ରହସ୍ୟ ଘେରରେ ଦୁଇ ସମୁଦ୍ର ଦେଖନ୍ତୁ ଏକାଠି ହୋଇ ମଧ୍ୟ କାହିଁକି ଏକାଠି ମିଶିପାରୁ ନାହାନ୍ତି ଏହି ଦୁଇ ସମୁଦ୍ର

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ନିଶ୍ଚୟ ବର୍ଷା ଦିନରେ ବର୍ଷା ପାଣି ଯାଇ ପୋଖରୀ କିମ୍ବା ନଦୀରେ ମିଶିବାର ଦୃଶ୍ୟ ନିଶ୍ଚୟ ଦେଖିଥିବେ। ତେବେ ବର୍ଷା ପାଣି ଥରେ ନଦୀକୁ ଯିବା ପରେ କେଉଁଆଡେ ମିଶିଯାଏ।
ସେହି ନଦୀ ପାଣି ଆଉ ବର୍ଷା ପାଣିକୁ କେବେ ଅଲଗା କରି ହୁଏନାହିଁ। କାରଣ ଦୁଇ ବୁନ୍ଦା ପାଣିକୁ ମିଶାଇଲେ ସେ ମିଶିଯାଇ ଥାଏ। ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଦୁଇଟି ମହାସାଗର ଏକାଠି ମିଶି ମଧ୍ୟ ନମିଶିବା ଭଳି ରହିଛନ୍ତି। 
ତେବେ ବନ୍ଧୁଗଣ ପ୍ରଶାନ୍ତ ମହାସାଗର ଓ ଆଣ୍ଟଲାଟିକ୍ ମହାସାଗରରେ ଏକାଠି ଭେଟ ହୁଅନ୍ତି। କିନ୍ତୁ ପରସ୍ପର ମଧ୍ୟରେ କେବେବି ମିଶନ୍ତି ନାହିଁ। ପ୍ରକୃତରେ ସମୁଦ୍ରରେ ଥିବା କେମିକାଲ ଓ ମିରିଲାଲ କମ୍ପଜିସନ୍ ପାଇଁ ହେଉଛି।
ଏହା ସହିତ ୧୦% ଫରକ୍ ବି ଦେଖିବାକୁ ମିଳୁଛି। ଆଣ୍ଟଲାଟିକର ପାଣି ଉପରେ ଏକ ଗେଲସିୟର ରହିଛି। ସେଇଥିପାଇଁ ଏହି ଦୁଇ ସମୁଦ୍ରର ମଧ୍ୟରେ ସ୍ୱଚ୍ଚ ଓ ନୀଳ ରଙ୍ଗର ପାଣି ହେଉଛି ଆଣ୍ଟଲାଟିକ୍ ପାଣି। 
ଫଳରେ ଏହା ଅଧିକ ଥଣ୍ଡା ଓ ମିନେରାଲ୍ସ୍ ପରିପୂର୍ଣ ହୋଇ ରହିଛି। ତେଣୁ ଏହି ପାଣିର ଘନତ୍ଵ ବେଶୀ ଅଧିକ ରହିଥାଏ। ଅନ୍ୟପଟେ ଗାଢ଼ ନୀଳ ରଙ୍ଗ ଦେଖା ଯାଉଥିବା ପ୍ରଶାନ୍ତ ମହାସାଗର ପାଣିର ଘନତ୍ୱ ଖୁବ କମ ରହିଥାଏ।
କିନ୍ତୁ ଏହାର ତାପମାତ୍ରା ବହୁତ ଅଧିକ ସେଥିପାଇଁ ଏହି ଦୁଇ ମହାସାଗରର ପାଣି ତାପମାତ୍ରା ଓ ଘନତ୍ୱରେ ଅନେକ ପାର୍ଥକ୍ୟ କାରଣରୁ ପରସ୍ପର ସହ ମିଶି ମଧ୍ୟ ଏକ ହୋଇ ପାରନ୍ତି ନାହିଁ। 
ଯେତେବେଳେ ଏହି ଦୁଇ ମହାସାଗରର ପାଣି ଏକାଠି ହେବା ପାଇଁ ଚେଷ୍ଟା କରନ୍ତି। ସେତେବେଳେ ଏକ ଫଣ ସୃଷ୍ଟି ହୁଏ, ଯାହା ଏହି ଦୁଇ ସମୁଦ୍ର ମଧ୍ୟରେ ଏକ ସୀମା ପ୍ରସ୍ତୁତ କରିଦେଇଥାଏ।
ଏହା ସହିତ ସୂର୍ଯ୍ୟକିରଣରେ ଲୁଣ ଓ ମଧୁର ଜଳର ବିଭିନ୍ନ ଘନତ୍ୱ ହେତୁ ଉଭୟ ଜଳର ରଙ୍ଗ ପରସ୍ପର ଠାରୁ ଅଲଗା ଦେଖା ଯାଇଥାଏ। ସେଇଥିପାଇଁ ଏହି ଦୃଶ୍ୟ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଥାଏ।