁ ଏହା ଜଣାପଡି ଥିଲା କି ବିରଞ୍ଚି ମଦ୍ୟପାନ କରିଛନ୍ତି। ଏହି ଆଧାରରେ ବିରଞ୍ଚିଙ୍କୁ ପୋଲିସ ଗିରଫ କରି ନେଇଛି। ଅଧ ରାତିରେ ରାସ୍ତା ମଝିରେ ଦାଦାଗିରି ଦେଖାଇବା ଏବେ ତାଙ୍କୁ ବେଶ ମହଙ୍ଗା ପଡିଛି।