ରାଜ୍ୟପାଳଙ୍କୁ ରାସ୍ତା ମଝିରେ ଅଟକାଇଲେ ମହିଳା ଘରର ବିରଳ ଅବସ୍ଥା ଦେଖିଯିବା ପାଇଁ ଗୁହାରୀ କଲେ ଦେଖନ୍ତୁ - Exclusive

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାଜ୍ୟପାଳ ରଘୁବର ଦାସ ଆଜି ଜଜାଙ୍ଗ ଗାଁରେ ଏକ କାର୍ଯ୍ୟକ୍ରମକୁ ଯାଉଥିଲେ। ଠିକ୍‌ ସେହି ସମୟରେ ଗାଁର ସସ୍ମିତା ତ୍ରିପାଠୀ ବିଚ୍‌ ରାସ୍ତାରେ ରାଜ୍ୟପାଳଙ୍କୁ ଭେଟିବାକୁ ଚାହିଁଥିଲେ। ହେଲେ ପୁଲିସ୍‌ ତାଙ୍କୁ ଭେଟିବାକୁ ଦେଉନଥିଲେ।
ନିଜର ମହାନତା ଦେଖାଇ ଗାଡ଼ି ଅଟକାଇବାକୁ ଡ୍ରାଇଭରଙ୍କୁ ରାଜ୍ୟପାଳ କହିଥିଲେ। ଏହା ପରେ ଡ୍ରାଇଭର କାର୍‌ ଅଟକାଇ ଥିଲେ। ମହାମହୀମ ରାଜ୍ୟପାଳ ରଘୁବର ଦାସ କାର୍‌ରୁ ଓହ୍ଲାଇ ସସ୍ମିତା ତ୍ରିପାଠୀଙ୍କ କଥା ଶୁଣିଥିଲେ। 
ଆଉ ହାତ ଯୋଡ଼ି ଗୋଟି ଗୋଟି କଥା କହିଥିଲେ ସସ୍ମିତା ତ୍ରିପାଠୀ। ଥରେ ତାଙ୍କ ଘର ଦେଖି ଯାଆନ୍ତୁ ବୋଲି ରାଜ୍ୟାପାଳଙ୍କୁ ଗୁହାରୀ କରିଥିଲେ। ଲୋକଙ୍କ ଗହଳି ଭିତରେ ରାଜ୍ୟପାଳ ଚାଲି ଚାଲି ସସ୍ମିତା ତ୍ରିପାଠୀଙ୍କ ଘର ପାଖକୁ ଯାଇଥିଲେ।
ଆଉ ଦେଖିଥିଲେ ଘରର ବିକଳ ଚିତ୍ର। ଯେଉଁ ଘରେ ସସ୍ମିତା ତ୍ରିପାଠୀ ଓ ତାଙ୍କ ପରିବାର ରହୁଛନ୍ତି। ସସ୍ମିତା ତ୍ରିପାଠୀଙ୍କ ପରିବାର ରହୁଥିବା ଘରଟି ମାଟି କାନ୍ଥରେ ତିଆରି। ଯାହାର କାନ୍ଥ ଫାଟି ଆଁ କରିଛି। 
ଘର ଭିତରେ ଦିନରେ ସୂର୍ଯ୍ୟ, ରାତିରେ ଚନ୍ଦ୍ର ଦେଖାଯାଉଛନ୍ତି। ଭଙ୍ଗା ଦଦରା ଛାତରେ ପଡ଼ିଛି ଗୋଟିଏ ଖଣ୍ଡିଆ ପଲଥିନ୍‌। ସେଥିରେ ପୂରା ପରିବାର ରହୁଛନ୍ତି।
ସସ୍ମିତା ତ୍ରିପାଠୀଙ୍କ ଘର ଦେଖିବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ ରାଜ୍ୟପାଳ। ଆଉ ଘର ସମ୍ପର୍କରେ ଜିଲ୍ଲାପାଳଙ୍କୁ ଡାକି ପଚାରିଥିଲେ। ଯଥା ଶୀଘ୍ର ସସ୍ମିତା ତ୍ରିପାଠୀଙ୍କୁ ଘର ଯୋଗାଇଦେବା ପାଇଁ ଜିଲ୍ଲାପାଳଙ୍କୁ ରାଜ୍ୟପାଳ କହିଥିଲେ। 
ପରେ ରାଜ୍ୟପାଳ ଗାଁର ଆଉ କିଛି ମହିଳାଙ୍କ ସହିତ କଥା ହୋଇଥିଲେ। ସେମାନଙ୍କ ସୁଖ ଓ ଦୁଃଖ ଶୁଣିଥିଲେ। ଜଜାଙ୍ଗ ଗାଁରୁ ରାଜ୍ୟପାଳ ପଟ୍ଟାମୁଣ୍ଡାଇ ଯାଇଥିଲେ। ସେଠାରେ କିଛି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ତା’ପରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହିତ କଥା ହୋଇଥିଲେ। ସରକାରୀ ଯୋଜନା ସମ୍ପର୍କରେ ମହିଳାଙ୍କୁ ପଚାରିଥିଲେ। ପରେ ରାଜ୍ୟପାଳ କେନ୍ଦ୍ରାପଡ଼ା ଫେରିଥିଲେ।