ରାବଣର ସୁନାର ମହଲ ଲଙ୍କା ଦେଖନ୍ତୁ ଏହି ଅତି ସୁନ୍ଦର ଦୃଶ୍ୟ ଏବେ ଅଛି ଏମିତି ସୁରକ୍ଷିତ

 
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ରାମାୟଣ ବିଷୟ ରେ ଜାଣି ଥିବେ।ରାମ ନିଜ ଭାଇ ଲକ୍ଷ୍ମଣ ଓ ପତ୍ନୀ ସୀତା ଙ୍କୁ ନେଇ ୧୪ ବର୍ଷ ବନବାସ ଯାଇଥିଲେ।ସେଠାରେ ରାବଣ ନାମକ ଜଣେ ଦୁଷ୍ଟ ରାକ୍ଷସ ସୀତା ଙ୍କୁ ହରଣ କରି ନେଇ ଯାଇଥିଲା ଲଙ୍କା ପୁରୀ କୁ।ଏହା ପରେ ରାମ ଅନେକ କଷ୍ଟ କରି ସୀତା ଙ୍କୁ ଲଙ୍କା ପୁରୀ ରୁ ନେଇକି ଆସିଥିଲେ।
ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ କି ଆଜି ମଧ୍ୟ ରାବଣ ର ସେହି ଲଙ୍କା ପୁରୀ ରହି ଅଛି ଶ୍ରୀଲଙ୍କା ରେ।ଶ୍ରୀଲଙ୍କା ର ଗୋଟିଏ ଛୋଟ ଗାଁ ହେଉଚି ଶିଗିରିଆ।ଯେଉଁ ଠାରେ ରାବଣ ମା ସୀତା ଙ୍କୁ ନେଇ ଯାଇଥିଲେ।ଏବେ ମଧ୍ୟ ସେଠାରେ ରାବଣ ର ମହଲ ରହିଛି।
କୁହା ଯାଏ ଯେ ଯେତେବେଳେ ମା ପାର୍ବତୀ ଲକ୍ଷ୍ମୀ ଙ୍କ ଘର କୁ ବୁଲିବାକୁ ଯାଇଥିଲେ ସେତେବେଳେ ଲକ୍ଷ୍ମୀ ଙ୍କ ଘର ତାଙ୍କୁ ବହୁତ ପସନ୍ଦ ଆସିଥିଲା।ସେ ସାଙ୍ଗେ ସାଙ୍ଗେ ଶିବ ଙ୍କୁ କହିଲେ ତାଙ୍କ ପାଇଁ ଏକ ସୁନା ର ମହଲ ତିଆରି କରି ଦିଅନ୍ତୁ।ଯାହାକି ସାରା ବିଶ୍ଵ ରେ ପ୍ରସିଦ୍ଧ ରହିବ।
ଏହା ପରେ ଶିବ ପାର୍ବତୀ ଙ୍କ ପାଇଁ ଏକ ମହଲ ତିଆରି କରିଥିଲେ।କିନ୍ତୁ ଏହା କୁ ରାବଣ ତପସ୍ୟା କରି ଶିବ ଙ୍କୁ ମାଗି ନେଇଗଲେ।ଏବେ ଏହି ମହଲ ଟି ରାବଣ ଙ୍କ ର ବୋଲି କୁହା ଯାଇଥାଏ।ଆପଣ ଏବେ ମଧ୍ୟ ଶ୍ରୀଲଙ୍କା ରେ ସେହି ମହଲ ଦେଖି ପାରିବେ।ଏହାର ପ୍ରବେଶ ଦ୍ବାରା ର ଦୁଇ ପାଖରେ ଦୁଇ ଟି ପୋଖରୀ ରହିଛି।
ସୁନା ର ମହଲ ଟି ପାହାଡ ଉପରେ ଅବସ୍ଥିତ।ପୂର୍ବରୁ ଯେଉଁ ସ୍ଥାନ ରେ ଅନେକ ମହଲ ଥିଲା ତାହା ଏବେ ଭାଙ୍ଗି ଯାଇ ଖଣ୍ଡ ଖଣ୍ଡ ହୋଇ ପଡ଼ି ରହିଛି।ପାର୍ବତୀ ଙ୍କ ଅଭିଶାପ ରେ ଏହା ପଥର ହୋଇ ଯାଇଚି।
ଶ୍ରୀଲଙ୍କା ର ଲୋକ ମାନେ ଏହାକୁ କଶ୍ୟପ ରାଜା ଙ୍କ ର ମହଲ ବୋଲି କହି ଥାନ୍ତି।କାରଣ ରାବଣ ଙ୍କ ପରେ ଏଠାରେ କଶ୍ୟପ ରାଜା ହେଲେ।ସମସ୍ତେ କୁହନ୍ତି ସେଠାରେ ରାବଣ ଙ୍କୁ ଭଗବାନ ରୂପେ ପୂଜା କରା ଯାଏ।ହେଲେ ସେଠାକାର ଲୋକ ମାନେ ଏହା ମିଛ ବୋଲି କହିଛନ୍ତି।
ରାବଣ ଙ୍କ ଲଙ୍କା ଦେଖିବାକୁ ବହୁତ ସୁନ୍ଦର।ଏହାର ଭିତର କୁ ଆପଣ ମାନେ ଗଲେ ଜାଣିବେ ଯେ ଏହା କେତେ ଭୟଙ୍କର।ଏବେ ମଧ୍ୟ ସେଠାରେ ଅଶୋକବନ ରହିଛି।ଯେଉଁ ଠାରେ ମା ସୀତା ଙ୍କୁ ରାବଣ ଚୋରି ରଖିଥିଲା।
ସେଠାରେ ଏବେ ସୀତା ଦେବୀ ଙ୍କ ମୂର୍ତ୍ତି ରଖି ପୂଜା କରା ଯାଉଛି।ଯାହାକୁ ଦେଖିବା ପାଇଁ ଅନେକ ଲୋକ ବାହାର ଦେଶ ରୁ ଆସନ୍ତି।ଏହି ସ୍ଥାନ ଟି ବହୁତ ସୁନ୍ଦର କରା ଯାଇଅଛି।ଏହା ପ୍ରାୟ ୫୦୦୦ ବର୍ଷ ତଳ ର କଥା ବୋଲି କୁହା ଯାଇଥାଏ।