ରାଗରେ ରଣ ହୁଙ୍କାର ଦେଲେ ଅର୍ଜନା ନାଗ ..ମୋ ସହ ଯିଏ ଯିଏ ଲାଗୁଚ... ସବୁ ପସ୍ତେଇବ

 
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ପୁଣି ଥରେ ହନି ଟ୍ରାପ ଅଭିଯୁକ୍ତ ଅର୍ଚ୍ଚନା ନାଗ ଙ୍କୁ ନେଇ ଚର୍ଚ୍ଚା କରା ଯାଉଚି।ଆପଣ ମାନେ ଜାଣି ଥିବେ ଅନେକ ଲୋକ ମାନଙ୍କୁ ନିଜ ପ୍ରେମ ଜାଲ ରେ ଫସାଇ ତାଙ୍କ ଠାରୁ ଟଙ୍କା ଲୁଟ କରିବା ଅଭିଯୋଗ ରେ ଅର୍ଚ୍ଚନା ନାଗ ଗତ କିଛି ବର୍ଷ ହେବ ଜେଲ ରେ ଥିଲେ।
ଏହା ପରେ ସେ ପୁଣି ନିଜ ଲ ପରୀକ୍ଷା ଦେବା ପାଇଁ ବାହାରକୁ ଆସି ଥିଲେ।ଏବେ ପୁଣି ଥରେ ତାଙ୍କୁ କାଠଗଡା ର ସାମ୍ନା କରିବାକୁ ପଡିଚି।ଯାହାକୁ ନେଇ ଏବେ ଠାରୁ ଖୁବ୍ ଚର୍ଚ୍ଚା କରା ଯାଉଛି।ଏଭଳି କିଛି ଏବେ ସେ କହିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁସାରେ ଅର୍ଚ୍ଚନା ନାଗ ଙ୍କୁ ବର୍ତ୍ତମାନ ସମୟ ରେ ଇଡି ଡାକି ପଚରା ଉଚୁରା କରି ଥିଲେ।ଏଥିରେ କେବଳ ସେ ନ ଥିଲେ ତାଙ୍କ ସ୍ଵାମୀ ଜଗବନ୍ଧୁ ମଧ୍ୟ ସାମିଲ ଥିଲେ।ଉଭୟ ସ୍ବାମୀ ସ୍ତ୍ରୀ ମିଶି ଲୋକ ମାନଙ୍କୁ ନିଜ ଜାଲ ରେ ଫସାଇ ସେମାନଙ୍କ ଠାରୁ ଟଙ୍କା ନେଇ ବିଳାସପୂର୍ଣ୍ଣ ଭାବେ ଜୀବନ ଯାପନ କରୁଥିଲେ।
ଗତ କାଲି ଉଭୟ ସ୍ଵାମୀ ସ୍ତ୍ରୀ ଇଡି ଅଫିସ ରେ ଯୋଗ ଦେଇ ଥିଲେ।ତାଙ୍କୁ ଇଡି ର କର୍ମକର୍ତ୍ତା ମାନେ ଅନେକ ପ୍ରକାର ପ୍ରଶ୍ନ ପଚାରି ଥିଲେ।ଏଥିରେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ଵାମୀ ଠିକ୍ ଠିକ୍ ଉତ୍ତର ଦେଇଛନ୍ତି।
ତେବେ ବାହାରକୁ ଆସିବା ପରେ ଅର୍ଚ୍ଚନା ନାଗ ନିଜ ବାଇଟ ଦେଇଛନ୍ତି।ସେ କହିଛନ୍ତି କି ମୋ ବିରୋଧ ରେ ଏକ ବହୁତ ବଡ ଷଡ଼ଯନ୍ତ୍ର ହୋଇଚି।ଖୁବ୍ ଶୀଘ୍ର ମୁଁ ଏହାର ପର୍ଦ୍ଧାଫାଶ କରିବି।ମୁଁ ନିର୍ଦ୍ଦୋଷ ବୋଲି ସମସ୍ତଙ୍କୁ ଜଣାଇ ଦେବି।
କିଛି ରାଜନେତା ମାନେ ମୋତେ ଏହି କେସ ରେ ଫସାଇବା ପାଇଁ ଚେଷ୍ଟା କରୁଛନ୍ତି।ଆପଣ ମାନେ ଯେତେ ଚେଷ୍ଟା କରୁଛନ୍ତି କରନ୍ତୁ।ମୁଁ ନ୍ୟାୟ ପଥ ରେ ରହିଛି।ଆପଣ ମାନେ ମୋର କିଛି ବି କରି ପାରିବେ ନାହିଁ।ଖୁବ୍ ଶୀଘ୍ର ଆମ କେସ ର ସମାଧାନ ହେବ ବୋଲି ସେ କହିଛନ୍ତି।
ମୋ ପାଖରେ ଏବେ ସବୁ ପ୍ରକାର ତଥ୍ୟ ରହିଛି।ମୁଁ ତାକୁ ସବୁ ଇଡି କୁ ଦେବି।କିଛି ରାଜନେତା ଓ ପ୍ରାଶାସନିକ ଅଧିକାରୀ ମାନେ ମୋତେ ଫସାଇ ନିଜ ଦୋଷ ଦୁର୍ବଳତା କୁ ଘୋଡାଇବାକୁ ଚେଷ୍ଟା କରୁ ଥିଲେ।
ତେବେ ବର୍ତ୍ତମାନ ସମୟ ରେ ମୁଁ ଏହାର ପ୍ରମାଣ ପାଇ ସାରିଛି।ଖୁବ୍ ଶୀଘ୍ର ମୁଁ ଏ ସମସ୍ତ ତଥ୍ୟ ଇଡି କୁ ଦେବି।ମୁଁ ନିର୍ଦ୍ଦୋଷ ସାବ୍ୟସ୍ତ ନ ହେବା ଯାଏଁ ଶାନ୍ତି ରେ ବସିବି ନାହିଁ ବୋଲି ସେ କହିଛନ୍ତି।ଯାହାକୁ ନେଇ ସବୁ ଆଡେ ଚର୍ଚ୍ଚା କରା ଯାଉଚି।