ରାହୁଲ ଙ୍କ ହାତରେ ଓଡିଶା କଂଗ୍ରେସ ର ଭାଗ୍ୟ, ଆଗାମୀ ଦିନରେ ରାହୁଲ ହିଁ ଓଡ଼ିଶା ର ନେତୃତ୍ୱ ନେବେ
Nov 16, 2023, 12:39 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେକା ସମୟରେ ରାଜନୀତିରେ ବଡ଼ ଖବର ଏହା କି ଓଡ଼ିଶା ଆସିବାକୁ ଯାଉଛନ୍ତି ରାହୁଲ ଗାନ୍ଧୀ। ଏନେଇ ମଧ୍ୟ ଭୁବନେଶ୍ୱରରେ ଏକ ବିଶାଳ ସମାବେଶ ହେବା ପାଇଁ ଯାଉଛି।
କଂଗ୍ରେସ ଏବେ ପ୍ରସ୍ତୁତ କରିବାରେ ଲାଗିଛି ବ୍ଲୁ ପ୍ରିଣ୍ଟ। ନିର୍ବାଚନ ପୂର୍ବରୁ ନେତା ଙ୍କ ମନବଳ ବୃଦ୍ଧି କରିବା ପାଇଁ ଓଡ଼ିଶା ଆସିବାକୁ ଯାଉଛନ୍ତି ରାହୁଲ୍ ଗାନ୍ଧୀ। ଆଉ ଏବେଠାରୁ କଂଗ୍ରେସ ତାର ସମସ୍ତ ପ୍ରସ୍ତୁତି ଆରମ୍ଭ କରି ଦେଇଛି।
ଡିସେମ୍ବର ରୁ ଜାନୁଆରୀ ମଧ୍ୟରେ ଓଡ଼ିଶା ଆସିବାକୁ ଯାଉଛନ୍ତି ରାହୁଲ ଗାନ୍ଧୀ। ଏନେଇ ଭୁବନେଶ୍ୱରରେ ଏବେ ଏକ ବିଶାଳ ସମାବେଶ ମଧ୍ୟ ଆୟୋଜନ ହେବା ପାଇଁ ଯାଉଛି।
ସାରା ରାଜ୍ୟରେ କଂଗ୍ରେସ କର୍ମୀ ଓ ଲୋକ ମାନଙ୍କ ମନବଳ ବୃଦ୍ଧି କରିବା ପାଇଁ ରାହୁଲ ଗାନ୍ଧୀ ଙ୍କ ଗସ୍ତ ସହାୟକ ହେବ ବୋଲି ରାଜନୀତି ସମୀକ୍ଷକ ଙ୍କ ମହଲରେ ଏହା ଚର୍ଚ୍ଚା ହେବାରେ ଲାଗିଛି। ଆଗକୁ ସାଧାରଣ ନିର୍ବାଚନ ଆସିବାକୁ ଯାଉଛି।
ଆଉ ରାଜ୍ୟ କଂଗ୍ରେସ ଦୀର୍ଘ ୨୩ ବର୍ଷ ହେବ ନିଜ କ୍ଷମତା ଠାରୁ ଦୂରରେ ରହିଛି। ସେଥିପାଇଁ ଏବେ କ୍ଷମତାକୁ ହାତେଇବାକୁ ଉଦ୍ୟମ ଚଳାଇଛି। ମନାନ୍ତର ଓ ମତାନ୍ତର ସବୁ ଭୁଲି ଦଳକୁ ନେତା ମାନଙ୍କୁ ଫେରାଇ ଆଣିବା ପାଇଁ
କଂଗ୍ରେସ ର ପ୍ରୟାସ ଏବେ ଜାରି ରହିଛି। ଏଭଳି ପରିସ୍ଥିତିରେ ରାହୁଲ୍ ଗାନ୍ଧୀ ଙ୍କ ଗସ୍ତ ଦଳ ପାଇଁ ସଂଜୀବନୀ ଭଳି କାମ ଦେବ ବୋଲି ଏବେ ଚର୍ଚ୍ଚା ହେବାରେ ଲାଗିଛି। ହେଲେ ଏବେ ପର୍ଯ୍ୟନ୍ତ ମଧ୍ଯ ,
ରାହୁଲ ଙ୍କ ଗସ୍ତକୁ ନେଇ ତାରିଖ ଚୁଡାନ୍ତ ହୋଇ ନାହିଁ ବୋଲି ଏହା ସୁଚନା ମିଳିଛି। ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ସୁଚନା ପ୍ରଦାନ କରିଛନ୍ତି। ତେବେ ଆପଣ ମାନେ ଜାଣିଥିବେ କି ରାହୁଲ ଗାନ୍ଧୀ ଙ୍କ ଲୋକପ୍ରିୟତା ଏବେ ବଢ଼ିବାରେ ଲାଗିଛି।
ଆଉ ଏହା ବେଶ ଭଲ ଭାବରେ ଜଣା ପଡ଼ୁଛି ମଧ୍ୟ। ତେବେ ରାହୁଲ ଙ୍କ ଓଡ଼ିଶା ଆସିବା ପରେ ଓଡ଼ିଶା ଉପରେ କଣ ପ୍ରଭାବ ପଡ଼ିବ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।